India-Russia Defence deal !
Putin’s India Visit : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ, ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ପ୍ରତିରକ୍ଷା ଚୁକ୍ତିକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। କ'ଣ ଭାରତ ରୁଷ Su-57 ଯୁଦ୍ଧ ବିମାନ ଖରିଦ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି?
ଆହୁରି ପଢନ୍ତୁ : Vande Bharat Sleeper: ଏହି ମାସ ଆସିବାକୁ ଯାଉଛି 'ବନ୍ଦେ ଭାରତ ସ୍ଲିପର', ଜାଣନ୍ତୁ ରୁଟ ପ୍ଲାନ
ନିକଟରେ ସମାପ୍ତ ଦୁବାଇ ଏୟାର ଶୋ ସମୟରେ, ରୁଷର ରୋସୋବୋରନ୍ ଏକ୍ସପୋର୍ଟ କମ୍ପାନୀ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅଧୀନରେ ଭାରତରେ Su-57 ନିର୍ମାଣ କରିବାକୁ ପ୍ରସ୍ତୁତ ଥିବା ଘୋଷଣା କରିଥିଲା । ଏହି ବର୍ଷ ପ୍ରାରମ୍ଭରେ, ବେଙ୍ଗାଲୁରୁରେ ଅନୁଷ୍ଠିତ ଏରୋ ଇଣ୍ଡିଆ ପ୍ରଦର୍ଶନୀ ସମୟରେ, ରୋସୋବୋରନ୍ ଏକ୍ସପୋର୍ଟ ମଧ୍ୟ ଏହାର ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ (Su-57) ର ପ୍ରଯୁକ୍ତିବିଦ୍ୟା ଭାରତକୁ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦେଇଥିଲା। ସେବେଠାରୁ, Su-57 କ୍ରୟ ଭାରତର ବିଚାରାଧୀନ ଅଛି। Su-57 ର ଗୋଟିଏ କିମ୍ବା ଦୁଇଟି ସ୍କ୍ୱାର୍ଡନ୍ କିଣିବ କି ଭାରତରେ ସେଗୁଡ଼ିକୁ ବହୁଳ ପରିମାଣରେ ନିର୍ମାଣ କରିବ ସେ ବିଷୟରେ ବିଚାର କରାଯାଉଛି।
ଆହୁରି ପଢନ୍ତୁ : Winter Session: ୪୯ ଜଣ ବାଂଲାଦେଶୀଙ୍କୁ ଆଇନଗତ ଔପଚାରିକତା ପୂରଣ ପରେ ବାହାର କରାଯାଇଛି: ମୁଖ୍ୟମନ୍ତ୍ରୀ
ସେହିପରି ରୁଷର ସର୍ବାଧୁନିକ ତଥା ଘାତକ ଏସ-୫୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଖରିଦ ବିଷୟରେ ଘୋଷଣା ହୋଇପାରେ । କୁହାଯାଉଛି ଯେ ରୁଷର ଏସ-୫୦୦ ମହାକାଶରେ ଅଳ୍ପ ଉଚ୍ଚତାରେ ଉଡ଼ୁଥିବା ସାଟେଲାଇଟକୁ ମଧ୍ୟ ନଷ୍ଟ କରିବାକୁ ସକ୍ଷମ । ଅପରେସନ ସିନ୍ଦୂର ସମୟରେ ଏସ-୪୦୦ର ଉଗ୍ରରୂପ ଦେଖିଥିବା ଭାରତର ଶତ୍ରୁମାନେ ଏସ-୫୦୦କୁ ନେଇ ଚିନ୍ତିତ ହେବା ସ୍ବାଭାବିକ । ଭାରତ ହାତକୁ ଏହା ଆସିଲେ ତାହା ଚୀନ ଓ ପାକିସ୍ତାନକୁ ଆତଙ୍କିତ କରିବାର ସମ୍ଭାବନା ରହିଛି ।
କେବେ ଭାରତ ଆସିବେ ପୁଟିନ ?
ବାର୍ଷିକ ଭାରତ-ରୁଷ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପୁଟିନ ଚଳିତ ସପ୍ତାହରେ ଡିସେମ୍ବର ୪-୫, ୨୦୨୫ରେ ନୂଆଦିଲ୍ଲୀ ଗସ୍ତରେ ଆସିବେ ।
Follow Us