Actor Athiya Shetty Photograph: (sambad.in)
ମୁମ୍ବାଇ: ବଡ ପରଦାରେ ନାଁ କରିବାକୁ ଯାଇ ସବୁଥିରେ ଫ୍ଲପ୍ ହୋଇଛନ୍ତି ଏହି ସୁନ୍ଦରୀ ତାରକା । ରୂପେଲି ପରଦାରେ ହୁଏତ ତାଙ୍କର ଉଜ୍ଜ୍ୱଳ କ୍ୟାରିଅର ନ ଥାଇପାରେ, କିନ୍ତୁ ସେ ଏବେବି କୋଟି କୋଟି ଟଙ୍କାର ମାଲିକାଣି । ଏହି ଅଭିନେତ୍ରୀ ଆଉ କେହି ନୁହଁନ୍ତି ବରଂ ଷ୍ଟାର କ୍ରିକେଟର କେଏଲ ରାହୁଲଙ୍କ ପତ୍ନୀ ଏବଂ ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀ ।
୩ଟି ଫିଲ୍ମରେ ସରିଗଲା କ୍ୟାରିଅର
ବଲିଉଡ ପରିବାରବାଦର ପିଲାମାନଙ୍କ ଭିତରେ ଆଥିୟା ସେଟ୍ଟୀ ମଧ୍ୟ ଜଣେ ସୁନ୍ଦରୀ । ହୁଏତ ରୂପେଲି ପରଦାରେ ତାଙ୍କର ଉଜ୍ଜ୍ୱଳ କ୍ୟାରିଅର ନ ଥାଇପାରେ, କିନ୍ତୁ ଜଣେ ଷ୍ଟାର କ୍ରିକେଟରଙ୍କୁ ବିବାହ କରିବା ପରେ, ସେ ପୂର୍ବାପେକ୍ଷା ଅଧିକ ଲୋକପ୍ରିୟ ହୋଇଗଲେ । କିନ୍ତୁ ତାଙ୍କର ଫିଲ୍ମ କ୍ୟାରିଅର ଧିରେ ଧିରେ ଶେଷ ହୋଇଗଲା । ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍ ଫଲୋଇଂ କୌଣସି ବଡ଼ ଅଭିନେତ୍ରୀଙ୍କ ଠାରୁ କିଛି କମ୍ ନୁହେଁ । କେବଳ ତିନୋଟି ମୁଖ୍ୟ ଭୂମିକାରେ ସେ ଅଭିନୟ କରିଥିବେ ବେଳେ ସେଗୁଡ଼ିକ ମଧ୍ୟ ସୁପର ଫ୍ଲପ୍ ହୋଇଥିଲା । ଏହି ଅଭିନେତ୍ରୀ ବର୍ଷ ବର୍ଷ ଧରି ଚଳଚ୍ଚିତ୍ରରୁ ଦୂରରେ ଅଛନ୍ତି ।
ଆଥିୟା ୨୦୧୫ ମସିହାରେ "ହିରୋ" ଫିଲ୍ମରେ ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୂରଜ ପାଞ୍ଚୋଲିଙ୍କ ସହ ଅଭିନୟ କରିଥିଲେ। କିନ୍ତୁ, ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା ତଥାପି, ସେ ହାର ମାନି ନଥିଲେ ଏବଂ ତା’ପରେ ‘ମୁବାରକାନ ଏବଂ ‘ମୋତିଚୁର ଚକନାଚୁର’ଭଳି ଫିଲ୍ମ କରିଥିଲେ । କିନ୍ତୁ ଏହି ଫିଲ୍ମଗୁଡ଼ିକ ମଧ୍ୟ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । ଏକ ସାକ୍ଷାତକାରରେ ନୀଲ ସେଟ୍ଟୀ ଆଥିୟା ଅଭିନୟ ଏବଂ ଫିଲ୍ମରୁ ନିଜକୁ ଦୂରେଇ ରଖିବାର କାରଣ ପ୍ରକାଶ କରିଥିଲେ। ସେ ବ୍ୟାଖ୍ୟା କରିଥିଲେ ଯେ "ମୋତିଚୁର ଚକନାଚୁର" ପରେ ଆଥିୟାଙ୍କୁ ଅନେକ ଫିଲ୍ମ ଅଫର ମିଳିଥିଲା, କିନ୍ତୁ ସେ ଆଉ କିଛି କରିବାକୁ ଚାହୁଁ ନଥିଲେ । ସେ ସଫାସଫା କହିଥିଲେ କି ବାପା ମୁଁ ଆଉ ଫିଲ୍ମ କରିବାକୁ ଚାହୁଁନାହିଁ "।
କେଉଁଠୁ ହୁଏ ରୋଜଗାର ?
ଯଦିଓ ଆଥିୟା ନିଜ ଅଭିନୟ କ୍ୟାରିଅରରେ ବିଶେଷ ସଫଳତା ପାଇପାରିଲେ ନାହିଁ କିନ୍ତୁ ସେ ଜଣେ ଫ୍ୟାଶନ୍ ଆଇକନ୍ ଏବଂ ପ୍ରାୟତଃ ତାଙ୍କ ଲୁକ୍ ପାଇଁ ସେ ଚର୍ଚ୍ଚାରେ ରହିଆସିଛନ୍ତି । ସେ ଇନଷ୍ଟାଗ୍ରାମରେ ବେଶ୍ ସକ୍ରିୟ ଥିବାବେଳେ ତାଙ୍କର ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଅନେକ ଆକର୍ଷଣୀୟ ଫଟୋରେ ଭରି ରହିଛି । ଯଦିଓ ସେ ଫିଲ୍ମରୁ ଦୂରରେ ଅଛନ୍ତି, କିନ୍ତୁ ତାଙ୍କୁ ପ୍ରାୟତଃ ଡିଜାଇନରମାନଙ୍କ ପାଇଁ ରାମ୍ପରେ ଚାଲିବାର ଦେଖାଯାଇଥାଏ ।
ଆହୁରି ପଢନ୍ତୁ-
କେବଳ ସେତିକି ନୁହେଁ ସେ ଅନେକ ପ୍ରମୁଖ ବ୍ରାଣ୍ଡକୁ ମଧ୍ୟ ପ୍ରୋତ୍ସାହିତ କରନ୍ତି । କେବଳ ଘରୋଇ ନୁହେଁ ବରଂ ଅନେକ ଆନ୍ତର୍ଜାତୀୟ ବ୍ରାଣ୍ଡର ମଧ୍ୟ ସେ ଏକ ଲୋକପ୍ରିୟ ଚେହେରା ପାଲଟିଛନ୍ତି। ଫ୍ୟାସନ ବ୍ରାଣ୍ଡ ସହ କାମ କରିବା ପାଇଁ ସେ ୩୦ ଲକ୍ଷରୁ ୫୦ ଲକ୍ଷ ଯାଏଁ ଚାର୍ଜ କରନ୍ତି। ଆଥିୟା ସେଟ୍ଟି ତାଙ୍କର ସୋସିଆଲ ମିଡିଆ ଫଲୋଅର୍ସ ମାଧ୍ୟମରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି।
କେତେ କୋଟିର ମାଲିକାଣୀ ଆଥିୟା ?
ରିପୋର୍ଟ ଅନୁସାରେ, ଆଥିୟା ସେଟ୍ଟୀଙ୍କ ପ୍ରାୟ 35-45 କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ଅଟନ୍ତି । ଏହାସହ ଆଥିୟା ସେଟ୍ଟୀ ମଧ୍ୟ ରିଅଲ୍ ଇଷ୍ଟେଟରେ ନିବେଶ କରି ଭଲ ରୋଜଗାର କରୁଛନ୍ତି। ମୁମ୍ବାଇରେ ତାଙ୍କର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ବ୍ୟତୀତ, ସେ ଅନ୍ୟ କେତେକ ସହରରେ ରିଅଲ ଇଷ୍ଟେଟରେ ନିବେଶ କରିଛନ୍ତି। ତେବେ ଏହି ବର୍ଷ ମାର୍ଚ୍ଚ ମାସରେ ଆଥିୟା ସେଟ୍ଟୀ ମା’ ହୋଇଥିବା ବେଳେ ସେ ତାଙ୍କ ଝିଅର ନାମ ଇଭାରା ରଖିଥିଲେ, ଯାହାର ଅର୍ଥ "ଭଗବାନଙ୍କ ଠାରୁ ଉପହାର"।
ଆହୁରି ପଢନ୍ତୁ-
Pan Card Cheating: ଆପଣଙ୍କ ପ୍ୟାନ କାର୍ଡ ବ୍ୟବହାର କରି ଆଉ କେହି ଲୋନ ନେଇନାହାନ୍ତି ତ? ଜାଣନ୍ତୁ କେମିତି ଜାଣିବେ?
Follow Us