ମୁମ୍ବାଇ: ସିନେମା ନିର୍ମାତା କିରଣ ରାୱ ୨୦୦୫ ମସିହାରେ ଅମୀର ଖାନଙ୍କୁ ବିବାହ କରିଥିଲେ। ବିବାହର କିଛିବର୍ଷ ପରେ ଆର୍ଥାତ ୨୦୧୧ରେ କିରଣ ସରୋଗେସି ମାଧ୍ୟମରେ ପୁତ୍ର ସନ୍ତାନର ଜନନୀ ହୋଇଥିଲେ।
ଅଧିକପଢ଼ନ୍ତୁ:୮ ଲକ୍ଷ ପୁରସ୍କାର ଘୋଷିତ ମହିଳା ନକ୍ସଲ ରାଜେ କାଙ୍ଗେ ଗିରଫ
କିରଣଙ୍କ ସହିତ ଅମୀରଙ୍କ ଦ୍ବିତୀୟ ବିବାହ ଥିଲା। କିନ୍ତୁ ଦୁହିଁଙ୍କ ବିବାହ ବେଶୀଦିନ ତିଷ୍ଠି ପାରି ନଥିଲା। ୨୦୨୧ରେ କରଣ ଅମୀରଙ୍କ ଠାରୁ ଛାଡ଼ପତ୍ର ନେଇ ଅଲଗା ହୋଇଯାଇଥିଲେ। ବିବାହ ବିଚ୍ଛେଦ ସତ୍ତ୍ବେ ଦୁହେଁ ମିଶି ପୁଅର ଲାଳନପାଳନ କରୁଛନ୍ତି। ପୁଅ ପ୍ରତି ଅମୀର ଓ କିରଣ ଖୁବ ଯତ୍ନଶୀଳ ଅଛନ୍ତି। ଦୁହେଁ ସେମାନଙ୍କ ପୁଅ ଉପରେ ବିବାହ ବିଚ୍ଛେଦର ପ୍ରଭାବ ପକାଇବାକୁ ଚାହାନ୍ତି ନାହିଁ।
ଅଧିକପଢ଼ନ୍ତୁ:ପସନ୍ଦ ନଆସିଲେ ଖେଳାଳିଙ୍କୁ ଦଳରେ ରଖନ୍ତିନି ବିରାଟ: କ୍ରିକେଟର ରବିନ ଉଥପ୍ପା
ଛାଡ଼ପତ୍ର ପରେ ବି କିରଣ ଓ ଅମୀରଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। ନିକଟରେ ଏକ ସାକ୍ଷାତକାରରେ କିରଣ କହିଛନ୍ତି, ‘ଅମୀରଙ୍କୁ ଛାଡ଼ପତ୍ର ଦେବା ସହଜ ନଥିଲା। ଆମ ଭିତରେ ଝଗଡ଼ା ଲାଗେ ନାହିଁ। ଯଦି ବି କେବେ ଝଗଡ଼ା ଲାଗିଥାଏ ତାହା ୧୨ଘଣ୍ଟା ଭିତରେ ସମାଧାନ ହୋଇଯାଇଥାଏ। ଛାଡ଼ପତ୍ର ନେବା ପାଇଁ ଅମୀର ଓ ମୁଁ ଅନେକ ବୁଝି ବିଚାାରି ନିଷ୍ପତ୍ତି ନେଇଥିଲୁ। ବିବାହ ବିଚ୍ଛେଦ ହେବାପରେ ଅମୀର ଓ ମୁଁ ଭଲ ସାଙ୍ଗ ହୋଇ ରହି ଯାଇଛୁ। ଅମୀର ମୋର ଜଣେ ଭଲ ଶିକ୍ଷକ।’
  
 Follow Us