ମହାୟୁତିର ବିଜୟ ପରେ ଏବେ ମହାରାଷ୍ଟ୍ରର ମହିଳାଙ୍କୁ ମାସକୁ ୩ ହଜାର ଟଙ୍କା!

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳରେ ମହାୟୁତି ସରକାର କ୍ଷମତାକୁ ଫେରୁଥିବା ନିଶ୍ଚିତ ହୋଇଛି। ନିର୍ବାଚନ ପ୍ରଚାର ସମୟରେ ମହାୟୁତି ଦଳର ନେତାମାନେ କହିଥିଲେ ଯେ ଯଦି ସେମାନଙ୍କ ସରକାର କ୍ଷମତାକୁ ଆସନ୍ତି ତେବେ ମହିଳାଙ୍କୁ ମାସକୁ ମିଳୁଥିବା ୧୫୦୦ ଟଙ୍କାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ...

9amppo0123

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ସମର୍ଥିତ ମହାୟୁତିକୁ ୨୦୦ରୁ ଅଧିକ ଆସନ ମିଳୁଥିବା ନିଶ୍ଚିତ ହୋଇଛି। ଏଥି ସହିତ ଏମଭିଏ ମିଳିତ ମଞ୍ଚ ପ୍ରାୟ ୫୦ ଟି ଆସନରେ ଜିତୁଥିବା ଜଣାପଡିଛି। ଏହି ନିର୍ବାଚନ ଫଳାଫଳ ଅଧିକାଂଶ ରାଜନୈତିକ ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ମହାୟୁତିର ଏହି ବିରାଟ ବିଜୟ ପଛରେ ଅନେକ କାରଣ ଅଛି।


ଏଥିମଧ୍ୟରୁ ସବୁଠାରୁ ବଡ କାରଣ ହେଉଛି ମୁଖ୍ୟମନ୍ତ୍ରୀ ମାଝି ଲାଡକି ବାହିନ ଯୋଜନା। ଏହି ଯୋଜନା ଅନ୍ତର୍ଗତ ରାଜ୍ୟର ପ୍ରାୟ ୧ କୋଟି ମହିଳାଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଦିଆଯାଉଛି। ଏଥିସହିତ ନିର୍ବାଚନ ପ୍ରଚାର ସମୟରେ ମହାୟୁତି ମିଳିତ ମଞ୍ଚ କହିଥିଲା ଯେ ଯଦି ସେମାନଙ୍କ ସରକାର କ୍ଷମତାକୁ ଆସନ୍ତି ତେବେ ଏହି ପରିମାଣ ମାସକୁ ୧୫୦୦ ରୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ।

ଏହି ଯୋଜନା ଅନ୍ତର୍ଗତ ୨୧ ରୁ ୬୫ବର୍ଷ ବୟସର ମହିଳାମାନଙ୍କୁ ୧୫୦୦ ଟଙ୍କା ଦିଆଯାଉଛି।  ରାଜ୍ୟର ରାଜକୋଷ ମଧ୍ୟ ଲୋକଙ୍କର ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିର୍ବାଚନ ପ୍ରଚାର ସମୟରେ କହିଥିଲେ।

ଅଧିକ ପଢ଼ନ୍ତୁ: ନିର୍ବାଚନ ଫଳାଫଳ ମହାରାଷ୍ଟ୍ର ଲୋକଙ୍କ ମତ ନୁହେଁ: ସଞ୍ଜୟ ରାଉତ

ଏବେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ପୁଣି ରାଜ୍ୟରେ କ୍ଷମତାକୁ ଆସିବାକୁ ଯାଉଛି। ଫଳରେ ରାଜ୍ୟର ମହିଳାମାନଙ୍କୁ ପ୍ରତିଶ୍ରୁତି ମୁତାବକ ମାସକୁ ୩୦୦୦ଟଙ୍କା ପ୍ରଦାନ କରାଯିବ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ରରେ ​​ଏନଡିଏ ସୁନାମି, ଝାଡଖଣ୍ଡରେ ଜେଏମ୍ଏମ୍ ଝଡ଼

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe