Goa nightclub fire
ପାନାଜୀ: ଶନିବାର ରାତିରେ ଗୋଆର ଆରପୋରାରେ ଥିବା ଏକ ନାଇଟକ୍ଲବ ‘ବାର୍ଚ୍ ବାଇ ରୋମିଓ ଲେନ’ରେ ହୋଇଥିବା ମର୍ମନ୍ତୁଦ ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୨୫ରେ ପହଞ୍ଚିଛି । ଏହି ଭୟଙ୍କର ଘଟଣା ପରେ, ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ଲବର ସାଧାରଣ ପରିଚାଳକ (ଜେନେରାଲ ମ୍ୟାନେଜର), ରେସ୍ତୋରାଁ ମ୍ୟାନେଜର, ବାର ମ୍ୟାନେଜର, ଗେଟ୍ ମ୍ୟାନେଜରଙ୍କୁ ଗିରଫ କରିଛି।
ଆହୁରି ପଢନ୍ତୁ : Japan Facing Dementia Crisis: ଘରକୁ ଫେରିବା ବାଟ ଭୁଲି ଯାଉଛନ୍ତି ଜାପାନ ଲୋକେ:ସରକାର ନେଉଛନ୍ତି ରୋବୋଟ ସହାୟତା
ଏହାଛଡ଼ା କ୍ଲବର ମାଲିକଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରାଯାଇଛି ଓ ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହୋଇଛି। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହି ଘଟଣାର ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ମୃତକଙ୍କ ମଧ୍ୟରେ ଚାରି ଜଣ ପର୍ଯ୍ୟଟକ ଏବଂ ୧୪ ଜଣ କର୍ମଚାରୀ ଅଛନ୍ତି, ଯେତେବେଳେ କି ସାତ ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏହି ଦୁର୍ଘଟଣା ଉପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାଜ୍ୟର ଡିଜିପି ଆଲୋକ କୁମାରଙ୍କ ଅନୁଯାୟୀ, ଅଧିକାଂଶ ମୃତ୍ୟୁ ରୋଷେଇ ଘର ବେସମେଣ୍ଟରେ ହୋଇଥିଲା । ବାୟୁଚଳାଚଳ ଅଭାବରୁ ଶ୍ୱାସରୁଦ୍ଧ ହେବା ଯୋଗୁଁ ଏପରି ହୋଇଛି। ଗୋଆ ରାଜ୍ୟପାଳ ଅଶୋକ ଗଜପତିରାଜୁ ମଧ୍ୟ ପୀଡିତଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।
ଆହୁରି ପଢନ୍ତୁ :Fire Cylinder Explosion 23 Death ସିଲିଣ୍ଡର ବିସ୍ଫୋରଣରୁ ଭୟଙ୍କର ଅଗ୍ନିକାଣ୍ଡ: ୩ ମହିଳାଙ୍କ ସମେତ ୨୩ ଜୀବନ୍ତ ଦଗ୍ଧ
Follow Us