Horoscope today. Photograph: (sambad.in)
ମେଷ: ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରିଜୀବୀ ଅଧିକାରୀଙ୍କର ସାହାଯ୍ୟ ପାଇବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଉତ୍ତମ। ପାରିବାରିକ ଜୀବନରେ ସୁଖୀ ରହିବେ।
ବୃଷ: ଆପଣଙ୍କ ମନ ଘରୋଇ କାମଧନ୍ଦାରେ ଲାଗିବ। ବେପାରରେ ଲାଭ ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ। କତୃପକ୍ଷ ଆପଣଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବାକୁ କହିବେ। ବାଣୀ ଉପରେ ସଂଯମ ରଖନ୍ତୁ।
ମିଥୁନ: ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ କହିବେ। ବେପାରରେ ଯଥେଷ୍ଟ ଲାଭ ପାଇବେ। କୌଣସି ଜରୁରୀ ଅଧିବେଶନରେ ଯୋଗ ଦେବେ। ଭଉଣୀଙ୍କୁ କିଛି ଉପହାର ଦେଇପାରନ୍ତି।
କର୍କଟ: ଅଧିକ ସମୟ ଧାର୍ମିକ ଓ ଆଧ୍ୟାତ୍ମିକ ଗିତିବିଧିରେ ବ୍ୟସ୍ତ ରହିବେ। ନିଜର କାମକୁ ନେଇ ଯେତିକି ତନ୍ମୟତା ଓ ପରିଶ୍ରମ କରିବେ ସେହି ଅନୁରୂପ ପରିଣାମ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ।
ଆହୁରି ପଢ଼ନ୍ତୁ: Gadgets in Focus: ଫୋକସ୍ରେ ଗ୍ୟାଜେଟ୍: ଲ୍ୟାଣ୍ଡଲାଇନ୍ରେ ହ୍ବାଟ୍ସଆପ୍ କଲ୍
ସିଂହ: ପରିବାର ଲୋକଙ୍କର ପୂରା ସହଯୋଗ ପାଇବେ। ସମାଜ କାମରେ ଯୋଗ ଦିଅନ୍ତୁ ଆପଣଙ୍କର ପ୍ରସିଦ୍ଧି ବଢ଼ିବ। ରାଜନୀତିକ ଲୋକଙ୍କ ସହିତ ଲାଭଦାୟକ ସାକ୍ଷାତ ହେବ। ପ୍ରେମ ଜୀବନ ଭଲ ରହିବ।
କନ୍ୟା: କୌଣସି କଥାକୁ ନେଇ ଦ୍ବନ୍ଦରେ ରହିବେ। ପରିବାର ସହିତ ଚଳଚିତ୍ର ଦେଖିବାର ଯୋଜନା କରିପାରନ୍ତ। ନୂଆ କୌଶଳ ଶିଖିବାର ବିଚାର କରି ପାରନ୍ତି। ଜୀବନସାଥୀ ଠାରୁ ଉପହାର ପାଇବେ।
ତୁଳା: ଅଫିସରେ କାମର ବୋଝ ବଢ଼ିପାରେ। ଆର୍ଥିକ ମାମଲାରେ କୌଣସି ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେବେ ଯାହା ଆପଣଙ୍କ ଲାଗି ସାହାଯ୍ୟକାରୀ ସାବ୍ୟସ୍ତ ହେବ। ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।
ବିଛା: ଆପଣଙ୍କର ପ୍ରତ୍ୟେକ ସମସ୍ୟାର ସମାଧାନ ଚୁଟୁକିରେ ବାହାରି ଯିବ। ନିଜର ସଂପର୍କିୟ ଠାରୁ ବହୁମୂଲ୍ୟ ଉପହାର ପାଇବା ଯୋଗୁଁ ମନ ପ୍ରସନ୍ନ ରହିବ। ସରକାରୀ କାମରେ ଲାଭର ସମ୍ଭାବନା।
ଆହୁରି ପଢ଼ନ୍ତୁ: ଦିଲ୍ଲୀ ସୁରକ୍ଷା ଚିନ୍ତା: ମୁତୟନ ହେବ ସ୍ୱଦେଶୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା
ଧନୁ: ଆପଣଙ୍କ କାମରେ ରାଜନୀତିକ ସମ୍ବନ୍ଧରୁ ଲାଭ ହେବ। ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବାର ଅବସର ପାଇବେ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବା ଯୋଗ ଅଛି।
ମକର: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଜୀବନରେ ଭଲ ପରିବର୍ତ୍ତନ ପାଇଁ କିଛି ଭଲ ପରିବର୍ତ୍ତନ କରିବାକୁ ଚାହିଁବେ। ପରିବାରରେ ଧାର୍ମିକ କାର୍ଯ୍ୟର ଯୋଜନା ପ୍ରସ୍ତୁତ ହୋଇପାରେ।
କୁମ୍ଭ: ବଡ଼ ନିର୍ଣ୍ଣୟ ନେବା ପାଇଁ ଭଲ ଦନଟିଏ। କୌଣସି ନୂଆ ବ୍ୟବସାୟ ସଉଦା ପାଇଁ ସୁଯୋଗ ପାଇବେ। ପ୍ରତ୍ୟେକ ଛୋଟିଆ କଥା ଉପରେ ଅଧିକ ନଭାବିଲେ ଜୀବନ ସହଜ ହେବ।
ମୀନ: ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ମହିଳା ଜରୁରୀ ଅଧିବେଶନରେ ଯୋଗ ଦେବେ। ଧାର ପରିଶୋଧ କରିଦେବା ଯୋଗୁଁ ଚିନ୍ତା ସମାପ୍ତ ହେବ। ରାଜନୀତିକ ଲୋକଙ୍କ ଲାଗି ଦିନଟି ଅନୁକୂଳ ରହିବ।
Follow Us