Pushpa in a negative role: ନକାରାତ୍ମକ ଭୂମିକାରେ ପୁଷ୍ପା

Advertisment

ଜୟଦେବ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ଚଳଚ୍ଚିତ୍ର ‘ନିଷିଦ୍ଧସ୍ବପ୍ନ’ରୁ ଅଭିନୟ ଯାତ୍ରା ଆରମ୍ଭ କରି ପ୍ରାୟ ଚାରି ଦଶନ୍ଧି ଧରି ଓଲିଉଡ୍‌ରେ ସକ୍ରିୟ ଅଛନ୍ତି ବରିଷ୍ଠ ଅଭିନେତ୍ରୀ ପୁଷ୍ପା ପଣ୍ଡା। ଯେଉଁ କାହାଣୀରେ ସ୍ନେହୀ ମାଆ ଚରିତ୍ର ଥିବ....

ଜୟଦେବ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ଚଳଚ୍ଚିତ୍ର ‘ନିଷିଦ୍ଧସ୍ବପ୍ନ’ରୁ ଅଭିନୟ ଯାତ୍ରା ଆରମ୍ଭ କରି ପ୍ରାୟ ଚାରି ଦଶନ୍ଧି ଧରି ଓଲିଉଡ୍‌ରେ ସକ୍ରିୟ ଅଛନ୍ତି ବରିଷ୍ଠ ଅଭିନେତ୍ରୀ ପୁଷ୍ପା ପଣ୍ଡା। ଯେଉଁ କାହାଣୀରେ ସ୍ନେହୀ ମାଆ ଚରିତ୍ର ଥିବ....

fshhfshfshfs

ଜୟଦେବ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ଚଳଚ୍ଚିତ୍ର ‘ନିଷିଦ୍ଧସ୍ବପ୍ନ’ରୁ ଅଭିନୟ ଯାତ୍ରା ଆରମ୍ଭ କରି ପ୍ରାୟ ଚାରି ଦଶନ୍ଧି ଧରି ଓଲିଉଡ୍‌ରେ ସକ୍ରିୟ ଅଛନ୍ତି ବରିଷ୍ଠ ଅଭିନେତ୍ରୀ ପୁଷ୍ପା ପଣ୍ଡା। ଯେଉଁ କାହାଣୀରେ ସ୍ନେହୀ ମାଆ ଚରିତ୍ର ଥିବ, ସେଠି ନିର୍ଦ୍ଦେଶକ ଆଗେ ଖୋଜନ୍ତି ପୁ‌ଷ୍ପାଙ୍କୁ। ଏଭଳି ଚରିତ୍ରରେ ସେ ଅନେକ ଓଡ଼ିଆ ଛବିରେ ନଜର ଆସିଛନ୍ତି। ହେଲେ ଖୁବ୍‌ ଶୀଘ୍ର ଦର୍ଶକ ତାଙ୍କୁ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ରକ୍ତଲୀଳା’ରେ ଜଣେ ଖଳ ପ୍ରକୃତିର ମାଆ ଭୂମିକାରେ ଦେଖିବାକୁ ପାଇବେ। ଏଥିରେ ତାଙ୍କ ଅଭିନୀତ ଚରିତ୍ରର ନାଆଁ ରହିଛି ଶକୁନ୍ତଳା ଦେବୀ। ଦୁଇ ପୁଅଙ୍କ ମାଆ ରାଣୀ ଶକୁନ୍ତଳା। ତାଙ୍କର ଅନ୍ୟାୟ-ଅନୀତି ବିରୋଧରେ ସ୍ବର ଉତ୍ତୋଳନ କ‌େର ବିଦ୍ରୋହୀ ଯୁବକ ଶିବା। ଏହାକୁ ପ୍ରତିହତ କରନ୍ତି ଶକୁନ୍ତଳା। ଆରମ୍ଭ ହୁଏ ରକ୍ତପାତ। ଏଥିରେ ସେ ସଫଳ ହୁଅନ୍ତି ନା ‌ଏଥିଲାଗି ଅନୁତାପ କରନ୍ତି ସେ? ଏ ପ୍ରଶ୍ନର ଉତ୍ତର ଜାଣିବାକୁ ଆପଣଙ୍କୁ ଦେବାଶିଷ ମହାରଣାଙ୍କ ନିର୍ଦ୍ଦେଶିତ ‘ରକ୍ତଲୀଳା’ର ରିଲିଜ୍‌କୁ  ଅପେକ୍ଷା କରିବାକୁ ପଡ଼ିବ।

Horoscope 2026 February 14 : ଜାଣନ୍ତୁ ଆଜିର ରାଶିଫଳ

ତେବେ ଏକ ନେଗେଟିଭ୍ ଚରିତ୍ର କରିବା ଲାଗି କାହିଁକି ରାଜି ହେଲେ ବୋଲି ପଚାରିବାରୁ ପୁଷ୍ପା ପଣ୍ଡା କହିଛନ୍ତି, ‘‘ମୁଁ ସବୁବେଳେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ଆଗ୍ରହୀ। ହେଲେ ମତେ ଅଧିକାଂଶ ସମୟରେ ମମତାମୟୀ ମାଆ, ଭାଉଜ ଓ ଭଉଣୀ ଭୂମିକା ମିଳିଛି।  କିନ୍ତୁ ‘ଆଜିର ରେବତୀ’ରେ ମୋତେ ନେଗେଟିଭ୍ ସେଡ୍ ଥିବା ରୋଲ୍ ମିଳିଥିଲା। ହେଲେ ‘ରକ୍ତଲୀଳା’ରେ ସଂପୂର୍ଣ୍ଣ ଖଳନାୟିକୀ କରିଛି ମୁଁ। ଟିକେ ଭିନ୍ନ ଧରଣର ଚରିତ୍ର ଲାଗି ସୁଯୋଗ ମିଳିଥିବାରୁ ପରୀକ୍ଷାମୂଳକ ଭାବେ ଗ୍ରହଣ କରିଛି। ବାକି ଦର୍ଶକ କିପରି ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ମୁଁ ଉତ୍କଣ୍ଠିତ ଅଛି।’’

Football: କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍‌ବଲ୍‌ : ସେମି‌ରେ ପପୁଲାର କ୍ଲବ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe