ollywood: ଓଲିଉଡ୍‌ରେ ପ୍ରାନ୍ତିକା

Advertisment

ଦକ୍ଷିଣ ଭାରତୀୟ ଓ ବଙ୍ଗୀୟ ନାୟିକା ପ୍ରାନ୍ତିକା ଦାସ ଏବେ ଓଡ଼ିଆ ସିନେମାରେ। ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର ‘ସଦା ନୀ ପ୍ରେମାଲୋ’ ମାଧ୍ୟମରେ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ।

ଦକ୍ଷିଣ ଭାରତୀୟ ଓ ବଙ୍ଗୀୟ ନାୟିକା ପ୍ରାନ୍ତିକା ଦାସ ଏବେ ଓଡ଼ିଆ ସିନେମାରେ। ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର ‘ସଦା ନୀ ପ୍ରେମାଲୋ’ ମାଧ୍ୟମରେ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ।

sfshsfhshfs

ଦକ୍ଷିଣ ଭାରତୀୟ ଓ ବଙ୍ଗୀୟ ନାୟିକା ପ୍ରାନ୍ତିକା ଦାସ ଏବେ ଓଡ଼ିଆ ସିନେମାରେ। ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର ‘ସଦା ନୀ ପ୍ରେମାଲୋ’ ମାଧ୍ୟମରେ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେହିବର୍ଷ ସେ ହଟ୍‌ଷ୍ଟାର୍‌ରେ ପ୍ରସାରିତ ୱେବ୍‌ସିରିଜ୍‌ ‘ଏ ଡେ ଇନ୍ ୱିଣ୍ଟର୍‌’ରେ ବି ନଜର ଆସିଥିଲେ। ବଙ୍ଗଳା ଛବି ‘ଦାରୋଗା ମାମୁର କୀର୍ତ୍ତି’, ‘ତିଳୋତ୍ତମା’ ‘ଭର୍ଗ’ରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି ପ୍ରାନ୍ତିକା। ହିନ୍ଦୀ ଛବି ‘ଭୁଲ୍‌ ଭୁଲୈୟା ୩’ରେ ବି ସେ ଅଭିନୟ କରିଛନ୍ତି। 

Pre-Christmas Festival: ଘୁ.ଉଦୟଗିରିରେ ପ୍ରାକ୍ ଖ୍ରୀଷ୍ଟମାସ ମହୋତ୍ସବ ମହାଆଡ଼ମ୍ବରରେ ପାଳିତ

ଏବେ ଓଡ଼ିଆ ଛବିରେ ଅଭିନୟ କରିବାକୁ ଯାଉଛନ୍ତି ପ୍ରାନ୍ତିକା। ଅରବିନ୍ଦ ମିଶ୍ରଙ୍କ ପ୍ରଯୋଜିତ ‘ବିବାହ ଡଟ୍ କମ୍’ ଜରିଆରେ ସେ ଓଲିଉଡ୍‌ ଡେବ୍ୟୁ କରୁଛନ୍ତି। ‘ସାତ ସୁରେ ବନ୍ଧା ଏ ଜୀବନ’, ‘ଡାଡି ଦ ଲିଭିଂ ଗଡ୍’ ଓ ‘ମାମା ୱେଡସ୍ ପାପା’ ଫେମ୍  ଆପୁ କାନୁନ୍‌ଗୋ ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ ଶଙ୍କର ତ୍ରିପାଠୀ ଏହାର ସଂଳାପ ରଚନା କରିଛନ୍ତି। ବିକାଶ ଦାସଙ୍କ ସଂଗୀତ  ନିର୍ଦ୍ଦେଶନାରେ ଗୀତ ରଚନା କରିଛନ୍ତି ବାପୁ ଗୋସ୍ବାମୀ। ‘ବିବାହ ଡଟ୍ କମ୍’ ନିକଟରେ ଫ୍ଲୋର୍‌କୁ ଯାଇଛି ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ପ୍ରାନ୍ତିକା ୨୦୧୯ରେ ରିୟାଲିଟି ସୋ’ ‘ଡାବର୍‌ ଗୁଲାବରୀ ଗୋଲାପପରୀ’ର ବିଜେତା ଥିଲେ। ପ‌ରେ ସେ ବଲିଉଡ୍ ରିୟାଲିଟି ସୋ’ ‘ସ୍ୱୟମ୍ବର ମିକା ଦି ଭୋହତି’ରେ ଫାଇନାଲିଷ୍ଟ୍‌ ଭାବରେ ବି ନଜର ଆସିଥିଲେ। ଏହା ତାଙ୍କୁ ଲୋକପ୍ରିୟତା ଆଣି ଦେଇଥିଲା।

UAE Floods: ଅବିଶ୍ରାନ୍ତ ବର୍ଷା ପରେ ୟୁଏଇରେ ବନ୍ୟା ପରିସ୍ଥିତି: ବୁଡ଼ିଲା ରାସ୍ତା, ବିମାନ ବାତିଲ, ଜଳବନ୍ଦୀ ଜୀବନ…

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe