Accident video: ମୃତ୍ୟୁ ସାଜି ମାଡ଼ି ଆସିଲା କାର; ଘଟଣାସ୍ଥଳରୁ ଯୁବକଙ୍କୁ ନେଲା ଉଠାଇ

Advertisment

୧୨୦ରୁ ୧୪୦ କିମି ବେଗରେ ମାଡ଼ି ଆସିଲା କାର। ରାସ୍ତାପାର୍ଶ୍ବରେ କାମ କରୁଥିବା ଯୁବକଙ୍କୁ ଘଟଣାସ୍ଥଳରୁ ନେଲା ଘୋଷାଡି । ଭୟାବହ ଦୁର୍ଘଟଣାର ଭିଡିଓ ଭାଇରାଲ। ମୃତ୍ୟୁ ଏମିତି ବି ଆସେ।

୧୨୦ରୁ ୧୪୦ କିମି ବେଗରେ ମାଡ଼ି ଆସିଲା କାର। ରାସ୍ତାପାର୍ଶ୍ବରେ କାମ କରୁଥିବା ଯୁବକଙ୍କୁ ଘଟଣାସ୍ଥଳରୁ ନେଲା ଘୋଷାଡି । ଭୟାବହ ଦୁର୍ଘଟଣାର ଭିଡିଓ ଭାଇରାଲ। ମୃତ୍ୟୁ ଏମିତି ବି ଆସେ।

Untitled-8

accident-video-speeding-car-hit-a-man Photograph: (@sambad.in)

Accident video:ମୃତ୍ୟୁ କେତେବେଳେ କେଉଁଠି ଆସିବ ତାହା ସେହି ବିଧାତାଙ୍କୁ ହିଁ ଜଣା। ନିକଟରେ ମଧ୍ୟପ୍ରଦେଶର ମହାରାଜଗଞ୍ଜ ରାସ୍ତାପାର୍ଶ୍ବରେ କାମ କରୁଥିବା ଜଣେ ଯୁବକଙ୍କୁ ଦ୍ରୁତଗତିରେ ଆସୁଥିବା କାର ଘୋଷାଡ଼ି ନେଇ ଆଗକୁ ବଢ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଉକ୍ତ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଦୁର୍ଘଟଣାର ଭୟାବହ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଧିକପଢ଼ନ୍ତୁ:ମା’ଙ୍କର ଜାତି ଆଧାରରେ ସନ୍ତାନଙ୍କୁ ମିଳିବ ଜାତି ପ୍ରମାଣପତ୍ର: ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ମୃତ୍ୟୁ ସାଜି ମାଡ଼ି ଆସିଲା କାର

ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି, ଦୁଇଜଣ ଯୁବକ ରାସ୍ତାପାର୍ଶ୍ବରେ କାମ କରୁଛନ୍ତି। ଏହି ସମୟରେ ୧୨୦ରୁ ୧୪୦ କିମି ବେଗରେ ଏକ କାର ମାଡ଼ି ଆସି ଜଣେ ଯୁବକଙ୍କୁ ଘଟଣାସ୍ଥଳରୁ ଘୋଷାଡ଼ି ନେଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳ ଧୁଳିଧୂଆଁରେ ଭରି ଯାଇଥିଲା। ଉକ୍ତ ଯୁବକଙ୍କ ପାଖରେ ଛିଡ଼ା ହୋଇଥିବା ଅନ୍ୟ ଜଣେ ଯୁବକ ଏହି ଘଟଣାରେ ସ୍ତବ୍ଧ ହୋଇଯାଇଥିଲେ। କିଛି ସମୟ ପାଇଁ ତାଙ୍କ ମୁଣ୍ଡ କାମ  କରି ନଥିଲା। ତା’ପରେ ସେ ଭୟଭୀତ ହୋଇ ଥରିଥରି ଘଟଣାସ୍ଥଳ ଛାଡ଼ି ଦୌଡ଼ିବାକୁ ଲାଗିଥିଲେ। ଏହି ଦୁର୍ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ଲୋକମାନେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୃତ୍ୟୁ ଏମିତି ବି ଆସେ।’

ଅଧିକପଢ଼ନ୍ତୁ:ଅଧା ବିଶ୍ୱକୁ ବାଦାମ ଖୁଆନ୍ତି ଭାରତୀୟ ପୁଅ- ସିମରପାଲ ସିଂହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe