୫୦ ବାଂଲାଦେଶୀ ବିଚାରପତି ଭୋପାଳରେ ତାଲିମ ନେବେ: ଖର୍ଚ୍ଚ ବହନ କରିବେ ଭାରତ ସରକାର

ବାଂଲାଦେଶର ୫୦ଜଣ ବିଚାରପତିଙ୍କ ଏକ ଦଳ ତାଲିମ ପାଇଁ ଭାରତ ଆସୁଛନ୍ତି। ସେମାନଙ୍କର ପ୍ରଶିକ୍ଷଣ ଆଇନ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦନ କରାଯାଇଛି। ତାଲିମର ସମ୍ପୂର୍ଣ୍ଣ ଖର୍ଚ୍ଚ ଭାରତ ସରକାର ବହନ କରିବେ। ଏହି ବିଚାରପତିମାନେ ଫେବୃଆରୀ ୧୦ରୁ ଫେବୃଆରୀ ୨୦ ପର୍ଯ୍ୟନ୍ତ ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ...

bangladesh-judges-will-take-training-in-india

bangladesh-judges-will-take-training-in-india

ଢାକା/ନୂଆଦିଲ୍ଲୀ: ବାଂଲାଦେଶର ୫୦ଜଣ ନ୍ୟାୟିକ ଅଧିକାରୀ ଭାରତର ସରକାରୀ ଏକାଡେମୀରେ ୧୦ ଦିନିଆ ତାଲିମ ନେବେ। ଏନେଇ ବାଂଲାଦେଶୀ  ବିଚାରପତିଙ୍କ ଦଳ ତାଲିମ ପାଇଁ ଭାରତ ଆସୁଛନ୍ତି। ଏହାକୁ ଆଇନ ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି ବୋଲି ସୂଚନା ପ୍ରଦାନ କରାଯାଇଛି। ତେବେ ଦୁଇ ଦେଶ ମଧ୍ୟରେ କୂଟନୈତିକ ବିବାଦ ଜାରି ରହିଛି।

ମଧ୍ୟପ୍ରଦେଶର ଭୋପାଳରେ ଥିବା ଜାତୀୟ ଜୁଡିସିଆଲ୍ ଏକାଡେମୀ ଏବଂ ରାଜ୍ୟ ଜୁଡିସିଆଲ୍ ଏକାଡେମୀ ଅଧିନସ୍ଥ ଅଦାଲତରେ ତାଲିମ ନେବା ପାଇଁ ଏହି ନ୍ୟାୟିକ ଅଧିକାରୀଙ୍କୁ ଆଇନ ମନ୍ତ୍ରଣାଳୟ ଅନୁମତି ଦେଇଛି। ଏଥିପାଇଁ ବାଂଲାଦେଶକୁ କୌଣସି ଖର୍ଚ୍ଚ ବହନ କରିବାକୁ ପଡିବ ନାହିଁ।

ସୁପ୍ରିମକୋର୍ଟଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ଆଇନ ମନ୍ତ୍ରଣାଳୟ ଅନୁମତି ଦେଇଛି ବୋଲି 'ପ୍ରଥାମ୍ ଆଲୋ' ଖବରକାଗଜ କହିଛି। ସହକାରୀ ବିଚାରପତି, ସିନିୟର ଆସିଷ୍ଟାଣ୍ଟ ଜଜ୍, ଯୁଗ୍ମ ଜିଲ୍ଲା ତଥା ସେସନ୍ସ ଜଜ୍, ଅତିରିକ୍ତ ଜିଲ୍ଲା ତଥା ସେସନ୍ସ ଜଜ୍, ଜିଲ୍ଲା ଏବଂ ସେସନ୍ସ ଜଜ୍ ଏବଂ ସମାନ ପଦବୀର ଅଧିକାରୀମାନେ ଏହି ତାଲିମ ପାଇଁ ମନୋନୀତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ସିଡ୍‌ନି ଟେଷ୍ଟରେ କେଉଁଠି ରହିଲା ଭୁଲ୍, କହିଲେ ବୁମ୍‌ରା, ଭିଡିଓ ଭାଇରାଲ

ଖବର ଅନୁଯାୟୀ, ଆଇନ, ନ୍ୟାୟ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ଡେପୁଟି ସେକ୍ରେଟାରୀ (ଟ୍ରେନିଂ), ଆଇନ ଏବଂ ଜଷ୍ଟିସ୍ ଡିଭିଜନ୍ ଅବୁଲ ହସନାତ୍‌ଙ୍କ ଦସ୍ତଖତରେ ଏକ ସର୍କୁଲାରରେ କୁହାଯାଇଛି ଯେ, ପ୍ରଶିକ୍ଷଣର ସମସ୍ତ ଖର୍ଚ୍ଚ ଭାରତ ସରକାର ବହନ କରିବେ। ପ୍ରଧାନମନ୍ତ୍ରୀ ଶେଖ ହାସିନା ଗତ ୨୦୨୪ବର୍ଷ ଅଗଷ୍ଟ ୫ରେ ନୂଆଦିଲ୍ଲୀକୁ ପଳାଇ ଆସିବା ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ଯାଇଥିଲା।

ଅଧିକ ପଢ଼ନ୍ତୁ: ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଲୁଟେରା: ୫ଟି କାର୍‌ ସୋ’ରୁମ୍‌ରେ ଲୁଟ୍‌

ସୂଚନାଯୋଗ୍ୟ, ଶେଖ ହସିନାଙ୍କୁ ପଠାଇବାକୁ ବାଂଲାଦେଶ ଭାରତ ନିକଟରେ ଦାବି କରିଛି। ତେବେ ଏହି ଦାବିକୁ ଭାରତ ଅଧିକ ଗୁରୁତ୍ୱ ଦେଇନାହିଁ। ବାଂଲାଦେଶ ଏପର୍ଯ୍ୟନ୍ତ କୌଣସି ଉତ୍ତର ପାଇନାହିଁ। ଏଭଳି ପରିସ୍ଥିତିରେ ବାଂଲାଦେଶର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ଏକ ବଡ଼ ପ୍ରଶ୍ନ। ତେବେ ଭାରତକୁ ଏକ  ରିମାଇଣ୍ଡର ପତ୍ର ପଠାଇବ ବୋଲି ବାଂଲାଦେଶ କହିଛି। ଦି ଡେଲି ଷ୍ଟାର ଅନୁଯାୟୀ, ଢାକା ନୂଆଦିଲ୍ଲୀକୁ ଏକ  ରିମାଇଣ୍ଡର ପତ୍ର ପଠାଇବ।

ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ କହିଛି, ଆମେ ଏପର୍ଯ୍ୟନ୍ତ ନୂଆଦିଲ୍ଲୀରୁ କୌଣସି ଉତ୍ତର ପାଇନାହୁଁ। ଆମେ ଉତ୍ତର ପାଇଁ ଅପେକ୍ଷା କରିବୁ। ଯଦି ଆମେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହା ନ  ପାଇବୁ, ଆମେ ଏକ ରିମାଇଣ୍ଡର ପତ୍ର ପଠାଇବୁ। ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଢାକାର ପରବର୍ତ୍ତୀ ପଦକ୍ଷେପ ଦିଲ୍ଲୀର ପ୍ରତିକ୍ରିୟା ଉପରେ ନିର୍ଭର କରିବ। ଆମେ ଏହି ସମୟରେ ପରିସ୍ଥିତି ଉପରେ ମନ୍ତବ୍ୟ କିମ୍ବା କଳ୍ପନାଜଳ୍ପନା କରିବାକୁ ଚାହୁଁନାହୁଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe