୮୦ ବର୍ଷରେ ଅନଲାଇନ୍ ପ୍ରେମ ଜାଲରେ ଫସିଗଲେ ବୃଦ୍ଧ:ଚାରି ଯୁବତୀ ଠକି ନେଲେ ୯ କୋଟି ଟଙ୍କା

ସମ୍ପ୍ରତି ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଚାରି ଜଣ ଯୁବତୀ ମିଶି ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧଙ୍କୁ ନିଜର ଶିକାର କରି ୯ କୋଟି ଟଙ୍କା ଠକି ନେଇଛନ୍ତି। ଅନଲାଇନ୍ ପ୍ରେମ ଜାଲରେ ବୃଦ୍ଧ ଜଣକ ଫସି ଶେଷରେ ଏଭଳି ଫଳ ପାଇଛନ୍ତି...

80-year-old man falls into online love trap: Four young women cheat him out of Rs 9 crore

80-year-old man falls into online love trap: Four young women cheat him out of Rs 9 crore Photograph: (sambad.in)

ମୁମ୍ବାଇ: ସୋସିଆଲ ମିଡିଆରେ ବନ୍ଧୁତା ବାହାନାରେ ମୁମ୍ବାଇରେ ରହୁଥିବା ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ସହିତ କୋଟି କୋଟି ଟଙ୍କାର ଠକେଇର ଏକ ଘଟଣା ସାମ୍ନାକୁ ଆସିଛି। ଠକମାନେ ବୃଦ୍ଧଙ୍କଠାରୁ ୭୩୪ ଥରରେ ପ୍ରାୟ ୮.୭ କୋଟି ଟଙ୍କା ଠକି ନେଇଛନ୍ତି। ଏହି ଘଟଣା ଏପ୍ରିଲ ୨୦୨୩ ରେ ଆରମ୍ଭ ହୋଇଥିଲା।

ସେତେବେଳେ ବୃଦ୍ଧ ବ୍ୟକ୍ତି ଫେସବୁକରେ ଶରଭି ନାମକ ଜଣେ ଯୁବତୀଙ୍କୁ ବନ୍ଧୁତା ଅନୁରୋଧ ପଠାଇଥିଲେ। ପ୍ରଥମେ ଯୁବତୀ ଜଣକ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ। କିନ୍ତୁ କିଛି ଦିନ ପରେ ଶରଭି  ବୃଦ୍ଧଙ୍କ ପାଖକୁ ବନ୍ଧୁତା ଅନୁରୋଧ ପଠାଇଥିଲେ। ଧୀରେ ଧୀରେ କଥାବାର୍ତ୍ତା ଆରମ୍ଭ ହେଲା।  ଦୁହିଁଙ୍କ ମଧ୍ୟରେ ହ୍ୱାଟ୍ସଆପ୍ ଚାଟ୍ ଆରମ୍ଭ ହେଲା।

ଶରଭି ନିଜ ବିଷୟରେ କହିଥିଲେ ଯେ, ସେ ଜଣେ ଛାଡପତ୍ର ପାଇଥିବା ମହିଳା। ସେ ଦୁଇଟି ପିଲାର ମାଆ। ସେ ଦାବି କରିଥିଲେ, ସେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେତେବେଳେ ପିଲାମାନଙ୍କ ଅସୁସ୍ଥତା ବାହାନାରେ ତ କେତେବେଳେ ଆର୍ଥିକ ସଙ୍କଟ ବାହାନାରେ, ସେ ବୃଦ୍ଧ ବ୍ୟକ୍ତିଙ୍କଠାରୁ ବାରମ୍ବାର ଟଙ୍କା ମାଗୁଥିଲେ। ପ୍ରତ୍ୟେକ ଥର ବୃଦ୍ଧ ତାଙ୍କୁ ସାହାଯ୍ୟ କରୁଥିଲେ।

କିଛି ଦିନ ପରେ କବିତା ନାମକ ଆଉ ଜଣେ ଯୁବତୀ ବୃଦ୍ଧଙ୍କ ସହିତ ଯୋଗାଯୋଗ କରିବା ଆରମ୍ଭ କରିଥିଲେ। ସେ ଅଶ୍ଳୀଳ ମେସେଜ୍ ପଠାଇଥିଲେ ଏବଂ ପରେ ଏକ ଅସୁସ୍ଥ ପିଲାର ଚିକିତ୍ସା ନାମରେ ଟଙ୍କା ମାଗିଥିଲେ। ଏହା ପରେ, ଦିନାଜ୍ ନାମକ ଜଣେ ଯୁବତୀ  ନିଜକୁ ଶାରଭିଙ୍କ ଭଉଣୀ ବୋଲି ପରିଚୟ ଦେଇ କହିଥିଲେ ଯେ, ଶାରଭିଙ୍କ ମୃତ୍ୟୁ ଘଟିଛି ଏବଂ ମରିବା ପୂର୍ବରୁ ସେ ବୃଦ୍ଧ ବ୍ୟକ୍ତିଙ୍କୁ ତାଙ୍କ ହସ୍ପିଟାଲ ବିଲ୍ ଦେବାକୁ ଅନୁରୋଧ କରିଯାଇଥିଲେ। 

ଅଧିକ ପଢ଼ନ୍ତୁ: ରକ୍ଷାବନ୍ଧନରେ ଟ୍ରାଫିକ୍ ନିୟମ ଭାଙ୍ଗିଥିବା ଲୋକଙ୍କୁ ମିଳିଲା ନିଆରା ଦଣ୍ଡ

ଦିନାଜ୍ ହ୍ୱାଟ୍ସଆପ୍ ଚାଟ୍‌ର ସ୍କ୍ରିନସଟ୍ ପଠାଇ ବୃଦ୍ଧ ବ୍ୟକ୍ତିଙ୍କୁ ବୁଝାଇ ତାଙ୍କଠାରୁ ଟଙ୍କା ନେଇଥିଲେ। ଯେତେବେଳେ ବୃଦ୍ଧ ବ୍ୟକ୍ତି ଟଙ୍କା ଫେରସ୍ତ ମାଗିଲେ, ଯୁବତୀ ଜଣକ ନିଜ ଜୀବନ ନେବାକୁ ଧମକ ଦେଲେ। ଏହା ପରେ, ଜସ୍ମିନ୍ ନାମକ ଜଣେ ଯୁବତୀ  ନିଜକୁ ଦିନାଜ୍‌ଙ୍କ ବନ୍ଧୁ ଭାବରେ ପରିଚୟ ଦେଇ ସାହାଯ୍ୟ ପାଇଁ ନିବେଦନ କରିଥିଲେ।

ବୃଦ୍ଧ ବ୍ୟକ୍ତି ତାଙ୍କୁ ଟଙ୍କା ମଧ୍ୟ ପଠାଇଥିଲେ। ଗୋଟିଏ ପରେ ଗୋଟିଏ ନୂଆ ଚରିତ୍ର ଆସିବା ଆରମ୍ଭ କରିଥିଲେ।  ବୃଦ୍ଧ ଠକେଇର ଜାଲରେ ଫସି ଗଲେ।   ୨୦୨୩ ଜାନୁଆରିରୁ ଏପ୍ରିଲ  ମାସ ମଧ୍ୟରେ ବୃଦ୍ଧି ୪ ଯୁବତୀଙ୍କ ପାଖକୁ ୮.୭ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ। ସମସ୍ତ ସଞ୍ଚୟ ହରାଇବା ପରେ ବୃଦ୍ଧ ତାଙ୍କ ବୋହୂଙ୍କଠାରୁ ୨ ଲକ୍ଷ ଟଙ୍କା ଧାର ନେଇଥିଲେ ଏବଂ ତାଙ୍କ ପୁଅଙ୍କୁ ୫ ଲକ୍ଷ ଟଙ୍କା ମାଗିଥିଲେ। ପୁଅ ସନ୍ଦେହ କରି ବାପାଙ୍କୁ ପଚରା ଉଚରା କରି ସତ୍ୟତା ଜାଣିପାରିଲେ।

ସତ୍ୟ ଜଣାପଡ଼ିବା ପରେ, ବୃଦ୍ଧ ବ୍ୟକ୍ତି ମାନସିକ ଅବସାଦ ଗ୍ରସ୍ତ ହୋଇଥିଲେ। ଶେଷରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା। ଡାକ୍ତରମାନେ କହିଥିଲେ ଯେ, ସେ ଡିମେନ୍ସିଆରେ ପୀଡିତ। ବୃଦ୍ଧଙ୍କର  ସ୍ମୃତି ଏବଂ ବୁଝିବା କ୍ଷମତା ଧୀରେ ଧୀରେ ହ୍ରାସ ପାଉଛି ବୋଲି ଡାକ୍ତର କହିଥିଲେ। ଜୁଲାଇ ୨୨ ରେ, ବୃଦ୍ଧ ବ୍ୟକ୍ତି ସାଇବର କ୍ରାଇମ୍ ହେଲ୍ପଲାଇନରେ ଏ ବିଷୟରେ ଅଭିଯୋଗ କରିଥିଲେ।

ଏହା ପରେ, ଅଗଷ୍ଟ ୬ ରେ ଏକ ଏଫଆଇଆର୍ ପଞ୍ଜିକୃତ ହୋଇଥିଲା। ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ସମ୍ପୂର୍ଣ୍ଣ ମାମଲାରେ ଚାରି ଜଣ ଯୁବତୀଙ୍କ ନାମ ସାମ୍ନାକୁ ଆସିଛି। ତଥାପି, ସନ୍ଦେହ ହେଉଛି ଯେ, ସେମାନେ ଚାରି ଜଣ ନୁହନ୍ତି  ଜଣେ ହିଁ ଯୁବତୀ। ପୁଲିସ ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ:ରିଲ୍ ପାଇଁ ମହିଳା ନିଜ ଶାଢ଼ି କାନିରେ ନିଆଁ ଲଗାଇ ଗୀତର ତାଳେ ତାଳେ ନାଚିଲେ: ଭିଡିଓ ଭାଇରାଲ

Cyber Fraud

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe