ଆମେରିକା-ଭିତ୍ତିକ ଟେକ୍ ପ୍ରତିଷ୍ଠାତା କ୍ୟାଟ୍ ଗୋଏଜ୍‌ ଏକ ଅଭିନବ ଲ୍ୟାଣ୍ଡଲାଇନ୍ ଫୋନ୍ ପ୍ରସ୍ତୁତ କରିଛନ୍ତି, ଯାହା ବ୍ୟବହାରକାରୀଙ୍କୁ ସ୍କ୍ରିନ୍ ସମୟ ହ୍ରାସ କରିବାରେ ସାହାଯ୍ୟ କରିବ। ଏହାର ନାମ ‘ଫିଜିକାଲ୍‌ ଫୋନ୍‌’। ଏଥିରେ ଏକ ହ୍ୟାଣ୍ଡସେଟ୍ ଓ ବଟନ୍ ରହିଛି। ଏହାକୁ ବ୍ଲୁଟୁଥ୍ ମାଧ୍ୟମରେ ସ୍ମାର୍ଟଫୋନ୍ ସହିତ ସଂଯୋଗ କରିହେବ ଏବଂ ସଂଯୋଗ ପରେ କେହି ସ୍ମାର୍ଟଫୋନ୍‌କୁ କଲ୍ କଲେ ଏଥିରେ ରିଂ ହେବ। ଏହା ହ୍ୱାଟ୍‌ସଆପ୍, ଫେସ୍‌ଟାଇମ୍ ଏବଂ ଇନଷ୍ଟାଗ୍ରାମ୍ ଭଳି ଆପ୍‌ରୁ ଇଣ୍ଟରନେଟ୍-ଆଧାରିତ କଲ୍ ଗ୍ରହଣ କରିପାରିବ, ଯାହା ବ୍ୟବହାରକାରୀମାନଙ୍କୁ ସ୍କ୍ରିନ୍ ନଦେଖି କଥା ହେବାକୁ ସୁଯୋଗ ଦେବ।

Advertisment

Rural Village: ଝାରସୁଗୁଡ଼ା-ସମ୍ବଲପୁର ଜିଲ୍ଲାର ସୀମାରେ ରହିଛି ‘ଆମମୁଣ୍ଡା’ ଗାଁ, ମୌଳିକ ସୁବିଧାକୁ କରିଛନ୍ତି ଅପେକ୍ଷା

କୌଣସି ବ୍ୟକ୍ତିଙ୍କୁ ‘ଫିଜିକାଲ୍‌ ଫୋନ୍‌’ରୁ କଲ୍‌ କରିବା ପାଇଁ ‘ସିରି’ ବ୍ୟବହାର କରିହେବ। କିଛି ବ୍ୟବହାରକାରୀ ଏହାକୁ ସ୍କ୍ରିନ୍ ସମୟ ହ୍ରାସ କରିବାର ଏକ ଚତୁର ଉପାୟ ବୋଲି ପ୍ରଶଂସା କରିଛନ୍ତି। ପାଞ୍ଚରୁ ଅଧିକ ରଙ୍ଗ ଏବଂ ଡିଜାଇନରେ ଉପଲବ୍ଧ ଏହି ନୂତନ ‘ଫିଜିକାଲ୍‌ ଫୋନ୍‌’ର ମୂଲ୍ୟ ୯୦ ଡଲାରରୁ ୧୧୦ ଡଲାର ପର୍ଯ୍ୟନ୍ତ ରହିଛି। ପ୍ରକଳ୍ପ ଘୋଷଣାର ମାତ୍ର ତିନି ଦିନ ମଧ୍ୟରେ ୧,୨୦,୦୦୦ ଡଲାରର ଫୋନ୍‌ ବିକ୍ରି ହେବା ସହ ଅକ୍‌ଟୋବର ଶେଷ ସୁଦ୍ଧା ୩,୦୦୦ରୁ ଅଧିକ ୟୁନିଟ୍ ବିକ୍ରି ହୋଇସାରିଛି ବୋଲି ଗୋଏଜ୍‌ କହିଛନ୍ତି।

Accident: ଓଲଟିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଡ୍ରାଇଭର ଗୁରୁତର