ମହିଳାଙ୍କୁ ୩ହଜାର, ଯୁବବର୍ଗଙ୍କୁ ୪ହଜାର: ଏମ୍‌ଭିଏର ନିର୍ବାଚନୀ ଇସ୍ତାହାର

Advertisment

ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ସେମାନଙ୍କର ନିର୍ବାଚନୀ ଇସ୍ତାହାର ଘୋଷଣା କରିବା ଆରମ୍ଭ କରିଛନ୍ତି। ରବିବାର ଦିନ ବିଜେପି ପରେ ମହା ବିକାଶ ଆଘାଡି (ଏମ୍‌ଭିଏ) ଏହାର ନିର୍ବାଚନୀ ଇସ୍ତାହାର ଉପସ୍ଥାପନ କରିଛି। ଏହାର ନାମ "ମହାରାଷ୍ଟ୍ରନାମା" ରଖଯାଇଛି...

WhatsApp Image 2024-11-10 at 2.22.57 PM (1)

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ସେମାନଙ୍କର ନିର୍ବାଚନୀ ଇସ୍ତାହାର ଘୋଷଣା କରିବା ଆରମ୍ଭ କରିଛନ୍ତି। ରବିବାର ଦିନ ବିଜେପି ପରେ ମହା ବିକାଶ ଆଘାଡି (ଏମ୍‌ଭିଏ) ଏହାର ନିର୍ବାଚନୀ ଇସ୍ତାହାର ଉପସ୍ଥାପନ କରିଛି। ଏହାର ନାମ "ମହାରାଷ୍ଟ୍ରନାମା" ରଖଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି।

ଅଧିକ ପଢ଼ନ୍ତୁ: ୨୫ ଲକ୍ଷ ଚାକିରି, ମହିଳାଙ୍କୁ ୨୧୦୦ ଟଙ୍କା: ମହାରାଷ୍ଟ୍ରରେ ନିର୍ବାଚନୀ ଇସ୍ତାହାର ଜାରି କଲା ବିଜେପି

ନିର୍ବାଚନୀ ଇସ୍ତାହାରରେ ବେକାର ଯୁବକମାନଙ୍କୁ ପ୍ରତିମାସରେ ୪୦୦୦ ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ, ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ କରିବା ଏବଂ ମାଗଣା ଔଷଧ ଉପଲବ୍ଧ ହେବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି। ଜାତି ଜନଗଣନା ପ୍ରତିଶ୍ରୁତି ଉପରେ ଖଡଗେ କହିଛନ୍ତିଏହାର ଉଦ୍ଦେଶ୍ୟ କୌଣସି ସମ୍ପ୍ରଦାୟକୁ ବିଭାଜନ କରିବା ନୁହେଁ, ବରଂ ବିଭିନ୍ନ ସମ୍ପ୍ରଦାୟର ଅବସ୍ଥା କ’ଣ ତାହା ବୁଝିବା, ଯାହା ଦ୍ବାରା ସେମାନେ ଉପଯୁକ୍ତ ଲାଭ ପାଇପାରିବେ।

ଅଧିକ ପଢ଼ନ୍ତୁ: ସିନ୍ଦେଙ୍କ ଭାଇରାଲ ଭିଡିଓ ନେଇ ଆଦିତ୍ୟଙ୍କ କଟାକ୍ଷ, ସେ ରାଜ୍ୟର ବେଆଇନ ସିଏମ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe