ଆସନ୍ତାକାଲି ୧୦ ଘଣ୍ଟିଆ ପଞ୍ଜାବ ବନ୍ଦ

ଆସନ୍ତାକାଲି ୩୦ଡିସେମ୍ବରରେ କୃଷକସଂଘ ପକ୍ଷରୁ ପଞ୍ଜାବ ବନ୍ଦ ଡାକରା ଦିଆଯାଇଛି। ୧୦ଘଣ୍ଟା ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବନ୍ଦ ପାଳନ କରାଯିବ। ଏହାକୁ ସଫଳ କରିବା ପାଇଁ ରାଜ୍ୟର ଜନସାଧାରଣଙ୍କୁ ନିବେଦନ କରାଯାଇଛି। ଏହି ସମୟରେ କ’ଣ ବନ୍ଦ ଏବଂ କ’ଣ ଖୋଲା ରହିବ ସେ‌ନେଇ କୃଷକନେତା ସୂଚନା ପ୍ରଦାନ କରିଛନ୍ତି...

punjab-bandh-on-30-december

ଚଣ୍ଡିଗଡ଼: ସରକାରଙ୍କ ପକ୍ଷରୁ ଏମଏସପି ସମେତ ୧୩ ଦଫା ଦାବି ପୂରଣ ନ ହେବାରୁ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ୩୦ ଡିସେମ୍ବରରେ ପଞ୍ଜାବ ବନ୍ଦ କରିବାକୁ ଡାକରା ଦିଆଯାଇଛି।

ସୋମବାର ଦିନ ପଞ୍ଜାବ ସକାଳ ୭ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ। ଏହି ଅବଧି ମଧ୍ୟରେ, ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁକିଛି ବନ୍ଦ ରହିବ। ରାସ୍ତା, ରେଳ, ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବାକୁ କୃଷକ ନେତାମାନେ ଆହ୍ବାନ ଦେଇଛନ୍ତି।

କୃଷକ ନେତା ସୌରଭ ସିଂ ପନ୍ଧେର ପଞ୍ଜାବ ବନ୍ଦ ଡାକରାକୁ ନିଶ୍ଚିତ କରି କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ସୁପ୍ରିମକୋର୍ଟର ବିଚାରପତିଙ୍କୁ ଚିଠି ଲେଖିଛନ୍ତି, କିନ୍ତୁ ସେମାନଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ତେଣୁ ପଞ୍ଜାବ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା ଦ୍ୱାରା ପଞ୍ଜାବ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ସଫଳ ହେବାରେ ସହଯୋଗ କରିବାକୁ ପଞ୍ଜାବର କୃଷକମାନଙ୍କୁ କୃଷକ ନେତା ନିବେଦନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବ ପ୍ରଦେଶ କଂଗ୍ରେସର କୃଷକ ସେଲ୍ ଏହି ବନ୍ଦକୁ ସମର୍ଥନ କରିଛି। ଦଳର ସଭାପତି କିରଣଜିତ ସିଂ ମିଠା ଏହାକୁ ନିଶ୍ଚିତ କରିଛନ୍ତି। ପଞ୍ଜାବ ବନ୍ଦ ନେଇ ଗତ ସପ୍ତାହରେ ୟୁନାଇଟେଡ୍ କିସାନ୍ ମୋର୍ଚା (ଅଣ-ରାଜନୈତିକ) ଏବଂ କିସାନ୍ ମଜଦୁର ମୋର୍ଚ୍ଚା ପକ୍ଷରୁ ଡାକରା ଦଆଯାଇଥିଲା।

ସରୱନ ସିଂ ପାନ୍ଧେରର ଖାନୌରି ସୀମାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୌରଭ ସିଂ ଘୋଷଣା କରିଛନ୍ତି ଯେ, ପଞ୍ଜାବ ବନ୍ଦ ଡିସେମ୍ବର ୩୦ରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଳନ କରାଯିବ।

ଏହି ଦିନ ସମ୍ପୂର୍ଣ୍ଣ ବନ୍ଦ ହେବ, କିନ୍ତୁ ଜରୁରୀକାଳୀନ ସେବା କାର୍ଯ୍ୟକ୍ଷମ ରହିବ। ବ୍ୟବସାୟୀ, ପରିବହନକାରୀ, କର୍ମଚାରୀ ୟୁନିଅନ୍, ଟୋଲ୍ ପ୍ଲାଜା କର୍ମଚାରୀ, ଶ୍ରମିକ, ପୂର୍ବତନ ସେବାୟତ, ସରପଞ୍ଚ, ଶିକ୍ଷକ ସଂଘ, ସାମାଜିକ ସଂଗଠନ, ନିଗମ ଏବଂ ସଂସ୍ଥା ପ୍ରଭୃତିଙ୍କୁ ପଞ୍ଜାବ ବନ୍ଦକୁ ସମର୍ଥନ ଜଣାଇବାକୁ ଏବଂ ଏହାକୁ ସଫଳ କରିବାକୁ ନିବେଦନ କରାଯାଇଛି। ଏହି ବନ୍ଦ କେନ୍ଦ୍ର ସରକାରଙ୍କୁ ଚାଷୀଙ୍କ ଦାବି ଗ୍ରହଣ କରିବାକୁ ବାଧ୍ୟ କରିବ। କେନ୍ଦ୍ର ସରକାର ଚାଷୀଙ୍କ ଦାବିକୁ ଗ୍ରହଣ କରିବାରେ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ: ଚତୁର୍ଥ ଦିନରେ ଭାରତର ୫ ବଡ଼ ଭୁଲ: ଘନେଇଲା ପରାଜୟ ଆଶଙ୍କା

ମିଳିଥିବା ସୂଚନା ଅନୁଯାୟୀ କୃଷକମାନେ ଆସନ୍ତା ଡିସେମ୍ବର  ୩୦ ସୋମବାର ଦିନ ପଞ୍ଜାବର ସମସ୍ତ ବିଦ୍ୟାଳୟ, କଲେଜ, ସଡ଼କପଥ ବସ୍, ଦୋକାନ, ଶିକ୍ଷାନୁଷ୍ଠାନ, ରେଳ ସେବା, କାର୍ଯ୍ୟାଳୟ, ସରକାରୀ କାର୍ଯ୍ୟାଳୟ ବନ୍ଦ କରିବେ। ଜରୁରୀକାଳୀନ ସେବା ଜାରି ରହିବ ଏବଂ ଆମ୍ବୁଲାନ୍ସ ମଧ୍ୟ ବନ୍ଦ ହେବ ନାହିଁ। ଔଷଧ ଦୋକାନଗୁଡ଼ିକ ଖୋଲା ରହିବ। ବିମାନ ବନ୍ଦରରୁ ବିମାନ ଚଳାଚଳ ଜାରି ରହିବ। ବିବାହ ଉତ୍ସବରେ ବରକନ୍ୟାଙ୍କୁ ଅଟକାଯିବ ନାହିଁ। ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କୁ ବାରଣ କରାଯିବ ନାହିଁ। 

ଅଧିକ ପଢ଼ନ୍ତୁ: ଗାଜାରେ ଇସ୍ରାଏଲ୍ ସେନାର ସାମରିକ ଅପରେସନ୍: ୨୪୦ରୁ ଅଧିକ ଆତଙ୍କବାଦୀ ଗିରଫ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe