Search For 2nd car Photograph: (sambad.in)
ନୂଆଦିଲ୍ଲୀ: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ସୋମବାର ସନ୍ଧ୍ୟାରେ ହୋଇଥିବା ଭୟାନକ ବିସ୍ଫୋରଣ ଏକ ଆତ୍ମଘାତୀ ଆତଙ୍କୀ ଆକ୍ରମଣ ବୋଲି ଦିଲ୍ଲୀ ପୁଲିସ ସ୍ପଷ୍ଟ କରିଛି। ପାକିସ୍ତାନରୁ ପରିଚାଳିତ ହେଉଥିବା ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦର ଫରିଦାବାଦ ମଡ୍ୟୁଲ୍ ଏହି ଆକ୍ରମଣ କରିଛି ବୋଲି ତଦନ୍ତରୁ ଜଣାପଡ଼ିଛି। ଜୈସର ସ୍ଲିପର୍ ସେଲ୍ ଆତଙ୍କୀମାନେ ବିପୁଳ ପରିମାଣର ଆମୋନିୟମ୍ ନାଇଟ୍ରେଟ୍ ଏବଂ ଡିଟୋନେଟର୍ ବ୍ୟବହାର କରି ଏହି ବିସ୍ଫୋରଣ ଘଟାଇଛନ୍ତି। ଆମୋନିୟମ୍ ନାଇଟ୍ରେଟ୍କୁ ଏଭଳି ପ୍ରଚଣ୍ଡ ଅସ୍ତ୍ରରେ ପରିଣତ କରି ଆତ୍ମଘାତୀ ଆକ୍ରମଣ କରାଯିବା ଭାରତରେ ପ୍ରଥମ ବୋଲି କୁହାଯାଇଛି।
କୁଆଡେ ଗଲା ଲାଲ୍ EcoSport କାର୍
ସୋମବାର ଘଟିଥିବା ଏହି ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। i20 ପରେ ଏବେ ସୁରକ୍ଷା ଏଜେନ୍ସିର ଚିନ୍ତା ବଢ଼ାଇଛି ଲାଲ୍ ରଙ୍ଗର EcoSport କାର୍। ଦିଲ୍ଲୀ ବିସ୍ଫୋରଣକାରୀ i20 ସମେତ ଲାଲ ରଙ୍ଗର EcoSport କାର୍ ବି କିଣିଥିଲା ବୋଲି ସାମ୍ନାକୁ ଆସିଛି। i20 ବିସ୍ଫୋରଣରେ ଜଳିଯାଇଥିବା ବେଳେ EcoSport କାର୍ କୁଆଡ଼େ ଗଲା ବୋଲି ଖୋଜୁଛି ପୁଲିସ। ଲାଲ ଫୋର୍ଡ ଇକୋସ୍ପୋର୍ଟର ପଞ୍ଜିକରଣ ନମ୍ବର DL10CK0458 ରହିଛି।
ସମସ୍ତ ଲାଲ ଫୋର୍ଡ ଇକୋସ୍ପୋର୍ଟ କାରଗୁଡ଼ିକୁ ତୁରନ୍ତ ଅଟକାଇ DL10CK0458 ନମ୍ବର ବିଶିଷ୍ଟ କାରଟିକୁ ଖୋଜି ବାହାର କରିବାକୁ ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ ୨୨ନଭେମ୍ବର ୨୦୧୭ରେ ରଜୌରୀ ଗାର୍ଡେନ୍ RTO ରେ ଉମର ଉନ୍ ନବିଙ୍କ ନାମରେ ପଞ୍ଜିକୃତ ହୋଇଥିଲା। ସେ କାରର ଦ୍ୱିତୀୟ ମାଲିକ ଥିଲେ।
ସୂଚନା ମୁତାବକ, ପୁଲୱାମା ବାସିନ୍ଦା ତଥା ପେସାରେ ଡାକ୍ତର ମହମ୍ମଦ ଉମର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟସ୍ଥ ପାର୍କିଂ ଅଞ୍ଚଳରେ ବିସ୍ଫୋରଣରେ ବ୍ୟବହୃତ ହୁଣ୍ଡାଇ ଆଇ-୨୦ କାର୍ ଚଳାଉଥିଲେ। ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟିଥିବା କାର୍ ଚଳାଉଥିବା ବ୍ୟକ୍ତିର ପ୍ରଥମ ଫଟୋ ସେହି ଅଞ୍ଚଳର ସିସିଟିଭି ଫୁଟେଜରେ ସାମନାକୁ ଆସିବା ପରେ ଖୋଳତାଡ଼ରୁ ତା’ର ପରିଚୟ ମିଳିଥିଲା। ବିସ୍ଫୋରଣ ପୂର୍ବରୁ ପ୍ରାୟ ୧୧ ଘଣ୍ଟା ଧରି ମହମ୍ମଦ ଉମର୍ର ଗତିବିଧି ସଂକ୍ରାନ୍ତ ଅନେକ ପ୍ରମାଣ ହସ୍ତଗତ ହୋଇଛି। ତଦନ୍ତକାରୀ ସଂସ୍ଥାମାନେ ଉକ୍ତ କାର୍ ଚାଳକ ଫରିଦାବାଦ ଅଲ୍ ଫଲାହ ହସ୍ପିଟାଲର ଡାକ୍ତର ମହମ୍ମଦ ଉମର (ଉମର ନବୀ) ବୋଲି ସ୍ପଷ୍ଟ କରିଛନ୍ତି। ଉମର ଓ ତା’ର ସହଯୋଗୀମାନେ ବିପୁଳ ପରିମାଣର ଆମୋନିୟମ୍ ନାଇଟ୍ରେଟ୍ ବ୍ୟବହାର କରି ଏହାକୁ ଏକ ଭୟାନକ କାର୍ ବିସ୍ଫୋରଣର ମାଧ୍ୟମ କରିଥିଲେ।
ଆହୁରି ପଢ଼ନ୍ତୁ: Delhi Blast Pulwama Attack link: ଦିଲ୍ଲୀ ବିସ୍ଫୋରଣର ପୁଲୱାମା ଆତଙ୍କବାଦୀ ଆକ୍ରମଣ ଲିଙ୍କ୍:ଜୈସ୍ ଦ୍ୱିତୀୟ ଥର ପାଇଁ VBIED ବ୍ୟବହାର କରିଛି
ଆହୁରି ପଢ଼ନ୍ତୁ: Delhi Blast Victims: ଭୁଟାନରୁ ଫେରୁ ଫେରୁ ଦିଲ୍ଲୀ ବିସ୍ଫୋରଣ ପୀଡ଼ିତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
Follow Us