Superkilonova : ମହାକାଶରେ ମହାବିସ୍ଫୋରଣ, ପ୍ରତ୍ୟକ୍ଷ ପ୍ରମାଣ ପାଇଲେ ବୈଜ୍ଞାନିକ

Advertisment

ବ୍ରହ୍ମାଣ୍ଡରେ ଏପରି ଏକ ଘଟଣା ଘଟିଛି ଯାହା ବୈଜ୍ଞାନିକମାନଙ୍କୁ ହତବାକ୍ କରିଦେଇଛି। ମହାକାଶରେ ଏପରି ଏକ ମହାଜାଗତିକ ଘଟଣା ଘଟିଛି ଯାହା ସଂପର୍କରେ ପୂର୍ବରୁ କେବଳ କଳ୍ପନା କରାଯାଉଥିଲା ।

Updated On

ବ୍ରହ୍ମାଣ୍ଡରେ ଏପରି ଏକ ଘଟଣା ଘଟିଛି ଯାହା ବୈଜ୍ଞାନିକମାନଙ୍କୁ ହତବାକ୍ କରିଦେଇଛି। ମହାକାଶରେ ଏପରି ଏକ ମହାଜାଗତିକ ଘଟଣା ଘଟିଛି ଯାହା ସଂପର୍କରେ ପୂର୍ବରୁ କେବଳ କଳ୍ପନା କରାଯାଉଥିଲା ।

ଅଦ୍ୟତନ ହୋଇଛି
nova

nova Photograph: (AI image)

ନୂଆଦିଲ୍ଲୀ: ବ୍ରହ୍ମାଣ୍ଡରେ ଏପରି ଏକ ଘଟଣା ଘଟିଛି ଯାହା ବୈଜ୍ଞାନିକମାନଙ୍କୁ ହତବାକ୍ କରିଦେଇଛି। ମହାକାଶରେ ଏପରି ଏକ ମହାଜାଗତିକ ଘଟଣା ଘଟିଛି ଯାହା ସଂପର୍କରେ ପୂର୍ବରୁ କେବଳ କଳ୍ପନା କରାଯାଉଥିଲା । କିନ୍ତୁ ଏବେ ଆମ ଜୀବଦଶାରେ ତାହା ଘଟିଛି । ତାହା ହେଉଛି ସୁପରକିଲୋନୋଭା । 

ଆହୁରି ପଢନ୍ତୁ : Railway Group D Recruitments: ରେଳବାଇରେ ଚାକିରି କରିବାର ଆସିଲା ସୁବର୍ଣ୍ଣ ସୁଯୋଗ

ପୃଥିବୀଠାରୁ ପ୍ରାୟ ୧.୩ ବିଲିୟନ ଆଲୋକବର୍ଷ ଦୂରରେ, "ସୁପରକିଲୋନୋଭା" ନାମରେ ଅତ୍ୟନ୍ତ ବିରଳ ମହାବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ପୂର୍ବରୁ ଜଣାଥିବା ସମସ୍ତ ସିଦ୍ଧାନ୍ତକୁ ବଦଳାଇଦେଇଛି । ସାଧାରଣତଃ ଏକ ବିଶାଳ ତାରାର ମୃତ୍ୟୁ ହେଲେ ଏକ ବଡ଼ ବିସ୍ଫୋରଣ ହୁଏ, ତାହାକୁ ସୁପରନୋଭା କୁହାଯାଏ। ସେହିପରି କିନ୍ତୁ ଯେତେବେଳେ ଦୁଇଟି ନ୍ୟୁଟ୍ରନ୍ ତାରା ପରସ୍ପର ସହିତ ଧକ୍କା ହୁଅନ୍ତି, ଏକ ଅତି ବିଶାଳ ବିସ୍ଫୋରଣ ଘଟେ। ଏହାକୁ କିଲୋନୋଭା କୁହାଯାଏ। ଏହା ସୁପରନୋଭା ଅପେକ୍ଷା ଅନେକ ଗୁଣ ଅଧିକ ଶକ୍ତିଶାଳୀ। ଏହି ଧକ୍କା ୟୁରାନିୟମ୍ ଏବଂ ସୁନା ଭଳି ଭାରୀ ଉପାଦାନ ସୃଷ୍ଟି କରେ। 
କିନ୍ତୁ ସୁପରକିଲୋନୋଭା କଣ ? ସୁପରକିଲୋନୋଭା ହେଉଛି ସୁପରନୋଭା ଓ କିଲୋନଭାଠାରୁ ଆହରି ଅନେକଗୁଣ ଶକ୍ତିଶାଳୀ ବିସ୍ଫୋରଣ । ଏହା ଉଭୟ ମହାବିସ୍ଫୋରଣର ଏକ ମିଳିତ ରୂପ । ଏପରି ଏକ ମହାଜାଗତି ଘଟଣା ସଂପର୍କରେ ପୂର୍ବରୁ ବୈଜ୍ଞାନିକମାନେ କେବଳ କଳ୍ପନା କରୁଥିଲେ, କିନ୍ତୁ ଏହାର ପ୍ରମାଣ କେବେ ମିଳିନଥିଲା।

ଆହୁରି ପଢନ୍ତୁ : Cold Wave: ଶୀତଲହରୀ ସହ ତୁଷାରପାତ ଜାରି: ଘୁ.ଉଦୟଗିରିରେ ପାରଦ୫ଡିଗ୍ରି ରେକର୍ଡ଼

ଦି ଆଷ୍ଟ୍ରୋଫିଜିକାଲ ଜର୍ଣ୍ଣାଲ୍ ଲେଟର୍ସରେ ପ୍ରକାଶିତ ଏକ ଅଧ୍ୟୟନ ଦାବି କରିଛି ଯେ ଏହା ଇତିହାସରେ ପ୍ରଥମ ପରିଲକ୍ଷିତ "ସୁପରକିଲୋନୋଭା" ହୋଇପାରେ। କାଲଟେକ୍ ପ୍ରଫେସର ମାନସୀ କାସଲିୱାଲ୍ ଏବଂ ତାଙ୍କ ଦଳ ଏହି ମହାଜାଗତିକ ଘଟଣାର ଅଧିକ ରହସ୍ୟକୁ ଉନ୍ମୋଚନ କରିବାକୁ ଚେଷ୍ଟା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe