parineeti gives birth babyboy ପୁତ୍ର ସନ୍ତାନର ମା’ ହେଲେ ପରିଣୀତି: ଅଭିନେତ୍ରୀଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ

ଶେଷରେ ସମସ୍ତ ଅପେକ୍ଷାର ଅନ୍ତ ଘଟିଥିଲା। ରାଘବ ଚଢା ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଘୋଷଣା କରିଛନ୍ତି ଯେ ପରିଣୀତି ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଦୁହେଁ ପିତାମାତା ହେବାର ସୌଭାଗ୍ୟ ପାଇଥିବାରୁ ଖୁବ ଖୁସି ଅଛନ୍ତି।

New Project

parineeti-chopra sambad.in

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ରବିବାର ଅପରାହ୍ନ‌ରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ଉତ୍ସାହ ଭରି ଯାଇଥିଲା।  

ଶେଷରେ ସମସ୍ତ ଅପେକ୍ଷାର ଅନ୍ତ ଘଟିଥିଲା। ରାଘବ ଚଢା ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଘୋଷଣା କରିଥିଲେ ଯେ ପରିଣୀତି ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଦୁହେଁ ପିତାମାତା ହେବାର ସୌଭାଗ୍ୟ ପାଇଥିବାରୁ ଖୁବ ଖୁସି ଅଛନ୍ତି।

ଅଧିକପଢ଼ନ୍ତୁ:ଜାଲ ପାସପୋର୍ଟ ରାକେଟ୍, ୪୦୦ ବାଂଲାଦେଶୀ ହାସଲ କରିଥିଲେ ଭାରତୀୟ ପାସପୋର୍ଟ

ପରିଣୀତି ଏବଂ ରାଘବଙ୍କ ପରିବାର ମଧ୍ୟ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି। ଦୀପାବଳି ଅବସରରେ ସେମାନଙ୍କର ଛୋଟ ଅତିଥିଙ୍କ ଆଗମନକୁ ପାଳନ କରିବାକୁ ସମଗ୍ର ପରିବାର ଉତ୍ସାହିତ ଅଛନ୍ତି।

ଚଳିତ ବର୍ଷ ଅଗଷ୍ଟରେ, ପରିଣୀତି ଚୋପ୍ରା ଏବଂ ରାଘବ ଚଢା ଇନଷ୍ଟାଗ୍ରାମରେ ପ୍ରଶଂସକମାନଙ୍କ ସହ ଏହି ଖୁସି ଖବର ସେୟାର କରିଥିଲେ। କ୍ୟାପସନରେ ରାଘବ ଓ ପରିଣୀତି ଲେଖିଥିଲେ, ଯେ ସେମାନେ ଖୁବ୍ ଶୀଘ୍ର ଦୁଇରୁ ତିନି ହେବାକୁ ଯାଉଛନ୍ତି।

ଅଧିକପଢ଼ନ୍ତୁ:୨୬ ଲକ୍ଷ ଦୀପରେ ଝଲସି ଉଠିଲା ଅଯୋଧ୍ୟା

ପରିଣୀତି ଚୋପ୍ରା ଏବଂ ରାଘବ ଚଢା ୨୦୨୩ ମସିହାରେ ଉଦୟପୁରରେ ବିବାହ କରିଥିଲେ। ଲୀଲା ପ୍ୟାଲେସରେ ଅନୁଷ୍ଠିତ ସେମାନଙ୍କର ବିବାହରେ କେବଳ କିଛି ନିକଟତମ ବନ୍ଧୁ ଏବଂ ପରିବାର ଉପସ୍ଥିତ ଥିଲେ। 

parineeti chopra babyboy

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe