Juhi's Secret Wedding: ଏହି କାରଣରୁ ଗର୍ଭବତୀ ହେବା ପର୍ଯ୍ୟନ୍ତ ବିବାହ କଥା ଲୁଚାଇଥିଲେ ଜୁହି

୯୦ଦଶକର ଲୋକପ୍ରିୟ ଅଭିନେତ୍ରୀ ଜୁହି ଚାୱଲା ଆଜି ତାଙ୍କର ୫୮ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୯୫ରେ ସେ ବିବାହ କରିଥିବା ବେଳେ ୨୦୦୧ରେ ସେ ବିବାହିତ ବୋଲି ଜଣାପଡ଼ିଥିଲା। ଏହାର କାରଣ କ’ଣ ଥିଲା ଜାଣନ୍ତି କି?

Juhi Chawla

Juhi Chawla On Secret Marriage Photograph: (sambad.in)

ମୁମ୍ବାଇ: ୯୦ଦଶକର ଲୋକପ୍ରିୟ ଅଭିନେତ୍ରୀ ଜୁହି ଚାୱଲା ଆଜି ତାଙ୍କର ୫୮ତମ ଜନ୍ମଦିନ ପାଳନ କରୁଛନ୍ତି। ୯୦ଦଶକରେ ମୁଖ୍ୟ ଅଭିନେତ୍ରୀ ଭାବେ ସର୍ବାଧିକ ପାରିଶ୍ରମିକ ନେଉଥିବା ଜୁହି, ଜୟ ମେହେତାଙ୍କୁ ଗୁପ୍ତ ଭାବରେ ବିବାହ କରିଥିଲେ। ବିବାହ ପରେ ଯେତେବେଳେ ସେ ଗର୍ଭବତୀ ହୋଇଥିଲେ ସେତେବେଳେ ସେ ତାଙ୍କ ବିବାହକୁ ସାର୍ବଜନୀନ କରିଥିଲେ। ୧୯୯୫ରେ ସେ ବିବାହ କରିଥିବା ବେଳେ ୨୦୦୧ରେ ସେ ବିବାହିତ ବୋଲି ଜଣାପଡ଼ିଥିଲା। ଅଭିନେତ୍ରୀ କାହିଁକି ଏପରି କରିଥିଲେ ଆସନ୍ତୁ ଜାଣିବା।

୧୯୮୪ ମସିହାରେ Miss India ଜିତିବାଠାରୁ ଆରମ୍ଭ କରି ବଲିଉଡକୁ ଅନେକ ସୁପରହିଟ୍ ଫିଲ୍ମ ଦେଇଥିବା ଅଭିନେତ୍ରୀ ଜୁହି ଚାୱଲାଙ୍କର ଆଜି ଜନ୍ମଦିନ। ହରିୟାଣାର ଅମ୍ବାଲାରେ ଜନ୍ମଗ୍ରହଣ କରିଥିବା ଅଭିନେତ୍ରୀ ଜୁହି ୫୮ବର୍ଷ ବୟସରେ ପାଦ ଦେଇଛନ୍ତି। ୧୩ ନଭେମ୍ବର, ୧୯୬୭ରେ ଜନ୍ମଗ୍ରହଣ କରିଥିବା ଜୁହି ଚାୱଲା ଅନେକ ବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନ କରି ଆସୁଛନ୍ତି। ସେ ଜଣେ ପ୍ରତିଭାବାନ ଅଭିନେତ୍ରୀ ହେବା ସହ ଜଣେ ପ୍ରଯୋଜିକା ଏବଂ ଉଦ୍ୟୋଗୀ ମଧ୍ୟ। ତେବେ ସେସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ଜୁହି ନିଜ ବ୍ୟକ୍ତିଗତ ଜୀବନକୁ ସବୁବେଳେ ଲାଇମଲାଇଟରୁ ଦୂରରେ ରଖନ୍ତି। ଜୁହି ୩୦ ବର୍ଷ ତଳେ ୧୯୯୫ ମସିହାରେ ବିଶିଷ୍ଟ ଶିଳ୍ପପତି ଜୟ ମେହେତାଙ୍କୁ ପ୍ରେମ ବିବାହ କରିଥିଲେ। ୨୦୦୧ ମସିହାରେ ଯେତେବେଳ ସେ ତାଙ୍କ ପ୍ରଥମ ଝିଅ ଜାହ୍ନବୀ ମେହେତାଙ୍କୁ ଜନ୍ମ କରିବାକୁ ଯାଉଥିଲେ ସେତେବେଳେ ସେ ତାଙ୍କ ବିବାହ କଥା ପରିପ୍ରକାଶ କରିଥିଲେ ।

କେମିତି ଆରମ୍ଭ ହୋଇଥିଲା ଜୁହି ଏବଂ ଜୟଙ୍କ ପ୍ରେମ?

ପ୍ରଥମ ଥର ପାଇଁ ଜୁହି, ଜୟ ମେହେତାଙ୍କୁ ଏକ ରାତ୍ରୀଭୋଜନରେ ଭେଟିଥିଲେ। ସେତେବେଳେ ଜୟ ତାଙ୍କ ପ୍ରଥମ ପତ୍ନୀ ସୁଜାତା ବିର୍ଲାଙ୍କୁ ହରାଇ ଦୁଖରେ ଥିଲେ। ୧୯୯୦ ମସିହାରେ ଇଣ୍ଡିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ ୬୦୫ର ଦୁର୍ଘଟଣାରେ ସୁଜାତା ବିର୍ଲାଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଦୁର୍ଘଟଣା ପରେ ଜୟ ଏକା ହୋଇଯାଇଥିଲେ। ଏହି ସମୟରେ ତାଙ୍କ ଅନ୍ଧକାର ଜୀବନରେ ଆଲୋକ ହୋଇ ପ୍ରବେଶ କରିଥିଲେ ଜୁହି। ପ୍ରଥମ ଦେଖାରେ ବନ୍ଧୁ ହେବା ସହ କିଛି ମାସ ପରେ ଦୁହେଁ ପ୍ରେମରେ ପଡ଼ିଥିଲେ। ୧୯୯୫ରେ ଦୁହେଁ ବିବାହ କରିଥିଲେ ବି ୨୦୦୧ପର୍ଯ୍ୟନ୍ତ କେହି ଏହା ବିଷୟରେ ଜାଣିନଥିଲେ।

କାହିଁକି ବିବାହ ବିଷୟରେ ଲୁଚାଇଥିଲେ ଜୁହି?

ଜୁହି ଏକ ସାକ୍ଷାତକାରରେ ଏଭଳି ବିବାହ ବିଷୟରେ ଲୁଚାଇବା ପଛର କାରଣ ଜଣାଇଥିଲେ। ସେ କହିଥିଲେ ଯେ,  "ଜୟ ମୋତେ ବିବାହ ପ୍ରସ୍ତାବ ଦେବା ପାଇଁ ଟ୍ରକରେ ଗୋଲାପ ଫୁଲ ଭରି ମୋ ପାଖକୁ ପଠାଇଥିଲେ। ମୁଁ ଜୟଙ୍କୁ ବିବାହ ପାଇଁ ହଁ କହିବାକୁ ବର୍ଷେ ସମୟ ନେଇଥିଲି। ଯେତେବେଳେ ଜୟ ମୋତେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ସେତେବେଳେ ମୁଁ ମୋ କ୍ୟାରିଅରର ଶୀର୍ଷରେ ଥିଲି। ମୋର ସବୁ ଚଳଚିତ୍ର ସଫଳତାର ଶୀର୍ଷରେ ପହଁଞ୍ଚୁଥିଲା। ଏମଧ୍ୟରେ ବିବାହ କଲେ ମୋ କ୍ୟାରିଅରେ ପ୍ରଭାବ ପକାଇବ ଏବଂ ମୁଁ ସବୁକିଛି ହରାଇ ବସିବି ବୋଲି ଭାବି ବିବାହ କରିବାକୁ ଚାହୁଁନଥିଲି। କିନ୍ତୁ ପରେ ଗୋପନ କରି ବିବାହ କରିବୁ ବୋଲି ଆମେ ନିଷ୍ପତ୍ତି ନେଇଥିଲୁ।"

ଆହୁରି ପଢ଼ନ୍ତୁ: Death Toll Rises: ଦିଲ୍ଲୀ ବିସ୍ଫୋରଣର ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ଅନ୍ତନଳୀ ଏବଂ ଫୁସଫୁସ ଫାଟିଯାଇଥିବା ବିଲାଲଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ: Nuapada by Election: କିଛି ହେରଫେର ନହୋଇଥିଲେ ଆମେ ନିଶ୍ଚିତ ଜିତିବୁ: ଭକ୍ତ ଦାସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe