Music video: ମ୍ୟୁଜିକ୍ ଭିଡିଓରେ ଶୁଭୋଜିତ୍

Advertisment

ମ୍ୟୁଜିକ୍ ଭିଡିଓରେ ନାୟକ ଭୂମିକାରେ ନଜର ଆସିବେ ଟେଲିଭିଜନ୍‌ ଉପସ୍ଥାପକ ଶୁଭୋଜିତ। ସ୍ନେହଲତା ପ୍ରଡକ୍ସନସ୍ ବ୍ୟାନରରେ ନିର୍ମିତ ‘କୁଆଁରୀ ଲାଜ’ରେ ସେ ଅଭିନୟ କରିଛନ୍ତି।

ମ୍ୟୁଜିକ୍ ଭିଡିଓରେ ନାୟକ ଭୂମିକାରେ ନଜର ଆସିବେ ଟେଲିଭିଜନ୍‌ ଉପସ୍ଥାପକ ଶୁଭୋଜିତ। ସ୍ନେହଲତା ପ୍ରଡକ୍ସନସ୍ ବ୍ୟାନରରେ ନିର୍ମିତ ‘କୁଆଁରୀ ଲାଜ’ରେ ସେ ଅଭିନୟ କରିଛନ୍ତି।

shfsfhfhxbbv

ମ୍ୟୁଜିକ୍ ଭିଡିଓରେ ନାୟକ ଭୂମିକାରେ ନଜର ଆସିବେ ଟେଲିଭିଜନ୍‌ ଉପସ୍ଥାପକ ଶୁଭୋଜିତ। ସ୍ନେହଲତା ପ୍ରଡକ୍ସନସ୍ ବ୍ୟାନରରେ ନିର୍ମିତ ‘କୁଆଁରୀ ଲାଜ’ରେ ସେ ଅଭିନୟ କରିଛନ୍ତି। ଏଥିରେ ତାଙ୍କ ସହ ନବାଗତ ଆଞ୍ଚଲ୍‌, ଅର୍ଚ୍ଚିତା, ଶୁଭେଚ୍ଛା ଓ ପ୍ରଶାନ୍ତ ଅଛନ୍ତି। ସହରରୁ ଆସିଥିବା ଜଣେ ସରକାରୀ ଅଧିକାରୀ ଓ ଗାଁର ଜଣେ ଚୁଲବୁଲି ଯୁବତୀଙ୍କ ମଧ୍ୟରେ କିପରି ପ୍ରେମ ସମ୍ପର୍କ ଗଢ଼ିଉଠୁଛି, ତାହା ହିଁ ଏହି ମ୍ୟୁଜିକ୍ ଭିଡିଓର ବିଷୟବସ୍ତୁ।

Cold Waves: ଅସହ୍ୟ ଥଣ୍ଡା ଯୋଗୁଁ ଓଡ଼ିଶାର ଦାର୍ଜିଲିଂରେ ଲୋକେ କଲବଲ

ସ୍ବୟମ୍‌ ପାଢ଼ୀ ଏଥିରେ କଣ୍ଠଦାନ କରିଥିବା ବେଳେ ସୁବ୍ରତ ଜେନା ଗୀତ ରଚନା କରିଛନ୍ତି। ଆୟୁଷ୍ମାନ ଓ ଯତିସୁନ୍ଦର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। କେ. ଅଭି ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଓ ନୃତ୍ୟ ସଂଯୋଜନା କରିଥିବା ବେଳେ ଧୀରେନ୍ ସାହୁ ଡି.ଓ.ପି. ଦାୟିତ୍ବ ତୁଲାଇଛନ୍ତି। ପ୍ରଯୋଜନାରେ ଅଛନ୍ତି ସ୍ନେହଲତା ପଣ୍ଡା, ପ୍ରଫୁଲ୍ଲ ପଣ୍ଡା ଓ ଶୁଭଶ୍ରୀ ପଣ୍ଡା। ସୂଚନାଯୋଗ୍ୟ, ଟେଲିଭିଜନ୍‌ ଜଗତରେ ପ୍ରତିଷ୍ଠିତ ଉପସ୍ଥାପକ ଶୁଭୋଜିତ୍ ପଣ୍ଡା ପୂର୍ବରୁ ୮ରୁ ଅଧିକ ଟିଭି କାର୍ଯ୍ୟକ୍ରମ ଏବଂ ୨,୦୦୦ରୁ ଅଧିକ ଷ୍ଟେଜ୍‌ ସୋ’ରେ ଉପସ୍ଥାପନା କରିସାରିଛନ୍ତି।

New Delhi: ଗୋଟିଏ ପରିବାରର ୩ଜଣଙ୍କ ସମୁହ ଆତ୍ମହତ୍ୟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe