ଓଜନ ହ୍ରାସକୁ ନେଇ ‌ଟ୍ରୋଲ କରୁଥିବା ଲୋକଙ୍କୁ ଜବାବ ଦେଲେ ରାମ କପୁର

ରାମ କପୁର ୫୫ କିଲୋ ଓଜନ ହ୍ରାସ କରିଛନ୍ତି। ଏହି କ୍ରମରେ ଖବର ଆସିଛି କି ସେ ୫୫କିଲୋ ଓଜନ ଅସ୍ତ୍ରୋପଚାର କରି ହ୍ରାସ କରିଛନ୍ତି। ସମ୍ପ୍ରତି ନିଜର ଓଜନ ହ୍ରାସକୁ ରାମ କପୁର  ପ୍ରତିକ୍ରିୟା ଦେଇ ଏକ ଭିଡିଓ ସେୟାର କରିଛନ୍ତି।

ery

re Photograph: (wrt)

ନୂଆଦିଲ୍ଲୀ: ଅଭିନେତା ରାମ କପୁର ତାଙ୍କର ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ପାଇଁ ଚର୍ଚ୍ଚାର ପରିସରରେ ଅଛନ୍ତି। ସୋସିଆଲ ମିଡିଆରେ ରାମ କପୁରଙ୍କ ଫ୍ୟାଟ୍ ଟୁ ଫିଟ୍ ଯାତ୍ରା ଭାଇରାଲ୍ ହୋଇଛି। 

ଅଧିକପଢ଼ନ୍ତୁ:ଶ୍ରେଷ୍ଠ ୫ଟି ରାଜ୍ୟ ଭିତରେ ରହିବା ପାଇଁ ଓଡ଼ିଶାର ଲକ୍ଷ୍ୟ

ରାମ କପୁର ୫୫ କିଲୋ ଓଜନ ହ୍ରାସ କରିଛନ୍ତି। ଏହି କ୍ରମରେ ଖବର ଆସିଛି କି ସେ ୫୫କିଲୋ ଓଜନ ଅସ୍ତ୍ରୋପଚାର କରି ହ୍ରାସ କରିଛନ୍ତି। ସମ୍ପ୍ରତି ନିଜର ଓଜନ ହ୍ରାସକୁ ରାମ କପୁର  ପ୍ରତିକ୍ରିୟା ଦେଇ ଏକ ଭିଡିଓ ସେୟାର କରିଛନ୍ତି।


ଭିଡିଓରେ ରାମ କପୁର କହିଛନ୍ତି, 'ନମସ୍କାର ମୋର ଇନଷ୍ଟା ପରିବାର, କେମିତି ଅଛ?' ହଠାତ୍ ଏହି ଖବରଟି ଭାଇରାଲ୍ ହୋଇଯାଇଛି, ଅନେକ ଲୋକ ମୋତେ ପଚାରୁଛନ୍ତି ଏବଂ ସେମାନେ ଭାବୁଛନ୍ତି ଯେ ମୁଁ ଓଜନ ହ୍ରାସ କରିବା ପାଇଁ ଅସ୍ତ୍ରୋପଚାର କରିଛି। ପ୍ରଥମତଃ ଏଥିରେ କିଛି ଭୁଲ ନାହିଁ। କିନ୍ତୁ ଏବେ ୩୦ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ମୁଁ ଆପରଙ୍କୁ ପ୍ରମାଣ ଦେଖାଇବି କି ମୁଁ କିଛି କରି ନାହିଁହିଁ। 

ଅଧିକପଢ଼ନ୍ତୁ:ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ମଦ ଡ୍ରମ ଭିତରେ ପଡ଼ି ତିନିବର୍ଷ ଶିଶୁର ମୃତ୍ୟୁ

ରାମ କହିଛନ୍ତି, ‘ଫିଟ ସ୍ବାସ୍ଥ୍ୟ ପାଇବା କଠିନ ପରିଶ୍ରମ, ଘଣ୍ଟା ଘଣ୍ଟା ପରିଶ୍ରମ ଆବଶ୍ୟକ ହୋଇଥାଲ। ଅସ୍ତ୍ରୋପଚାର କେବଳ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ କିନ୍ତୁ ବଡ଼ି ତିଆରି କରି ପାରେ 
ମୁଁ ଚାରିରୁ ଛଅ ମାସ ମଧ୍ୟରେ ଏକ ୬-ପ୍ୟାକ୍ ତିଆରି କରିବାକୁ ଯାଉଛି। ଏଥିପାଇଁ କଠିନ ପରିଶ୍ରମ ଆବଶ୍ୟକ। ବୁଝିପାରୁଛ! ଏବେ ତ ଆପଣମାନେ ମୋ କଥାକୁ ବିଶ୍ୱାସ କରି ପାରିବେ?'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe