ନୂଆଦିଲ୍ଲୀ: ବଲିଉଡ୍ ଫିଲ୍ମ ଅଭିନେତା ରଣବୀର ସିଂହ ଓ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ନିକଟୁ ପୁଣି ଆସିଛି ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଧମକ ପୂର୍ଣ୍ଣ ମେସେଜ୍। ରଣବୀର ଓ ରୋହିତ ଶେଟ୍ଟୀଙ୍କୁ ଧମକ ଦେଉଥିବାର ଏକ ଅଡ଼ିଓ କ୍ଲିପ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଅଡ଼ିଓ କ୍ଲିପରେ ରଣବୀରଙ୍କଠୁ ୧କୋଟି ଟଙ୍କା ଦାବି କରାଯାଇଥିବା ଶୁଣିବାକୁ ମିଳିଛି। ତେବେ କ୍ରାଇମ୍ ବ୍ରାଞ୍ଚର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଅଡ଼ିଓ କ୍ଲିପ୍ ‘ହ୍ୟାରୀ ବକ୍ସର’ ଭଏସ୍ ସହ ମେଳ ଖାଉଛି, ଯିଏକି ବିଷ୍ନୋଇ ଗ୍ୟାଙ୍ଗ ସହିତ ଜଡିତ ବୋଲି ବିଶ୍ୱାସ କରାଯାଉଛି। ଏହି ଘଟଣାର ଅଧିକ ସତ୍ୟାସତ୍ୟ ଜାଣିବା ପାଇଁ ଡିଜିଟାଲ୍ ପ୍ରମାଣ ସଂଗ୍ରହ କରାଯାଉଛି।

Advertisment

ଆହୁରି ପଢ଼ନ୍ତୁ: ପୁରୀରେ ଅଘଟଣ: ଖୋଲା ବୋର୍‌ୱେଲ୍‌ରେ ପଡ଼ି ଦେଢ଼ ବର୍ଷ ବୟସର ଶିଶୁକନ୍ୟା ମୃତ

କୁହାଯାଉଛି ଯେ ଏହି ଧମକ ସିଧାସଳଖ ରଣବୀର ସିଂହଙ୍କୁ ନୁହେଁ, ବରଂ ତାଙ୍କ ମ୍ୟାନେଜରଙ୍କ ମୋବାଇଲ୍ ନମ୍ବରକୁ ପଠାଯାଇଥିଲା। ଏହି ଭଏସ୍ ନୋଟ୍ ଏପରି ସମୟରେ ଆସିଥିଲା ଯେତେବେଳେ ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ଘରେ ଗୁଳିକାଣ୍ଡ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ଧମକ ପରେ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରଣବୀର ସିଂହଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। କିଛି ଦିନ ପୂର୍ବରୁ କ୍ରାଇମ୍ ବ୍ରାଞ୍ଚ ତାଙ୍କ ମ୍ୟାନେଜରଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା। ସୂତ୍ର ଅନୁସାରେ ତଦନ୍ତକାରୀ ଏଜେନ୍ସିଗୁଡ଼ିକ କେଉଁ ଡିଭାଇସ୍ ଓ ନେଟୱାର୍କରୁ ଭଏସ୍ ନୋଟ୍ ପଠାଯାଇଥିଲା ତାହା ଖୋଜି ବାହାର କରିବାକୁ ଚେଷ୍ଟା କରୁଛନ୍ତି।
ସେପଟେ ପ୍ରାରମ୍ଭିକ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ମେସେଜ୍ ପଠାଇବା ପାଇଁ ‘ଭିପିଏନ୍’ ଆପ୍ ବ୍ୟବହାର କରାଯାଇଥିଲା। ଡିଜିଟାଲ୍ ଟ୍ରେଲ୍ ଏକ ବିଦେଶୀ ସ୍ଥାନକୁ ଇଙ୍ଗିତ କରୁଛି। ଧମକ ପଠାଯିବା ସମୟରେ ଭିପିଏନ୍ ସର୍ଭର କେଉଁ ଦେଶରେ ଥିଲା ତାହା ନିର୍ଣ୍ଣୟ କରିବା ପାଇଁ ପୁଲିସ ଏବେ କାମ କରୁଛି। ଆବଶ୍ୟକ ହେଲେ ଇଣ୍ଟରପୋଲର ସହାୟତା ମଧ୍ୟ ଲୋଡ଼ାଯାଉଛି।

ଆହୁରି ପଢ଼ନ୍ତୁ: ତାମିଲନାଡ଼ୁରେ ୪୦ ବର୍ଷ ହେଲା ଅନ୍ଧକାରରେ ୩୬୦ ଦଳିତ ପରିବାର, ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି