କ୍ୟାମେରା ମ୍ୟାନଙ୍କ ସାମ୍ନାରେ ପୋଷା କୁକୁରକୁ ଧରି ମୁହଁ ଲୁଚାଇଲେ ଶାହରୁଖ

ମୁମ୍ବାଇ ଯାତ୍ରା ସମୟରେ କ୍ୟାମେରା ମ୍ୟାନଙ୍କ ସାମ୍ନାରେ ପୋଷା କୁକୁରକୁ ଧରି ମୁହଁ ଲୁଚାଇଲେ ଶାହରୁଖ। ମୁହଁ ଲୁଚା ଫଟୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

dfdsf

ମୁମ୍ବାଇ: ବଲିଉଡ ବାଦଶାହ ଶାହରୁଖ ଖାନ ପରିବାର ସହିତ କିଛିଦିନ ପୂର୍ବରୁ ଅଲିବାଗ ଯାଇଥିଲେ। ଚଳିତବର୍ଷ ଶାହରୁଖ ଖାନ ଅଲିବାଗରେ ହିଁ ଖ୍ରୀଷ୍ଟମାସ ପାଳନ କରିଥିଲେ। ଖ୍ରୀଷ୍ଟମାସ ପାଳନ ପରେ ଶାହରୁଖ ମୁମ୍ବାଇ ଫେରି ଆସିଛନ୍ତି। 

ଅଧିକପଢ଼ନ୍ତୁ:ଭାଇ ନୀତିଶଙ୍କ ଶତକ ପରେ ଉଉଣୀର ପ୍ରତିକ୍ରିୟା

ସୋସିଆଲ ମିଡିଆରେ ଶାହରୁଖଙ୍କ ଏକ ଭିଡିଓ  ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ବ୍ଲାକ ହୁଡିରେ ନିଜର ଚେହେରା ଢ଼ାଙ୍କିଥିବା ଦେଖିବାକୁ ମିଳୁଛି। ଏଥିସହିତ ସାଥୀରେ ଏକ କୁକୁର ଛୁଆ ଧରିଥିବା ନଜରକୁ ଆସିଛି। ଶାହରୁଖଙ୍କ ସହିତ ଏହି ସମୟରେ ଗୌରୀ ଓ ଝିଅ ସୁହାନା ଖାନ ବି ଥିଲେ। 

ଅଧିକପଢ଼ନ୍ତୁ:ହୋଟେଲ ରୁମରୁ ମିଳିଲା ମଲୟାଲମ ଅଭିନେତାଙ୍କ ମୃତଦେହ

ତେବେ ଶାହରୁଖ ହୁଡିରେ ନିଜ ଚେହେରା ଢ଼ାଙ୍କିଥିବା ଫଟୋ ସୋସିଆଲ ମିଡିଆ‌ରେ ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସମାନେ ନିରାଶ ହେବା ସହିତ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଶାହରୁଖ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ସବୁବେଳେ ଖୋଲା ବହି ପରି ଥାଆନ୍ତି। ତେବେ ଏଥିର ସେ ନିଜ ଚେହେରାକୁ କାହିଁକି ଏଭଳି ହୁଡ଼ିରେ ଲୁଚାଇ କୌଣସି ପ୍ରତିକ୍ରିୟା ନଦେଇ ଚାଲିଗଲେ। ଏହାପଛର କ’ଣ କାରଣ ଥାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe