India-US: ଭାରତ-ଆମେରିକା ସମ୍ପର୍କରେ ଅଶାନ୍ତିର ବର୍ଷ

Advertisment

ବର୍ଷ-୨୦୨୫ ଭାରତ ଓ ଆମେରିକା ସମ୍ପର୍କ ପାଇଁ ଅଶାନ୍ତିପୂର୍ଣ୍ଣ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ବିରୋଧରେ କଡ଼ା ଶୁଳ୍କ ନିଷ୍ପତ୍ତି, ଏଚ୍-୧ବି ଭିସା ଉପରେ କଟକଣା...

ବର୍ଷ-୨୦୨୫ ଭାରତ ଓ ଆମେରିକା ସମ୍ପର୍କ ପାଇଁ ଅଶାନ୍ତିପୂର୍ଣ୍ଣ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ବିରୋଧରେ କଡ଼ା ଶୁଳ୍କ ନିଷ୍ପତ୍ତି, ଏଚ୍-୧ବି ଭିସା ଉପରେ କଟକଣା...

Untitled-16

ନୂଆଦିଲ୍ଲୀ/ୱାସିଂଟ: ବର୍ଷ-୨୦୨୫ ଭାରତ ଓ ଆମେରିକା ସମ୍ପର୍କ ପାଇଁ ଅଶାନ୍ତିପୂର୍ଣ୍ଣ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ବିରୋଧରେ କଡ଼ା ଶୁଳ୍କ ନିଷ୍ପତ୍ତି, ଏଚ୍-୧ବି ଭିସା ଉପରେ କଟକଣା ଏବଂ ପାକିସ୍ତାନ ସହ ଜଡ଼ିତ ଭୂ-ରାଜନୈତିକ ଉତ୍ତେଜନା ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଗଭୀର ଚାପଗ୍ରସ୍ତ ରହିଛି।  ଯଦିଓ ଆ‌ମେରିକା ସହ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ଓ ଉଚ୍ଚସ୍ତରୀୟ କଥାବାର୍ତ୍ତା କିଛି ଆଶା ଦେଖାଉଛି, ତଥାପି ଏହି ବର୍ଷ ଦୁଇ ଦେଶର ସମ୍ପର୍କକୁ କଠୋର ପରୀକ୍ଷାରେ ପକାଇଛି।
 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଓ ଟ୍ରମ୍ପଙ୍କ ସହ ବୈଠକରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦୩୦ ସୁଦ୍ଧା ୫୦୦ ବିଲିୟନ ଡଲାରକୁ ବଢ଼ାଇବା ପାଇଁ ବାଣିଜ୍ୟ ଚୁକ୍ତି (ବିଟିଏ) ଆଲୋଚନାର ଘୋଷଣା ହୋଇଥିଲା। କିନ୍ତୁ ଟ୍ରମ୍ପ ଭାରତକୁ ‘ଅତ୍ୟଧିକ ଶୁଳ୍କ ଆଦାୟକାରୀ ଦେଶ’ ବୋଲି ସମାଲୋଚନା କରି ଏପ୍ରିଲରେ ୨୬ ପ୍ରତିଶତ ଓ ପରେ ଅଗଷ୍ଟରେ ରୁଷ୍‌ଠାରୁ ତୈଳ କ୍ରୟ ଯୋଗୁଁ ଆଉ ୨୫ ପ୍ରତିଶତ ଅତିରିକ୍ତ ଟାରିଫ୍ ଲଗାଇ ମୋଟ ୫୦ ପ୍ରତିଶତ କରିଦେଇଥିଲେ। ଏହା ଭାରତୀୟ ରପ୍ତାନିକୁ ବଡ଼ କ୍ଷତି ପହଞ୍ଚାଇଛି। ଆମେରିକୀୟ ସାଂସଦ ରାଜା କୃଷ୍ଣମୂର୍ତ୍ତି ଏହାକୁ  ଭାରତ ବିରୋଧରେ ‘ଅନାବଶ୍ୟକ ଚାପ’ ବୋଲି ସମାଲୋଚନା କରିଛନ୍ତି। ଆପ୍ରବାସନ କ୍ଷେତ୍ରରେ ମଧ୍ୟ ଟ୍ରମ୍ପଙ୍କ କଡ଼ା ନୀତି ଭାରତୀୟ ପ୍ରବାସୀଙ୍କୁ ପ୍ରଭାବିତ କରିଛି। ଏଚ୍-୧ବି ଭିସାରେ ନୂଆ ୧୦୦,୦୦୦ ଡଲାର ଫି  ଲଗାଇବା ସହ ହଜାର ହଜାର ଭାରତୀୟଙ୍କୁ ଡିପୋର୍ଟ(ନିର୍ବାସନ) କରାଯାଇଛି। ଏହା ଭାରତୀୟ ଆଇଟି ପେସାଦାରଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।

