47.62% voting in Bihar till 1 pm, BJP-Congress supporters face to face Photograph: (sambad.in)
ପାଟନା: ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି, ଏବଂ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ୧୨୨ ଆସନରେ ଭୋଟର ୧,୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି। ରାଜ୍ୟରେ ଅପରାହ୍ନ ୧ଟା ସୁଦ୍ଧା ବିହାରରେ ୪୭.୬୨% ମତଦାନ ହୋଇଛି।
ପଶ୍ଚିମ ଚମ୍ପାରଣରେ ୪୮.୯୧ ପ୍ରତିଶତ, ପୂର୍ବ ଚମ୍ପାରଣରେ ୪୮.୦୧ ପ୍ରତିଶତ, ଶିବହାରରେ ୪୮.୨୩ ପ୍ରତିଶତ, ସୀତାମାଢ଼ିରେ ୪୫.୨୮ ପ୍ରତିଶତ, ମଧୁବଣିରେ ୪୩.୩୯ ପ୍ରତିଶତ, ସୁପୌଲରେ ୪୮.୨୨ ପ୍ରତିଶତ, ଆରାରିଆରେ ୪୬.୮୭ ପ୍ରତିଶତ, କିଶନଗଞ୍ଜରେ ୫୧.୮୬ ପ୍ରତିଶତ, ପୂର୍ଣ୍ଣିଆରେ ୪୯.୬୩ ପ୍ରତିଶତ, କଟିହାରରେ ୪୮.୫୦ ପ୍ରତିଶତ, ଭାଗଲପୁରରେ ୪୫.୦୯ ପ୍ରତିଶତ, ବାଙ୍କାରେ ୫୦.୦୭ ପ୍ରତିଶତ, ଜାମୁଇରେ ୫୦.୯୧ ପ୍ରତିଶତ, ନୱାଡାରେ ୪୩.୪୫ ପ୍ରତିଶତ, ଗୟାଜୀରେ ୫୦.୯୫ ପ୍ରତିଶତ, ଜେହାନାବାଦରେ ୪୬.୦୭ ପ୍ରତିଶତ, ଆରୱାଲରେ ୪୭.୧୧ ପ୍ରତିଶତ, ଔରଙ୍ଗାବାଦରେ ୪୯.୪୫ ପ୍ରତିଶତ, ରୋହତାସରେ ୪୫.୧୯ ପ୍ରତିଶତ ଏବଂ କୈମୁରରେ ୪୯.୮୯ ପ୍ରତିଶତ ମତଦାନ ହୋଇଛି।
ଭାଗଲପୁରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ତାଙ୍କ ପରିବାର ସହିତ ଭୋଟ ଦେଇଛନ୍ତି। ଚୌବେ କହିଛନ୍ତି ଯେ, ସକାଳ ଠାରୁ ଲୋକମାନେ ମତଦାନ କେନ୍ଦ୍ରରେ ଭିଡ଼ ଜମାଇଛନ୍ତି। ଅମିତ ଶାହ ୧୬୦ ଆସନର ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଆମେ ୨୦୦ ଜିତିବୁ। ବିହାରରେ ପୁଣି ଥରେ ଏନଡିଏ ସରକାର ଗଠନ ହେବାକୁ ଯାଉଛି।
ସୁରକ୍ଷା କର୍ମୀଙ୍କ ବଳ ପ୍ରୟୋଗ
ଆରାରିଆର ଫୋର୍ବସଗଞ୍ଜରେ ବିଜେପି ଏବଂ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ସୁରକ୍ଷା କର୍ମୀଙ୍କୁ ବଳ ପ୍ରୟୋଗ କରି ହସ୍ତକ୍ଷେପ କରିବାକୁ ପଡିଥିଲା। ଫୋର୍ବସଗଞ୍ଜ କଲେଜର ୧୯୮ ନମ୍ବର ପୋଲିଂ ବୁଥ୍ରେ ଏହି ଘଟଣା ଘଟିଛି। କଂଗ୍ରେସ ସମର୍ଥକମାନେ ଅଭିଯୋଗ କରିଛନ୍ତି, ବିଜେପି ବିଧାୟକ ଏବଂ ଏନଡିଏ ପ୍ରାର୍ଥୀ କଂଗ୍ରେସ ଭୋଟରଙ୍କୁ ମାଡ଼ ମାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଶୁଣି କଂଗ୍ରେସ କର୍ମୀମାନେ ଉତ୍ତେଜିତ ହୋଇ ପୋଲିଂ ବୁଥ୍ ବାହାରେ ହଙ୍ଗାମା କରିବାକୁ ଲାଗିଲେ। ଏସଡିଓ ରଞ୍ଜିତ କୁମାର କହିଛନ୍ତି ଯେ, କୌଣସି ଲାଠିଚାର୍ଜ ହୋଇନାହିଁ ଏବଂ ପରିସ୍ଥିତି ଏବେ ଶାନ୍ତ ଅଛି।
Follow Us