Horoscope 2025 November 26: ଜାଣନ୍ତୁ ଆଜିର ରାଶିଫଳ

ଆଜିର ରାଶିଫଳରେ ମେଷରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଦୈନିକ ଭବିଷ୍ୟ ବିଷୟରେ ଜାଣନ୍ତୁ। କାର୍ଯ୍ୟ, ପ୍ରେମ, ବ୍ୟବସାୟ, ସ୍ବାସ୍ଥ୍ୟ ଓ ପାରିବାରୀକ ଜୀବନର ଶୁଭ-ଅଶୁଭ ଫଳ ଏଠାରେ ପାଇପାରିବେ।

AJIRA RASIFALA

Horoscope today. Photograph: (sambad.in)

ମେଷ: ଜୀବନସାଥୀ ସହିତ ଖୁସିର କ୍ଷଣ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣ ପ୍ରତିଭା ଦେଖାଇବେ। ଆପଣଙ୍କୁ କୌଣସି ଭଲ ଚାକିରି ମିଳିବ। ବନ୍ଧୁ ସହିତ ହୋଟେଲକୁ ଭୋଜନ ପାଇଁ ଯିବେ। 
ବୃଷ: ବ୍ୟବସାୟରେ ଭଲ ଧନ ଅର୍ଜନ କରିବାରେ ସଫଳ ହେବେ। ଅର୍ଥ ଦିଆ ନିଆରେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣ କାହାରି ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ। 
ମିଥୁନ: ପାରିବାରିକ ସମସ୍ୟା ଦୂର ହେବ। ପାର୍ଟ ଟାଇମି କାମ କରିବାର ଯୋଜନା ପୂରା ହେବ। ଛାତ୍ର କଂପ୍ୟୁଟର ପାଠ୍ୟକ୍ରମରେ ନାମ ଲେଖାଇବେ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
କର୍କଟ: ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। କୌଣସି ବନ୍ଧୁ ସହିତ ମିଶିବାର ମଉକା ପାଇବେ। ଆପଣଙ୍କ ପିଲାଙ୍କୁ ‌ପୁରୁସ୍କାର ମିଳିବା ଯୋଗୁଁ ଖୁସି ହେବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ। 

ଆହୁରି ପଢ଼ନ୍ତୁ: Job: ଯୁବଗୋଷ୍ଠୀଙ୍କ ଆଶା ଓ ଆକାଂକ୍ଷା ପୂରା କରିବା ହେଉଛି ଆମ ସରକାରର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ସିଂହ: ବ୍ୟବସାୟୀଙ୍କ ଲାଗି ଦନଟି ଭଲ ରହିବ। କତୃପକ୍ଷଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ। ଆପଣଙ୍କର କୌଣସି ଇଚ୍ଛା ପୂରା ହୋଇପାରେ। ଶତ୍ରୁପକ୍ଷ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ। 

ଆହୁରି ପଢ଼ନ୍ତୁ: jainendra kumar nigam: ସହଜ ନଥିଲା କଏଦୀରୁ ଡିଏସପି ହେବାର ଯାତ୍ରା...


କନ୍ୟା: ପରିବାରର ଛୋଟ ପିଲା ଆପଣଙ୍କୁ କିଛି ଖୁଆଇବା ପାଇଁ ଗୁହାରି କରିବେ। ଆପଣ କୌଣସି କଥାକୁ ନେଇ ବିଚାର ବିମର୍ଶ କରିବେ। ଓକିଲଙ୍କ ଲାଗି ଦିନଟି ଭଲ ରହିବ। ଧନଲାଭ ଯୋଗ ଅଛି। 
ତୁଳା: ଛୋଟ ଛୋଟ କଥାରେ ବରିକ୍ତି ହୁଅନ୍ତୁ ନାହିଁ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ବ୍ୟବସାୟରେ ବଡ଼ ଡ଼ିଲ୍ ହେବା ଯୋଗୁଁ ଧନଲାଭ ହେବ। ଘରକୁ କୁଣିଆ ଆସିବେ। ‌ 
ବିଛା: ବୈବାହିକ ଜୀବନରେ ପ୍ରସନ୍ନତା ରହିବ। ଅଧୁରା କାମ ପୂରା କରିବାରେ ସଫଳ ହେବେ। ଅଫିସ କାମ ସଂପୂର୍ଣ୍ଣ କରିବା ପାଇଁ ତରତର ହୁଅନ୍ତୁ ନାହିଁ। ଦେଇ ଆସୁଥିବା ମାସିକ କିସ୍ତି ପୂରା ହୋଇଯିବ। ‌ 
ଧନୁ: ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଅଫିସରେ ଆପଣଙ୍କ ବ୍ୟକ୍ତିତ୍ବର ପ୍ରଶଂସା ହେବ। କାର୍ଯ୍ୟକ୍ଷେତ୍ରରେ କୌଣସି ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ରାଜନୀତିରେ ସମ୍ମାନ ବଢ଼ିବ। 
ମକର: ଚାକିରିଜୀବୀଙ୍କର ବେତନ ବୃଦ୍ଧି ହେବ। ଛୋଟ ପିଲା ଚିତ୍ର ଆଙ୍କିବାରେ ବ୍ୟସ୍ତ ରହିବେ। ସଂପତ୍ତି ମାମଲାରେ ବରିଷ୍ଠ ଲୋକଙ୍କ ସହିତ କଥା ହୁଅନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। 
କୁମ୍ଭ: ଛୋଟିଆ କଥାରେ ବିରକ୍ତି ହୁଅନ୍ତୁ ନାହିଁ। ବିରୋଧୀ ଆପଣଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଚାହିଁବେ। କୌଣସି ଅର୍ନ୍ତରାଷ୍ଟିୟ କଂପାନିରେ ଚାକିରିର ସୁଯୋଗ ଆସିବ। 
ମୀନ: ଆପଣଙ୍କ ଭିତରେ ଏକ ନୂଆ ଶକ୍ତି ସଂଚାର ହେବ। କୌଣସି ଧାର୍ମିକ ଆୟୋଜନରେ ସାମିଲ ହୋଇପାରନ୍ତି। ସମ୍ବନ୍ଧରେ ମିଷ୍ଟତା ବଢ଼ିବ। ଲେଖାପଢ଼ାରେ ସାଥୀର ସାହାଯ୍ୟ ପାଇବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe