55 percent of truck drivers are visually impaired: Delhi IIT report Photograph: (Sambad.in)
ନୂଆଦିଲ୍ଲୀ: ଭାରତରେ ସାମଗ୍ରୀ ପରିବହନ ପାଇଁ ଟ୍ରକ୍ ବ୍ୟବହୃତ ହୋଇଥାଏ। ପ୍ରତିଦିନ ଏହି ଟ୍ରକ୍ ଗୁଡିକ ଗୋଟିଏ ସହରରୁ ଅନ୍ୟ ସହରକୁ ଯାତ୍ରା କରିଥାନ୍ତି। ଏହି ସମୟରେ ଟ୍ରକ୍ ଡ୍ରାଇଭରଙ୍କ ସମ୍ପର୍କରେ ଏକ ରିପୋର୍ଟ ଆସିଛି। ରିପୋର୍ଟ ଅନୁଯାୟୀ, ୫୩.୩ ପ୍ରତିଶତଙ୍କର ଦୂର ଦୃଷ୍ଟିଦୋଷ ରହିଛି।
ସେହିପରି ୪୬.୭ ପ୍ରତିଶତଙ୍କର ନିକଟ ଦୃଷ୍ଟିଦୋଷ ରହିଛି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଏହା ୨୮ ଜାନୁଆରୀ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି।
ରିପୋର୍ଟ ଅନୁଯାୟୀ, ଦେଶର ପ୍ରାୟ ୪୪.୩ ପ୍ରତିଶତ ଡ୍ରାଇଭରଙ୍କର ବଡି ମାସ ଇଣ୍ଡେକ୍ସ (ବିଏମଆଇ) ଅଧିକ ରହିଛି। ୫୭.୪ ପ୍ରତିଶତ ଡ୍ରାଇଭରଙ୍କ ରକ୍ତଚାପସ୍ତର ଅଧିକ ରହିଛି। ୧୮.୪ ପ୍ରତିଶତ ଡ୍ରାଇଭରଙ୍କ ଡାଇବେଟିସ୍ ଅଛି। ଫୋରସାଇଟ୍ ଫାଉଣ୍ଡେସନ୍ ସହଯୋଗରେ ଆଇଆଇଟି ଦିଲ୍ଲୀ ଏହି ରିପୋର୍ଟ ପ୍ରସ୍ତୁତ କରିଛି।
ଏହି ରିପୋର୍ଟ ପ୍ରସ୍ତୁତ କରିବାକୁ ଦେଶର ବିଭିନ୍ନ ରାଜ୍ୟରୁ ଡ୍ରାଇଭରମାନଙ୍କୁ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରେ ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ତାମିଲନାଡୁ ରାଜ୍ୟରୁ ମୋଟ ୫୦,୦୦୦୦ଟ୍ରକ୍ ଡ୍ରାଇଭର ସାମିଲ ହୋଇଥିଲେ।
ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରାୟ ୩୩.୯ ପ୍ରତିଶତ ଟ୍ରକ୍ ଡ୍ରାଇଭର ମଧ୍ୟମ ସ୍ତରର ଚାପଗ୍ରସ୍ତ ରହିଥିବାବେଳେ ୨.୯ ପ୍ରତିଶତ ଉଚ୍ଚସ୍ତରର ଚାପଗ୍ରସ୍ତ ରହିଛନ୍ତି। ସେମାନଙ୍କର ମାନସିକ ସ୍ବାସ୍ଥ୍ୟ ଠିକ୍ ନାହିଁ।
କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, ଭାରତ ପରିବହନ କ୍ଷେତ୍ରରେ ୭୦% ଟ୍ରାଫିକ ଏବଂ ପରିବହନ ଖର୍ଚ୍ଚ ୧୪-୧୬ ପ୍ରତିଶତ ବୃଦ୍ଧି ସହିତ ପରିବହନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଆହ୍ବାନର ସମ୍ମୁଖୀନ ହେଉଛି। ସେ କହିଛନ୍ତି ଯେ, ଭାରତର ପରିବହନ କ୍ଷେତ୍ର ସମ୍ମୁଖୀନ ହେଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଡ୍ରାଇଭରଙ୍କର ଅଭାବ।
ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ୧୭୨ ରନ୍ର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ
ଦେଶରେ ପ୍ରତି ୧୦୦ ଟ୍ରକ ପାଇଁ କେବଳ ୭୫ ଡ୍ରାଇଭର ଅଛନ୍ତି। ଡ୍ରାଇଭରଙ୍କ ତାଲିମ ଏବଂ କଲ୍ୟାଣ ଉପରେ ଧ୍ୟାନ ଦେଇ ଆମେ ଏହି ସମସ୍ୟାର ସମାଧାନ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି। ସେମାନଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଡିଜିଟାଲାଇଜେସନ୍ ଏବଂ ଆପ୍ସର ଏକୀକରଣ ପାଇଁ ଆମେ ପ୍ରତିବଦ୍ଧ ଅଟୁ।
ସମଗ୍ର ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଟ୍ରକ୍ଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଟ୍ରକ୍ଗୁଡ଼ିକୁ ଭାରତୀୟ ଲଜିଷ୍ଟିକ୍ ସେକ୍ଟରର ମେରୁଦଣ୍ଡ ମଧ୍ୟ କୁହାଯାଇଥାଏ। ତଥାପି, ଏହି ଟ୍ରକ୍ଗୁଡ଼ିକ ଚଳାଉଥିବା ଡ୍ରାଇଭରମାନେ ଅନେକ ସମୟରେ କଠିନ ଚ୍ୟାଲେଞ୍ଜ୍ ଏବଂ କଠିନ ଜୀବନଶୈଳୀର ସମ୍ମୁଖୀନ ହୋଇଥାନ୍ତି। ତେଥିମଧ୍ୟରେ ଦୀର୍ଘ ଘଣ୍ଟା ଟ୍ରକ୍ ଚାଳନା, ଅନିୟମିତ ଶିଫ୍ଟ, ଦୀର୍ଘ ସମୟ ପର୍ଯ୍ୟନ୍ତ ପରିବାରଠାରୁ ଦୂରରେ ରହିବା ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ଚିନ୍ତା ଅନ୍ତର୍ଭୁକ୍ତ। ଆଇଆଇଟିର ଏହି ରିପୋର୍ଟ ବେଶ୍ ଚିନ୍ତାଜନକ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।
ଅଧିକ ପଢ଼ନ୍ତୁ: ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇବେ ନବୀନଙ୍କ ସପ୍ତରଥୀ
Follow Us