Advertisment

Vijay Thalapathy : ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ଫାଟ ! ଛାଡ଼ପତ୍ର ପାଇଁ ଆବେଦନ କଲେ ଟିଭିକେ ମୁଖ୍ୟ ବିଜୟଙ୍କ ପତ୍ନୀ

Advertisment

ଅଭିନେତା ତଥା ଟିଭିକେ ମୁଖ୍ୟ ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ନାଲିଙ୍ଗମ୍‌ ତାଙ୍କ ୨୭ ବର୍ଷ ବୈବାହିକ ସମ୍ପର୍କ ଛିନ୍ନ କରିବାକୁ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ବିଜୟ ଓ ସଙ୍ଗୀତା ୧୯୯୯ ମସିହାରେ ବିବାହ କରିଥିବାବେଳେ ସେମାନଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି...

ଅଭିନେତା ତଥା ଟିଭିକେ ମୁଖ୍ୟ ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ନାଲିଙ୍ଗମ୍‌ ତାଙ୍କ ୨୭ ବର୍ଷ ବୈବାହିକ ସମ୍ପର୍କ ଛିନ୍ନ କରିବାକୁ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ବିଜୟ ଓ ସଙ୍ଗୀତା ୧୯୯୯ ମସିହାରେ ବିବାହ କରିଥିବାବେଳେ ସେମାନଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି...

Vijay Thalapathy

Vijay Thalapathy Photograph: (sambad.in)

ଚେନ୍ନାଇ: ଅଭିନେତା ତଥା ଟିଭିକେ ମୁଖ୍ୟ ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ନାଲିଙ୍ଗମ୍‌ ତାଙ୍କ ୨୭ ବର୍ଷ ବୈବାହିକ ସମ୍ପର୍କ ଛିନ୍ନ କରିବାକୁ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ବିଜୟ ଓ ସଙ୍ଗୀତା ୧୯୯୯ ମସିହାରେ ବିବାହ କରିଥିବାବେଳେ ସେମାନଙ୍କର ଜାସନ୍‌ ସଞ୍ଜୟ ଓ ଦିବ୍ୟା ଶାଶା ନାମକ ଦୁଇ ଜଣ ସନ୍ତାନ ଅଛନ୍ତି। ବିଜୟ ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହିତ ସମ୍ପର୍କରେ ଅଛନ୍ତି ଓ ତାଙ୍କ ସହିତ ବିଦେଶ ଗସ୍ତ କରିବା ସହିତ ସାର୍ବଜନୀନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି ବୋଲି ସଙ୍ଗୀତା ଅଭିଯୋଗ କରିଛନ୍ତି। 

ଆହୁରି ପଢନ୍ତୁ- Book Release: କିଛି ନୂଆ କଥା ଲେଖାହେବା ହିଁ କବିତାର ସାର୍ଥକତା

ସଙ୍ଗୀତା କହିଛନ୍ତି, ଏହା ତାଙ୍କ ଓ ତାଙ୍କ ପିଲାମାନଙ୍କ ପାଇଁ ଅପମାନଜନକ ହେଉଛି। ତାଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ମଧ୍ୟ ବିଜୟ ପ୍ରତ୍ୟାହାର କରିନେଇଥିବା ସଙ୍ଗୀତା ଅଭିଯୋଗ କରିଛନ୍ତି। ବିଜୟଙ୍କ ବ୍ୟଭିଚାର ଓ ନିଷ୍ଠୁରତା ନେଇ ସ୍ବତନ୍ତ୍ର ବିବାହ ଆଇନ ୧୯୫୪ ଅନ୍ତର୍ଗତ ଅଭିଯୋଗ କରିଛନ୍ତି। ଏହି ମାମଲା ଏବେ ଜିଲ୍ଲା କୋର୍ଟରେ ରହିଛି। ତାମିଲନାଡ଼ୁର ଜଣେ ଶିଳ୍ପପତିଙ୍କ ଝିଅ ସଙ୍ଗୀତା ବିବାହ ପୂର୍ବରୁ ବିଜୟଙ୍କର ଜଣେ ପ୍ରଶଂସକ ଥିଲେ। ସେମାନଙ୍କ ବିବାହ ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନ ରୀତିନୀତିରେ ହୋଇଥିଲା।

ଆହୁରି ପଢନ୍ତୁ- Attack On Iran: ଇରାନ ଉପରେ ଆକ୍ରମଣ ନେଇ ଗମ୍ଭୀର ଚିନ୍ତା ପ୍ରକଟ କଲା ଭାରତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe