Horoscope today. Photograph: (sambad.in)
୨୭ ଫେବ୍ରୁଆରି ୨୦୨୬, ଶୁକ୍ରବାର। ତିଥି: ଫାଲ୍ଗୁନ ଶୁକ୍ଳ ଏକାଦଶୀ। ନକ୍ଷତ୍ର: ଆର୍ଦ୍ରା। ଚନ୍ଦ୍ର: ମିଥୁନ। ଆମଳକୀ ଏକାଦଶୀ (ସ୍ମାର୍ତ୍ତ)। ସୂର୍ଯ୍ୟୋଦୟ: ୬ଟା୧୧, ସୂର୍ଯ୍ୟାସ୍ତ: ୫ଟା୪୭। ଘାତଚନ୍ଦ୍ର: କନ୍ୟା। ଘାତବାର: ବିଛା, ଧନୁ ଓ ମୀନ। ଶୁଭବେଳା: ପ୍ରାତଃ ୬ଟା୧୧ରୁ ୬ଟା୫୮, ପ୍ରାତଃ ୭ଟା୪୪ରୁ ୯ଟା୫, ଦିବା ୧୨ଟା୨୨ରୁ ୨ଟା୪୧, ଦିବା ୪ଟା୧୪ରୁ ୫ଟା୪୭, ସନ୍ଧ୍ୟା ୭ଟା୨୬ରୁ ୮ଟା୫୩, ରାତ୍ରି ୨ଟା୩ରୁ ୪ଟା୩୧ ପର୍ଯ୍ୟନ୍ତ।
ମେଷ: ଅଫିସ କାମରେ ଅନ୍ୟର ମତ ନିଅନ୍ତୁ ନାହିଁ। ଆପଣ ନିଜର ବାଣୀ ଉପରେ ସଂଯମ ରଖିବା ଦରକାର। ପିଲାଙ୍କୁ ନେଇ ଆପଣଙ୍କୁ ଗର୍ବ ଅନୁଭବ ହେବ।
ବୃଷ: ଅଚାନକ କିଛି ଖର୍ଚ୍ଚ ଆପଣଙ୍କ ସମ୍ମୁଖକୁ ଆସିବ। ଆର୍ଥିକ ମାମଲା ନେଇ ଅଭିଜ୍ଞ ବ୍ୟକ୍ତିଙ୍କ ମାର୍ଗଦର୍ଶନ ନିଅନ୍ତୁ। ଜୀବନସାଥୀଙ୍କ ସହିତ ବାହାରେ ମଧ୍ୟାହ୍ନ ଭୋଜନ କରିପାରନ୍ତି।
ମିଥୁନ: ସକାରାତ୍ମକ ଲୋକଙ୍କ ସହ ରହିବାର ଅବସର ପାଇବେ। ମୂଲ୍ୟବାନ ବସ୍ତୁକୁ ସମ୍ଭାଳି କରି ରଖନ୍ତୁ। ଅଧିକାଂଶ ବ୍ୟାବସାୟିକ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ।
କର୍କଟ: କୌଣସି ଶୁଭ ଖବର ପାଇବେ। ଅନ୍ୟମାନଙ୍କ କଥାକୁ ବିଶ୍ବାସ ନକରି ନିଜର ନିଷ୍ପତ୍ତିକୁ ସର୍ବୋପରି ରଖନ୍ତୁ। ସଫଳତା ପାଇଁ ଅଧିକ ପରିଶ୍ରମ କରନ୍ତୁ।
ସିଂହ: ଆପଣଙ୍କୁ କୌଣସି ଉପଲବ୍ଧି ମିଳିବାର ଯୋଗ ରହିଛି। ପ୍ରତ୍ୟେକ କାମର ଯୋଜନା ପ୍ରସ୍ତୁତ କରି ପୂରା କରନ୍ତୁ। ଛାତ୍ରଛାତ୍ରୀ ପରିଶ୍ରମ ଅନୁଯାୟୀ ପରିଣାମ ପାଇବେ।
ଆହୁରି ପଢ଼ନ୍ତୁ: Fire:ନାଇଟ୍ କ୍ଲବ୍ ମାଲିକଙ୍କ ସମେତ ୧୩ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ
କନ୍ୟା: କାର୍ଯ୍ୟକ୍ଷେତ୍ରରେ ଭଲ ଢଙ୍ଗରେ କାମ କରିବାକୁ ଚେଷ୍ଟା କରିବେ। ଦୀର୍ଘ ଦିନରୁ ଅଟକିଥିବା ସରକାରୀ କାମ ପୂରା ହୋଇଯିବ। ଛାତ୍ରଛାତ୍ରୀ ନୂଆ ପ୍ରକଳ୍ପରେ କାମ କରିବେ।
ତୁଳା: କୌଣସି ବଡ଼ କାମ କରିବା ପୂର୍ବରୁ ଉଭୟ ସକାରାତ୍ମକ ଓ ନକାରାତ୍ମକ ଦିଗ ନେଇ ବିଚାର କରନ୍ତୁ। ଛାତ୍ରଛାତ୍ରୀ ନିଜର ପାଠପଢ଼ାକୁ ନେଇ ଗମ୍ଭୀର ରହିବେ।
ବିଛା: ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ଶୀଘ୍ର କୌଣସି ନୂଆ ଦାୟିତ୍ବ ମିଳିବ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ।
ଆହୁରି ପଢ଼ନ୍ତୁ: Police: ପଶ୍ଚିମବଙ୍ଗ ପୁଲିସ କର୍ମଚାରୀଙ୍କୁ ଠେଲାପେଲା ଘଟଣାରେ କାର୍ଯ୍ୟାନୁଷ୍ଠାନ
ଧନୁ: ପରିବାରରେ ଖୁସିର ପରିବେଶ ରହିବ। ନିଷ୍ପତ୍ତି ନେବାରେ କଷ୍ଟ ହୋଇପାରେ। ଭୁଲ୍ ବାଟରେ ନେଇଯିବାକୁ ଚେଷ୍ଟା କରୁଥିବା ଲୋକଙ୍କ ପ୍ରତି ସାବଧାନ ରହନ୍ତୁ।
ମକର: ସାଥିରେ କାମ କରୁଥିବା ଲୋକଙ୍କର ସାହାଯ୍ୟ ପାଇବେ। ବ୍ୟକ୍ତିତ୍ବ ବିକାଶ ପାଇଁ ଭଲ ଦିନଟିଏ। ଅଫିସରେ ବହୁ ଦିନରୁ ବାକି ଥିବା କାମ ପୂରା କରିବେ।
କୁମ୍ଭ: ସନ୍ତାନ ଆପଣଙ୍କୁ କୌଣସି ଶୁଭ ଖବର ଦେବେ। ଘର ପାଇଁ ନୂଆ ଜିନିଷ କିଣାକିଣି କରିବେ। କୌଣସି ସୃଜନଶୀଳ କାର୍ଯ୍ୟରେ ଆପଣଙ୍କର ସୁନାମ ହେବ।
ମୀନ: ସାମାଜିକ ଗତିବିଧିରେ ଆପଣଙ୍କର ପ୍ରତିଭା ସାମନାକୁ ଆସିବ। ଅଧିକ କାର୍ଯ୍ୟଭାର ଯୋଗୁଁ ଚାକିରିଆଙ୍କୁ ଅଫିସରେ ଅଧିକ ସମୟ ରହିବାକୁ ପଡ଼ିବ। ଘରକୁ କୁଣିଆ ଆସିବେ।
Follow Us