ତୃତୀୟ ଦିନରେ 'ପୁଷ୍ପା-୨' ଭାଙ୍ଗିଲା ସବୁ ରେକର୍ଡ!

Advertisment

ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭୀନିତ ଫିଲ୍ମ ‘ପୁଷ୍ପା ୨: ଦ ରୁଲ୍’ କମାଲ କରୁଛି। ପ୍ରଶଂସକମାନେ ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା-୨' ରିଲିଜକୁ ଅପେକ୍ଷା କରିଥିଲେ। ଶେଷରେ ଡିସେମ୍ବର ୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା।

Updated On

ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭୀନିତ ଫିଲ୍ମ ‘ପୁଷ୍ପା ୨: ଦ ରୁଲ୍’ କମାଲ କରୁଛି। ପ୍ରଶଂସକମାନେ ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା-୨' ରିଲିଜକୁ ଅପେକ୍ଷା କରିଥିଲେ। ଶେଷରେ ଡିସେମ୍ବର ୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା।

ଅଦ୍ୟତନ ହୋଇଛି
5b8904d5-f9a3-41b1-bf2b-05bb3ef41019

ମୁମ୍ବାଇ: କମାଲ କରୁଛି ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭୀନିତ ଫିଲ୍ମ ‘ପୁଷ୍ପା ୨: ଦ ରୁଲ୍’। ପ୍ରଶଂସକମାନେ ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା-୨' ରିଲିଜକୁ ଅପେକ୍ଷା କରିଥିଲେ। ଶେଷରେ ଡିସେମ୍ବର ୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ତିନି ଦିନର ରୋଜଗାରରୁ ଫିଲ୍ମ ବିଷୟରେ ପ୍ରଶଂସକଙ୍କ ମଧ୍ୟରେ କେତେ କ୍ରେଜ୍ ଅଛି ତାହା ସ୍ପଷ୍ଟ ଦେଖାଯାଉଛି। ଫିଲ୍ମଟି ଖୁବଶୀଘ୍ର ୪୦୦ କୋଟି ପାର କରିବାକୁ ଯାଉଛି। ପ୍ରଶଂସକମାନେ ଫିଲ୍ମକୁ ଏତେ ପସନ୍ଦ କରନ୍ତି ଯେ, ଟିକେଟ ମଧ୍ୟ ପାଇପାରୁ ନାହାଁନ୍ତି। ଏଭଳି ପରିସ୍ଥିତିରେ, ଆସନ୍ତୁ ଜାଣିବା ତୃତୀୟ ଦିନରେ 'ପୁଷ୍ପା ୨' କେତେ କୋଟି ରୋଜଗାର କରିଛି।

ଏହି ଖବର ପଢ଼ନ୍ତୁ: ୨ଦିନରେ ଆୟ କଲାଣି ୪୦୦କୋଟି!

ରିପୋର୍ଟ ଅନୁଯାୟୀ, ଅଲୁ ଅର୍ଜୁନଙ୍କ 'ପୁଷ୍ପା-୨: ଦ ରୁଲ୍' ପ୍ରଥମ ଦିନରେ ୧୬୪.୨୫ କୋଟି ଟଙ୍କା ରୋଜଗାର କରିଥିଲା। ଦ୍ୱିତୀୟ ଦିନରେ ଏହି ଫିଲ୍ମ ୯୩.୮ କୋଟି ଟଙ୍କା ସଂଗ୍ରହ କରିଥିଲା। ତୃତୀୟ ଦିନରେ, ଫିଲ୍ମର ରୋଜଗାର ରବିବାର ଅର୍ଥାତ୍ ସପ୍ତାହକରୁ ବହୁତ ଲାଭ ପାଇଲା ଏବଂ ୧୧୫ କୋଟି ଟଙ୍କା ରୋଜଗାର କଲା। ଏହି ଆକଳନ ଅନୁଯାୟୀ, 'ପୁଷ୍ପା-୨' ଚଳଚ୍ଚିତ୍ର ମାତ୍ର ତିନି ଦିନ ମଧ୍ୟରେ ୩୮୩.୭ କୋଟି ଟଙ୍କା ଆୟ କଲାଣି। 

ଏହି ଖବର ପଢ଼ନ୍ତୁ: ଏତେ କୋଟିର ମାଲିକ ଭଂୱର ସିଂହ ଶେଖାୱତ୍

ଅଲୁ ଅର୍ଜୁନଙ୍କ ଅଭୀନିତ 'ପୁଷ୍ପା-୨' ରେକର୍ଡ ଭାଙ୍ଗିଛି। ତୃତୀୟ ଦିନର ବକ୍ସ ଅଫିସ୍ ରୋଜଗାର ସାମ୍ନାକୁ ଆସିଛି, ଯେଉଁଥିରେ ଅଲୁ ଅର୍ଜୁନଙ୍କ ଏହି ଫିଲ୍ମ ଭାରତର ପ୍ରାୟ ସମସ୍ତ ବଡ଼ବଡ଼ ବଜେଟ ଫିଲ୍ମକୁ ପଛରେ ପକେଇଦେଇଛି।  

ଯଦି 'ପୁଷ୍ପା-୨' ଚଳଚ୍ଚିତ୍ର ପ୍ରଥମ ସପ୍ତାହରେ ଏହିପରି ରୋଜଗାର ଜାରି ରଖେ, ତେବେ ଫିଲ୍ମ ଖୁବଶୀଘ୍ର ୫୦୦ କୋଟିରେ ପହଞ୍ଚିବ ବୋଲି କହିବା ଭୁଲ ହେବ ନାହିଁ। ଫିଲ୍ମଟି ଏଥିପାଇଁ ମାତ୍ର କିଛି ପାଦ ଦୂରରେ ରହିଛି। 

ଏହି ଖବର ପଢ଼ନ୍ତୁ: ଦଳାଚକଟାରେ ଜଣେ ମହିଳା ମୃତ, ଅନେକ ଆହତ

ଆପଣଙ୍କୁ ଜଣାଇଦେଉଛୁ ଯେ, 'ପୁଷ୍ପା ୨: ଦ ରୁଲ୍' ଚଳଚ୍ଚିତ୍ର ହିନ୍ଦୀ ବ୍ୟତୀତ ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ କନ୍ନଡରେ ମୁକ୍ତିଲାଭ କରିଛି। 'ପୁଷ୍ପା ୨' କେବଳ ହିନ୍ଦୀ ଭାଷାରେ ନୁହେଁ। ଅନ୍ୟ ଭାଷାରେ ମଧ୍ୟ ବହୁତ ଭଲ ରୋଜଗାର କରୁଛି।

ଏହି ଖବର ପଢ଼ନ୍ତୁ: ସିନ୍ ଦେଖିବା ପାଇଁ ପ୍ରବଳ ଭିଡ଼, କଳାକାର ନିରାଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe