ନୂଆଦିଲ୍ଲୀ: ଇରାନ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ ନେଇ ଭାରତ ପକ୍ଷରୁ ଗଭୀର ଚିନ୍ତା ପ୍ରକଟ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟପକ୍ଷରୁ ଶନିବାର ପ୍ରତିକ୍ରିୟା ପ୍ରକାଶ କରି ସମସ୍ତ ପକ୍ଷକୁ ସଂଯମ ରକ୍ଷା କରିବା, ଉତ୍ତେଜନା ବୃଦ୍ଧି ନ କରିବା ତଥା ନାଗରିକଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବାକୁ କୁହାଯାଇଛି।
ଉତ୍ତେଜନା ପ୍ରଶମିତ କରିବା ତଥା ଅନ୍ତର୍ନିହିତ ପ୍ରସଙ୍ଗଗୁଡ଼ିକୁ କଥାବାର୍ତ୍ତା ଓ କୂଟନୀତି ମାଧ୍ୟମରେ ସମାଧାନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ମଧ୍ୟପ୍ରାଚ୍ୟରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ନେଇ ମନ୍ତ୍ରଣାଳୟ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ସମଗ୍ର ଇରାନ ଓ ଆମେରିକାର ସାମରିକ ଘାଟି ନିକଟବର୍ତ୍ତୀ ସହରରେ ରହୁଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶବଳୀ ଜାରି କରାଯାଇଛି।
ଆହୁରି ପଢ଼ନ୍ତୁ: War Updates: ଯୁଦ୍ଧ ଅପଡେଟ୍: ୭ ଦେଶ ଉପରେ ନିଆଁ ବର୍ଷା କଲା ଇରାନ
ଭାରତୀୟ ନାଗରିକଙ୍କ ସହିତ ଦୂତାବାସ ସମ୍ପର୍କରେ ଥିବାବେଳେ ସତର୍କ ରହିବାକୁ କୁହାଯାଇଛି। ସ୍ଥାନୀୟ ସୁରକ୍ଷା ନିର୍ଦ୍ଦେଶ ମାନିବା ସହିତ ଭାରତୀୟ ମିଶନ ସମ୍ପର୍କରେ ରହିବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/28/screenshot-2026-02-28-204513-2026-02-28-20-45-42.jpg)