35 Pakistani: ଜମ୍ମୁରେ ୩୫ ପାକିସ୍ତାନୀ ଆତଙ୍କବାଦୀ ସକ୍ରିୟ


ପାକିସ୍ତାନ ସହ ଜଡ଼ିତ ଘଟଣା ମଧ୍ୟ ଭାରତ-ଆମେରିକା ସମ୍ପର୍କକୁ ଆହୁରି ଜଟିଳ କରିଛି। ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଭାରତ ‘ଅପରେସନ ସିନ୍ଦୂର’ ଆରମ୍ଭ କରି ପାକିସ୍ତାନ ଓ ପିଓକେରେ ଆତଙ୍କବାଦୀ ଠିକଣା ଉପରେ ଆକ୍ରମଣ କରିଥିଲା। ମେ ୧୦ରେ ଯୁଦ୍ଧ ବିରତି ହୋଇଥିବା ବେଳେ ଟ୍ରମ୍ପ  ନିଜ ଆଡ଼ୁ ଏହି ଘୋଷଣା କରି ତାଙ୍କ ମଧ୍ୟସ୍ଥତାରେ ପରମାଣୁ ଯୁଦ୍ଧ ରୋକାଯାଇଥିବା ଦାବି କରିଥିଲେ।  ଏହି ଦାବିକୁ ଭାରତ ଖଣ୍ଡନ କରିବା ସହ ‘ଆମ ଲକ୍ଷ୍ୟ ହାସଲ ପରେ ପାକ୍‌ ଅନୁରୋଧରେ ଯୁଦ୍ଧବିରତି ହୋଇଥିଲା’ ବୋଲି ସ୍ପଷ୍ଟ କରିଥିଲା। ତେବେ ଟ୍ରମ୍ପ ଏହା ମାନିବାକୁ ପ୍ରସ୍ତୁତ ନଥିବା ବେଳେ ଭାରତ ମଧ୍ୟ ଟ୍ରମ୍ପଙ୍କ ଏ ବାବଦ ତୁହାକୁ ତୁହା ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ଅନ୍ୟପକ୍ଷରେ ଟ୍ରମ୍ପଙ୍କ ପାକିସ୍ତାନ ସେନା ପ୍ରମୁଖଙ୍କ ସହ ବୈଠକ ଓ ପାକିସ୍ତାନକୁ କମ୍ ଶୁଳ୍କ ଲାଗୁ କରିବା  ଭାରତରେ ଅସନ୍ତୋଷ ସୃଷ୍ଟି କରିଛି।

Mann Ki Baat: ୨୦୨୫ର ଶେଷ ‘ମନ୍‌ କୀ ବାତ୍’ ପ୍ରଧାନମନ୍ତ୍ରୀ ସ୍ମରଣ କଲେ ଦେଶର ଉପଲବ୍ଧି

 
ଏଭଳି ତିକ୍ତତା ସତ୍ତ୍ୱେ ଚଳିତ ବର୍ଷ  କିଛି ସକାରାତ୍ମକ ଘଟଣା ମଧ୍ୟ ଘଟିଛି। ଅକ୍ଟୋବରରେ  ଭାରତ-ଆମେରିକା ୧୦ ବର୍ଷିଆ ପ୍ରତିରକ୍ଷା ସହଯୋଗ ଚୁକ୍ତି ସ୍ୱାକ୍ଷର ହୋଇଛି। ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ସମ୍ପ୍ରତି କଥାବାର୍ତ୍ତା ‘ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ’ ରହିଛି ବୋଲି ଉଭୟ ରାଷ୍ଟ୍ର ପକ୍ଷରୁ କୁହାଯାଇଛି। ଟ୍ରମ୍ପ ମୋଦୀଙ୍କୁ ‘ମହାନ ବନ୍ଧୁ’ ବୋଲି କହି ୨୦୨୬ରେ ଭାରତ ଗସ୍ତର ସଙ୍କେତ ଦେଇଛନ୍ତି। ବିଶେଷଜ୍ଞମାନେ କହୁଛନ୍ତି ଯେ ଏହି ଚାପ ସତ୍ତ୍ୱେ ରଣନୈତିକ ଗୁରୁତ୍ୱ ଯୋଗୁଁ ସମ୍ପର୍କ କାଏମ ରହିବ, କିନ୍ତୁ ବାଣିଜ୍ୟ ଓ ଆପ୍ରବାସନ ସମସ୍ୟା ଦୀର୍ଘକାଳୀନ ପ୍ରଭାବ ଛାଡ଼ିପାରେ। ଭାରତ ନିଜର ସ୍ୱାର୍ଥ ରକ୍ଷା କରି ଏବେ ନୂଆ ବଜାର ଖୋଜୁଛି ଏବଂ ରୁଷ୍‌ ଓ ଚୀନ୍ ସହ ସମ୍ପର୍କ ମଜବୁତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe