ବୟସ ଯେମିତି ଓଲଟା ଚାଲୁଛି! ୬୦ ବର୍ଷରେ ବି ୩୦ ବର୍ଷର ଯୁବକ ପରି ଦିଶୁଛନ୍ତି ସୁପର୍ଷ୍ଟାର୍ ସଲ୍ମାନ୍ ଖାନ୍। ତାଙ୍କ ଚେହେରାର ଯୁବାପଣକୁ ଦେଖିବା ପରେ ସଲ୍ମାନ୍ଙ୍କ ଜୀବନଶୈଳୀ ବିଷୟରେ ଜାଣିବାର ଇଚ୍ଛା କାହାକୁ ବା ହେବନି! ସଲ୍ମାନ୍ କ’ଣ ଖାଅନ୍ତି, ଦିନକୁ କେତେ ଘଣ୍ଟା ବ୍ୟାୟାମ କରନ୍ତି? ନିଜକୁ ଫିଟ୍ ରଖିବାକୁ କେଉଁ ସୂତ୍ର ଆପଣାଇଛନ୍ତି? ଏଭଳି ଅନେକ ପ୍ରଶ୍ନ ପ୍ରଶଂସକଙ୍କ ମନରେ ଉଙ୍କିମାରେ। ତେବେ ସତ କଥା ହେଉଛି, ଭାଇଜାନ୍ଙ୍କ ଦୈନନ୍ଦିନ ଅଭ୍ୟାସ ହିଁ ତାଙ୍କ ଫିଟ୍ନେସ୍ର ମୂଳମନ୍ତ୍ର।
Memorable 25: ମନେରହିବ ୨୫: ଲୋକ ସାଧାରଣ କାମ ଅସାଧାରଣ
ସଲ୍୍ମାନ୍ଙ୍କ ଜିମ୍ ପ୍ରଶିକ୍ଷକ ରାକେଶ ଆର୍ ଉଦିୟାର୍ଙ୍କ କହିବା ମୁତାବକ, ସେ ଦୀର୍ଘ ୨୦ ବର୍ଷ ହେବ ସଲ୍ମାନ୍ଙ୍କ ସହ ଅଛନ୍ତି। ସଲ୍ମାନ୍ଙ୍କ ଡାଏଟ୍-ଚାର୍ଟରେ ସେ ଆଦୌ ଆଧୁନିକତାର ଛାପ ଦେଖିପାରନ୍ତି ନାହିଁ। ରାକେଶ ଏକ ସାକ୍ଷାତ୍କାରରେ ଭାଇଜାନ୍ଙ୍କୁ ଏକ ‘ଓଲ୍ଡ୍୍୍ ସ୍କୁଲ୍’ର ଛାତ୍ର ବୋଲି ବର୍ଣ୍ଣନା କରିଥିବାର ବି ଶୁଣିବାକୁ ମିଳିଛି। ତେବେ ଏଥିରୁ ଯାହା ଅନୁମାନ କରାଯାଉଛି, ନିଜକୁ ଫିଟ୍ ରଖିବା ପାଇଁ ପୂରା ଦେଶୀ ଉପାୟ ଆପଣାନ୍ତି ଦବଙ୍ଗ୍ ବୟ। ଏକଥା ସମସ୍ତେ ଜାଣନ୍ତି ଯେ ସଲ୍ମାନ୍ଙ୍କୁ ଘର ରାନ୍ଧଣା ଖାଇବାକୁ ଖୁବ୍ ଭଲ ଲାଗେ। ତେବେ ଖାଦ୍ୟ ପରି ନିଜ ବ୍ୟାୟାମକୁ ନେଇ ସେ ଖୁବ୍ ସିରିୟସ୍। ଯେବେ ବି ବ୍ୟାୟାମ କରନ୍ତି, ବିନା ବିରତିରେ କରନ୍ତି। ବ୍ୟାୟାମ କରିବା ବେଳେ ଏୟାର୍ କଣ୍ଡିସନର୍ ଅଫ୍ ରଖନ୍ତି ବୋଲି ପ୍ରଶିକ୍ଷକ କହନ୍ତି।
Aravali Case : ସୋମବାର ଆରାବଳୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ
ତେବେ ଦୈନିକ ୪୫ ମିନିଟରୁ ୧ ଘଣ୍ଟା ଜିମ୍ରେ କାଟୁଥିବା ସଲ୍ମାନ୍ ବ୍ୟାୟାମ ସହ ଉତ୍ତମ ଖାଦ୍ୟ, ପାନୀୟ ଓ ନିଦ୍ରା ଉପରେ ବି ବେଶ୍ ଗୁରୁତ୍ବ ଦିଅନ୍ତି। ସପ୍ତାହକୁ ୬ ଦିନ ବ୍ୟାୟାମ କରି ସେ ଗୋଟାଏ ଦିନ ପୂରା ବିଶ୍ରାମ କରନ୍ତି। ତାଙ୍କ ସାମ୍ନାରେ ଯେତେ ଭଲ ଖାଦ୍ୟ ଥୋଇଦେଲେ ବି ସଲ୍ମାନ୍ କହନ୍ତି, ‘‘ମମି ତିଆରି କରିଥିବା ଖାଦ୍ୟ ଦିଅ।’’ ମାଆଙ୍କ ହାତ ତିଆରି ରାନ୍ଧଣା ସହ ସାଲାଡ୍ ହେଉଛି ତାଙ୍କର ନିତିଦିନିଆ ଖାଦ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/28/salman-khan-2025-12-28-01-32-44.jpg)