କେବଳ ଅଭିନୟ ଦକ୍ଷତା ପାଇଁ ନୁହେଁ, ଉତ୍ତମ ବ୍ୟବହାର ପାଇଁ ବି ସମସ୍ତଙ୍କ ପ୍ରିୟ ତାରକା ବନିଛନ୍ତି ତେଲୁଗୁ ସୁପର୍ଷ୍ଟାର୍ ପ୍ରଭାସ। ନିଜ ସିନେମାର ପ୍ରି-ରିଲିଜ୍ ଇଭେଣ୍ଟ୍ରେ ବରିଷ୍ଠ କଳାକାରଙ୍କ ସିନେମା ବି ବ୍ଲକ୍ବଷ୍ଟର୍ ହେଉ ବୋଲି କହିବାର ବଡ଼ପଣ ପ୍ରଭାସଙ୍କୁ ପ୍ରଶଂସକଙ୍କ ଦୃଷ୍ଟିରେ ବାସ୍ତବ ହିରୋ ସଜାଇଛି।
ଆଗକୁ ରିଲିଜ୍ ହେବାକୁ ଯାଉଛି ପ୍ରଭାସଙ୍କ ଅଭିନୀତ ନୂଆ ସିନେମା ‘ରାଜାସାବ୍’। ଏହାର ପ୍ରି-ରିଲିଜ୍ କାର୍ଯ୍ୟକ୍ରମରେ ପ୍ରଭାସ ଦର୍ଶକଙ୍କୁ ସମ୍ବୋଧିତ କରିବା ବେଳେ ତାଙ୍କ ଫିଲ୍ମ ସମେତ ମକର ସଂକ୍ରାନ୍ତି ଅବସରରେ ରିଲିଜ୍ ହେବାକୁ ଯାଉଥିବା ୫ଟିଯାକ ସିନେମା ବ୍ଲକ୍ବଷ୍ଟର୍ ହେଉ ବୋଲି କହି ସମସ୍ତଙ୍କ ମନ ଜିଣିଛନ୍ତି। କେବଳ ସେତିକି ନୁହେଁ, ତାଙ୍କର ଏକ ମନ୍ତବ୍ୟ ପାଇଁ ସେ ଏବେ ସୋସିଆଲ୍ ମିଡିଆରେ ପ୍ରଶଂସା ସାଉଁଟୁଛନ୍ତି।
India's forgotten story: ଭାରତ ଭୁଲି ଯାଇଥିବା କାହାଣୀ: ସୁରା ନ ଦେବାରୁ ସାକୀ ହତ୍ୟା
ସେ କହିଥିଲେ,‘‘ବରିଷ୍ଠମାନେ ସର୍ବଦା ବରିଷ୍ଠ। ଆମେ ସେମାନଙ୍କଠାରୁ ଶିଖୁଛୁ, ସେମାନଙ୍କୁ ଅନୁକରଣ କରୁଛୁ ଓ ଆମେ ସବୁବେଳେ ସେମାନଙ୍କ ପଛରେ ହିଁ ରହିବୁ।’’ ପ୍ରଭାସଙ୍କ ଏହି ମନ୍ତବ୍ୟ ମେଗାଷ୍ଟାର୍ ଚିରଞ୍ଜୀବୀଙ୍କ ଉଦ୍ଦେଶ୍ୟରେ ଥିଲା ବୋଲି ପ୍ରଶଂସକମାନେ ଅନୁମାନ କରିଛନ୍ତି। କାରଣ ଚିରଞ୍ଜୀବୀଙ୍କ ଅଭିନୀତ ‘‘ମନ ଶଙ୍କରା ବରପ୍ରସାଦ ଗାରୁ’’ ମକରରେ ରିଲିଜ୍ ହେବାକୁ ଥିବା ୫ଟି ଫିଲ୍ମ ମଧ୍ୟରେ ରହିଛି। ବରିଷ୍ଠ କଳାକାରଙ୍କ ପ୍ରତି ପ୍ରଭାସଙ୍କର ଏଭଳି ସମ୍ମାନ ପ୍ରଶଂସକଙ୍କ ନିକଟରେ ପୁଣି ତାଙ୍କ ଭଲପଣିଆକୁ ପ୍ରମାଣିତ କରିଛି। ପ୍ରଭାସଙ୍କୁ ସେମାନେ ଏବେ କେବଳ ସୁପର୍ଷ୍ଟାର୍ ନୁହେଁ, ହୃଦୟ ଜିଣିବା ପରି ଜଣେ ସୁପର୍ଷ୍ଟାର୍ ବୋଲି କହୁଛନ୍ତି।
Indian Railways: ମୁମ୍ବାଇରୁ ଅହମଦାବାଦକୁ ବୁଲେଟ୍ ଟ୍ରେନରେ ୧ ଘଣ୍ଟା ୫୮ ମିନିଟ୍ ସମୟ ଲାଗିବ: କେନ୍ଦ୍ରମନ୍ତ୍ରୀ
Follow Us