Singer rishabh tandon died due to heart attack Photograph: (instagram)
ନୂଆଦିଲ୍ଲୀ: ହୃଦଘାତ ଛଡ଼ାଇ ନେଲା ଗାୟକ ଋଷଭ ଟଣ୍ଡନଙ୍କ ଜୀବନ। ମନୋରଞ୍ଜନ ଇଣ୍ଡଷ୍ଟ୍ରିରୁ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରଥମେ ଗାୟକ ଜୁବିନ୍ ଗର୍ଗ ଏବଂ ଏବେ ଋଷଭ ଟଣ୍ଡନ୍ । ୩୫ବର୍ଷ ବୟସରେ ଋଷଭଙ୍କ ଦେହାନ୍ତ ହୋଇଥିବା ଜଣାଯାଇଛି। ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଥିବା ବେଳେ ବୁଧବାର ଅର୍ଥାତ୍ ଆଜି ତାଙ୍କର ଜଣେ ବନ୍ଧୁ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଋଷଭ ତାଙ୍କ ପରିବାରକୁ ଭେଟିବା ପାଇଁ ଦିଲ୍ଲୀସ୍ଥିତ ତାଙ୍କ ଘରକୁ ଯାଇଥିଲେ, ଯେଉଁଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା ବୋଲି କୁହାଯାଉଛି। ଋଷଭ "ୟେ ଆଶିକି," "ଇଶ୍କ ଫକିରାନା" ଏବଂ "ଚାନ୍ଦ ତୁ" ଭଳି ଲୋକପ୍ରିୟ ଗୀତ ଗାଇଥିବା ଜଣାଯାଇଛି।
କେଉଁଠି ରହୁଥିଲେ ଋଷବ?
ଋଷଭ ଟଣ୍ଡନ୍ ତାଙ୍କ ପତ୍ନୀଙ୍କ ସହିତ ମୁମ୍ବାଇରେ ରହୁଥିଲେ। ପ୍ରାଣୀମାନଙ୍କ ପ୍ରତି ତାଙ୍କର ଗଭୀର ଭଲପାଇବା ଥିଲା। ତାଙ୍କ କ୍ୟାରିଅରରେ, ରିଷଭ ସଙ୍ଗୀତ ଏବଂ ଅଭିନୟ ଉଭୟରେ ସ୍ୱତନ୍ତ୍ରତା ହାସଲ କରିଥିଲେ। ସେ ଜଣେ ପ୍ରବୀଣ ଗାୟକ ଏବଂ ସଂଗୀତକାର ଥିଲେ, ଏବଂ ତାଙ୍କର ଅନେକ ଗୀତ ଯୁବପିଢ଼ିଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଥିଲା। ତାଙ୍କର ମଞ୍ଚ ନାମ "ଫକିର" ଥିଲା।
ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ପ୍ରଶଂସକ
ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଛନ୍ତି । ରିଷଭ ଟଣ୍ଡନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ସେ ରୁଷର ଓଲେସିଆ ନେଡୋବେଗୋବାଙ୍କୁ ବିବାହ କରିଥିଲେ। ଏକ ସାକ୍ଷାତକାରରେ ଋଷଭ ପ୍ରକାଶ କରିଥିଲେ ଯେ, ସେ ଉଜବେକିସ୍ତାନରେ ଓଲେସିଆଙ୍କୁ ହଠାତ୍ ଭେଟିଥିଲେ। ଓଲେସିଆ ତାଙ୍କ ଡିଜିଟାଲ ସିରିଜ୍ର ଲାଇନ୍ ପ୍ରଯୋଜକ ଥିଲେ। ଧୀରେ ଧୀରେ, ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହେଲା ଏବଂ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେଲେ। ତାଙ୍କ ପତ୍ନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ।
ଆହୁରି ପଢ଼ନ୍ତୁ: Pavitra punia engagement to businessman: ଏଜାଜ୍ଙ୍କ ସହ ବ୍ରେକ୍ଅପ୍ ହେବା ପରେ ବ୍ୟବସାୟୀଙ୍କ ପ୍ରେମରେ ପବିତ୍ରା
ଋଷଭଙ୍କ ଶେଷ ପୋଷ୍ଟ
ଋଷଭଙ୍କ ଶେଷ ପୋଷ୍ଟ ତାଙ୍କ ପତ୍ନୀଙ୍କ ସହ ଥିଲା। କରୱା ଚୌଥ ପାଳନ ସମୟର ଫଟୋ ସେୟାର କରିଥିଲେ ଋଷଭ। ଏଭଳି ଗାୟକଙ୍କ ଦେହାନ୍ତ ହେବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଆହୁରି ପଢ଼ନ୍ତୁ: Bjd Leader Bikram Panda Arrested: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ବାନ୍ଧିଲା ପୁଲିସ୍
Follow Us