Last post Photograph: (sambad.in)
ମୁମ୍ବାଇ: ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ପରଲୋକ ହୋଇଛି। ଭିଲେ ପାର୍ଲେ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ସମଗ୍ର ସିନେମା ଶିଳ୍ପରେ ଶୋକର ଛାୟା ଖେଳାଇ ଦେଇଛି।
ଧର୍ମେନ୍ଦ୍ର ସୋସିଆଲ ମିଡିଆରେ ଖୁବ ସକ୍ରିୟ ଥିଲେ। ସେ ପ୍ରାୟତଃ ସୋସିଆଲ ମିଡିଆରେ ଭିଡିଓ ଓ ଫଟୋ ଆଦି ପୋଷ୍ଟ କରିବା ସହିତ ପ୍ରଶଂସକଙ୍କ ସହ ଭାବବିନିମୟ କରୁଥାଆନ୍ତି। ଧର୍ମେନ୍ଦ୍ର ସୋସିଆଲ ମିଡିଆରେ କରିଥିବା ଭିଡିଓଗୁଡ଼ିକ ମଧ୍ୟରେ ଗୋଟିଏ ଭିଡିଓରେ ଧର୍ମେନ୍ଦ୍ର ମୃତ୍ୟୁ ବିଷୟରେ ଆଲୋଚନା କରିଛନ୍ତି।
ଅଧିକପଢ଼ନ୍ତୁ:ମା’ଙ୍କ ମୃତ୍ୟୁ ଖବର ପାଇ ପୁଅ କହିଲା, ‘ଫ୍ରିଜରେ ରଖି ଦେଇଥାଅ, ସମୟ ହେଲେ ଯାଇ ନେଇ ଆସିବି’
ମୃତ୍ୟୁକୁ ନେଇ ଧର୍ମେନ୍ଦ୍ରଙ୍କ ପୋଷ୍ଟ
ଗୋଟିଏ ଭିଡିଓରେ ଧର୍ମେନ୍ଦ୍ର କହୁଥିବା ଶୁଣିବାକୁ ମିଳୁଛି, "ବନ୍ଧୁଗଣ, ସବୁକିଛି ପାଇବା ପରେ ମଧ୍ୟ ଜୀବନରେ କିଛି ହାସଲ ହୁଏ ନାହିଁ। ଜୀବନ କାହିଁକି ଚାଲିଯାଏ? ଜଣାନାହିଁ କେଉଁଠାକୁ ନେଇଯିବ? କିଏ ନେଇଯିବ? କିପରି ନିଆଯିବ? ଛାଡ଼ନ୍ତୁ ଏସବୁ ତ ମାନବ ପ୍ରକୃତି, ସଂଗ୍ରହ କରି ରଖ।"
ଧର୍ମେନ୍ଦ୍ରଙ୍କ କବିତା ପାଠ
ଧର୍ମେନ୍ଦ୍ର କବିତା ପାଠ ମଧ୍ୟ କରୁଥିଲେ। ଯାହାକୁ ତାଙ୍କ ଫ୍ୟାନ୍ସମାନେ ଖୁବ ପସନ୍ଦ ବି କରିବା ସହିତ ନିଜନିଜ ଆକାଉଣ୍ଟରେ ସେୟାର କରୁଥିଲେ। ଧର୍ମେନ୍ଦ୍ରଙ୍କ କର୍ମ କ୍ଷେତ୍ର ବିଷୟରେ କହିବାକୁ ଗଲେ ସେ ଶେଷ ଥର ପାଇଁ ଶାହିଦ କପୁର ଏବଂ କୃତି ସାନନଙ୍କ ଅଭିନୀତ "ତେରୀ ବାତେଁ ମେଁ ଉଲଜା ଜିୟା" ଚଳଚ୍ଚିତ୍ରରେ ନଜର ଆସିଥିଲେ।
ଆଗାମୀ ସିନେମା "ଇକ୍କିସ୍"
ଧର୍ମେନ୍ଦ୍ର ଡିସେମ୍ବର ୨୫ ତାରିଖରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ଥିବା "ଇକ୍କିସ୍" ଚଳଚ୍ଚିତ୍ରରେ ନଜର ଆସିବେ। ଅଗସ୍ତ୍ୟ ନନ୍ଦ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଗତସୋମବାର ଚଳଚ୍ଚିତ୍ରକୁ ନେଇ ଧର୍ମେନ୍ଦ୍ରଙ୍କ ପୋଷ୍ଟର ରିଲିଜ୍ ହୋଇଥିଲା। ପୋଷ୍ଟର ଦେଖି ଧର୍ମେନ୍ଦ୍ରଙ୍କ ପ୍ରଶଂସକମାନେ ସିନେମାକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଅଭିନେତାଙ୍କ ଏଭଳି ମୃତ୍ୟୁ ସେମାନଙ୍କୁ ଶକ୍ତ ଆଘାତ ଦେଇଛି।
ଅଧିକପଢ଼ନ୍ତୁ:ବାପାଙ୍କ ହମ୍ବର୍ ସାଇକେଲ୍, ସନ୍ତୋଷ ମିଶ୍ରଙ୍କ କଲମରୁ ତାଙ୍କ ବାପାଙ୍କ ସ୍ମୃତିରେ...
Follow Us