ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ସମର୍ଥିତ ମହାୟୁତିକୁ ୨୦୦ରୁ ଅଧିକ ଆସନ ମିଳୁଥିବା ନିଶ୍ଚିତ ହୋଇଛି। ଏଥି ସହିତ ଏମଭିଏ ମିଳିତ ମଞ୍ଚ ପ୍ରାୟ ୫୦ ଟି ଆସନରେ ଜିତୁଥିବା ଜଣାପଡିଛି। ଏହି ନିର୍ବାଚନ ଫଳାଫଳ ଅଧିକାଂଶ ରାଜନୈତିକ ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ମହାୟୁତିର ଏହି ବିରାଟ ବିଜୟ ପଛରେ ଅନେକ କାରଣ ଅଛି।
ଏଥିମଧ୍ୟରୁ ସବୁଠାରୁ ବଡ କାରଣ ହେଉଛି ମୁଖ୍ୟମନ୍ତ୍ରୀ ମାଝି ଲାଡକି ବାହିନ ଯୋଜନା। ଏହି ଯୋଜନା ଅନ୍ତର୍ଗତ ରାଜ୍ୟର ପ୍ରାୟ ୧ କୋଟି ମହିଳାଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଦିଆଯାଉଛି। ଏଥିସହିତ ନିର୍ବାଚନ ପ୍ରଚାର ସମୟରେ ମହାୟୁତି ମିଳିତ ମଞ୍ଚ କହିଥିଲା ଯେ ଯଦି ସେମାନଙ୍କ ସରକାର କ୍ଷମତାକୁ ଆସନ୍ତି ତେବେ ଏହି ପରିମାଣ ମାସକୁ ୧୫୦୦ ରୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ।
ଅଧିକ ପଢ଼ନ୍ତୁ: ନିର୍ବାଚନ ଫଳାଫଳ ମହାରାଷ୍ଟ୍ର ଲୋକଙ୍କ ମତ ନୁହେଁ: ସଞ୍ଜୟ ରାଉତ
ଏବେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ପୁଣି ରାଜ୍ୟରେ କ୍ଷମତାକୁ ଆସିବାକୁ ଯାଉଛି। ଫଳରେ ରାଜ୍ୟର ମହିଳାମାନଙ୍କୁ ପ୍ରତିଶ୍ରୁତି ମୁତାବକ ମାସକୁ ୩୦୦୦ଟଙ୍କା ପ୍ରଦାନ କରାଯିବ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ରରେ ​​ଏନଡିଏ ସୁନାମି, ଝାଡଖଣ୍ଡରେ ଜେଏମ୍ଏମ୍ ଝଡ଼
Follow Us