ମୁମ୍ବାଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ଦିନ ମୁମ୍ବାଇରେ ବିଜେପିର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି। କୃଷକଙ୍କ ଋଣ ଛାଡ, ମହିଳାଙ୍କୁ ୨୧୦୦ଟଙ୍କା ଏବଂ ୨୫ ଲକ୍ଷ ଚାକିରି ଆଦି ଅନେକ ପ୍ରତିଶ୍ରୁତି ଦିଆଯାଇଛି। କୃଷକମାନଙ୍କ ପାଇଁ ଭାବାନ୍ତର ଯୋଜନା କାର୍ଯ୍ୟକାରୀ କରିବାକୁ ମଧ୍ୟ ଘୋଷଣା କରାଯାଇଛି। ଏହା ସହିତ କୌଶଳ କେନ୍ଦ୍ର ଖୋଲିବାକୁ ଘୋଷଣା କରାଯାଇଛି।
ଅଧିକ ପଢ଼ନ୍ତୁ: ଆମେରିକା ଡ୍ରୋନ୍ ଜ୍ଞାନକୌଶଳ ଚୋରିକଲା ଚୀନ୍!
ସେ ଉଦ୍ଧବ ଠାକରେ କଂଗ୍ରେସ ସହ ମିଳିତ ସମ୍ପର୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସେ କହିଛନ୍ତି ଯେ ଆଦର୍ଶରେ ଆପୋଷ ବୁଝାମଣା କରିବା ଏବଂ କ୍ଷମତା ପାଇଁ ବିରୋଧୀ ଦଳରେ ଯୋଗଦେବା କୌଣସି ପ୍ରକାରେ ଠିକ୍ କୁହାଯାଇପାରିବ ନାହିଁ।
ଅଧିକ ପଢ଼ନ୍ତୁ: ସିନ୍ଦେଙ୍କ ଭାଇରାଲ ଭିଡିଓ ନେଇ ଆଦିତ୍ୟଙ୍କ କଟାକ୍ଷ, ସେ ରାଜ୍ୟର ବେଆଇନ ସିଏମ
Follow Us