ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ-ଏନ୍ସିଆର୍କୁ କ୍ଷେପଣାସ୍ତ୍ର, ଡ୍ରୋନ୍ ଓ ଯୁଦ୍ଧ ବିମାନ ଆକ୍ରମଣ ଭଳି ବିପଦରୁ ରକ୍ଷା କରିବା ପାଇଁ ଭାରତ ବର୍ତ୍ତମାନ ନିଜର ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନିୟୋଜିତ କରିବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରୁଛି। ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ କହିବାନୁସାରେ, ନୂତନ ସମନ୍ବିତ ବାୟୁ ସୁରକ୍ଷା ଅସ୍ତ୍ରଶସ୍ତ୍ର ପ୍ରଣାଳୀ (ଆଇଏଡିଡବ୍ଲ୍ୟୁଏସ୍) ସମ୍ପୂର୍ଣ୍ଣ ସ୍ୱଦେଶୀ।
Rural Village: ଝାରସୁଗୁଡ଼ା-ସମ୍ବଲପୁର ଜିଲ୍ଲାର ସୀମାରେ ରହିଛି ‘ଆମମୁଣ୍ଡା’ ଗାଁ, ମୌଳିକ ସୁବିଧାକୁ କରିଛନ୍ତି ଅପେକ୍ଷା
ଅଗଷ୍ଟରେ ଓଡ଼ିଶା ଉପକୂଳରେ ହୋଇଛି ସଫଳ ପରୀକ୍ଷଣ
ଏହି ପ୍ରଣାଳୀର ମୁଖ୍ୟ ଉପାଦାନ ହେଉଛି ଡିଆର୍ଡିଓର କ୍ୟୁଆର୍ଏସ୍ଏଏମ୍ କ୍ଷେପଣାସ୍ତ୍ର ଏବଂ ଭିଏସ୍ଏଚ୍ଓଆର୍ଏଡିଏସ୍। ଏଗୁଡିକ ବିଭିନ୍ନ ସେନ୍ସର, ରାଡାର ଓ ଏକ ଆଧୁନିକ ନିୟନ୍ତ୍ରଣ ବ୍ୟବସ୍ଥା ସହିତ ମିଳିତ ହେବ, ଯାହା ପ୍ରତ୍ୟେକ ବିପଦର ତୁରନ୍ତ ତଦାରଖ କରିବାରେ ସକ୍ଷମ ହେବ। ସମଗ୍ର ସିଷ୍ଟମ୍ ଭାରତୀୟ ବାୟୁସେନା ଦ୍ୱାରା ପରିଚାଳିତ ହେବ। ଅଗଷ୍ଟ ୨୩ରେ ଆଇଏଡିଡବ୍ଲ୍ୟୁଏସ୍ର ସଫଳତାର ସହ ପରୀକ୍ଷଣ କରାଯାଇଥିଲା। ଆଇଏଡିଡବ୍ଲ୍ୟୁଏସ୍ ହେଉଛି ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯାହା ଶତ୍ରୁର ଆକାଶ ଆକ୍ରମଣକୁ ପ୍ରତିହତ କରିବା ପାଇଁ ପରିକଳ୍ପିତ ହୋଇଛି। ଏହାକୁ ସୁଦର୍ଶନ ଚକ୍ର ମିସନର ଏକ ଅଂଶ ଭାବରେ ବିବେଚନା କରାଯାଏ। ଏହି ପ୍ରଣାଳୀ ‘ପଙ୍ଗପାଳ’ (ଏକାଧିକ ଡ୍ରୋନ୍ ଏକାଠି ଛାଡିବା) ଆକ୍ରମଣରୁ ସୁରକ୍ଷା କବଚ ଭାବରେ କାର୍ଯ୍ୟ କରିବ।
Ahilyabai Programme: ରାଜମାତା ଅହିଲ୍ୟାବାଇ ହୋଲକରଙ୍କ ୩୦୦ ବର୍ଷ ଅବସରରେ ସ୍ମରଣ ସଭା ଆୟୋଜିତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରୁ ତାଙ୍କ ଭାଷଣରେ ସୁଦର୍ଶନ ଚକ୍ର ମିସନ ଘୋଷଣା କରିଥିଲେ। ପରେ ଅଗଷ୍ଟ ୨୩ ତାରିଖରେ ଓଡ଼ିଶା ଉପକୂଳରେ ଆଇଏଡିଡବ୍ଲ୍ୟୁଏସ୍ର ସଫଳ ପରୀକ୍ଷଣ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ୍ସରେ ସେୟାର କରିଛନ୍ତି ଯେ, ଏହି ପ୍ରଣାଳୀ ଆକାଶମାର୍ଗରୁ ଆସୁଥିବା ବିପଦ ବିରୋଧରେ ଆଂଚଳିକ ପ୍ରତିରକ୍ଷାକୁ ସୁଦୃଢ଼ କରିବ। ୱାସିଂଟନ୍ ଡିସି ଓ ହ୍ୱାଇଟ୍ ହାଉସ୍କୁ ରକ୍ଷା କରୁଥିବା ସମାନ ବ୍ୟବସ୍ଥା ନାସାମ୍ସ-୨ ସିଷ୍ଟମ୍କୁ ଆମେରିକାଠାରୁ କିଣିବାକୁ ଭାରତ ଯୋଜନା କରିଥିଲା। ଆଲୋଚନା ମଧ୍ୟ ହୋଇଥିଲା, କିନ୍ତୁ ଅଧିକ ମୂଲ୍ୟ ଏହାକୁ କଷ୍ଟସାଧ୍ୟ କରିଥିଲା। ଏହା ପରିବର୍ତ୍ତେ ସରକାର ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ବିକଳ୍ପ ବାଛିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/11/fhfssfhhsfxvb-2025-12-11-02-05-32.jpg)