cambodia rocket system exploded Photograph: (social media)
Cambodia: ଚୀନ ନିର୍ମିତ ଯୁଦ୍ଧ ସାମଗ୍ରୀ କେତେ ଭରସାଯୋଗ୍ୟ ତାହା ସମସ୍ତେ ଜାଣନ୍ତି । ଅପରେସନ ସିନ୍ଦୂର ସମୟରେ ଏକଥା ଭଲଭାବରେ ଅନୁଭବ କରିଥିବ ପାକିସ୍ତାନ । ଏବେ ଏକଥା ଅନୁଭବ କରିପାରିଛି ଆଉ ଏକ ଦେଶ । ତାହା ହେଉଛି କାମ୍ବୋଡିଆ ।
ଏବେ ଚାଲିଥିବା କାମ୍ବୋଡିଆ ଓ ଥାଇଲାଣ୍ଡ ଲଢେଇରେ କାମ୍ବାଡୋଆକୁ ଧୋକା ଦେଇଛି ଚାଇନା ନିର୍ମିତ ରକେଟ ଲଞ୍ଚର୍। ଥାଇଲାଣ୍ଡ ଆମେରିକା ନିର୍ମତ ଏଫ୍-୧୬ ବ୍ୟବହାର କରି ଆକ୍ରମଣ କରୁଥିବାବେଳେ କାମ୍ବୋଡିଆ ଚୀନ ନିର୍ମିତ ରକେଟ ସିଷ୍ଟମ୍ ବ୍ୟବହାର କରି ରକେଟ ମାଡ କରୁଛି । କିନ୍ତୁ ଏହି ସମୟରେ ହଠାତ୍ ରକେଟ୍ ସିଷ୍ଟମରେ ଏକ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୮ ଜଣ କାମ୍ବୋଡିଆ ଯବାନ ସହିଦ ହୋଇଯାଇଥିଲେ ।
ଆହୁରି ପଢନ୍ତୁ : Sahityika Panipaga: ସାହିତ୍ୟିକ ପାଣିପାଗ: ସବୁଠୁ ବଡ଼ ସାହିତ୍ୟିକ ଦୁର୍ଘଟଣା
ଥାଇଲ୍ୟାଣ୍ଡ-କମ୍ବୋଡିଆ ଯୁଦ୍ଧର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ କାମ୍ବୋଡିଆର ସୈନିକମାନେ ରକେଟ ସିଷ୍ଟମରୁ ରକେଟ ଲଞ୍ଚ୍ କରୁଥିବାର ଦେଖାଯାଉଛି । ଅଧା ଡଜନ କାମ୍ବୋଡିଆର ସୈନିକଙ୍କୁ ରକେଟ୍ ସିଷ୍ଟମ ପାଖରେ ଠିଆ ହୋଇଥିବାର ଦେଖିବାକୁ ମିଳୁଛି। ଜଣେ ସୈନିକ ମୋବାଇଲ୍ ଫୋନ୍ ସାହାଯ୍ୟରେ ଗୁଳି ଚଳାଇବାର ଭିଡିଓ ମଧ୍ୟ ରେକର୍ଡ କରୁଥିବା ଦେଖାଯାଉଛି । MLRS ଗୋଟିଏ ପରେ ଗୋଟିଏ ଛଅଟି ରକେଟ୍ ଫାୟାର କରେ, କିନ୍ତୁ ତା’ପରେ ରକେଟ୍ ସିଷ୍ଟମ ହଠାତ୍ ବିସ୍ଫୋରଣ ହୋଇ ସେଠାରେ ଛିଡ଼ା ହୋଇଥିବା ସୈନିକମାନେ ମୃତ୍ୟୁବରଣ କରୁଛନ୍ତି ।
ଆହୁରି ପଢନ୍ତୁ : Hospital Negligence: ଯନ୍ତ୍ରଣା କମିବା ପାଇଁ ନର୍ସ ଦେଲେ ପେନକ୍ଲିୟର, ରକ୍ତଚାପ ବୃଦ୍ଧି ପାଇ ଚାଲିଗଲା ରୋଗୀଙ୍କ ଜୀବନ
ଚୀନ୍ ରୁଷରୁ PHL-81 କପି କରିଛି
କମ୍ବୋଡିଆର ସେନା ଚୀନ୍ ନିର୍ମିତ PHL-81 ରକେଟ୍ ସିଷ୍ଟମ ବ୍ୟବହାର କରେ। ଏହା 1980 ଦଶକରେ ରୁଷ (ସୋଭିଏତ୍ ୟୁନିଅନ୍)ରୁ BM021 ଗ୍ରାଡ୍ ମଲ୍ଟିପଲ ଲଞ୍ଚ ରକେଟ୍ ସିଷ୍ଟମର ଏକ ସଂସ୍କରଣ (କପି)।
Follow Us