Uttar Pradesh Photograph: (sambad.in)
ଲକ୍ଷ୍ନୌ: ବାୟୁ ପ୍ରଦୂଷଣରେ ଘାଣ୍ଟିସନ୍ତୁଳି ହେଉଛି ଭାରତ । ଖାଲି ଦିଲ୍ଲୀ ନୁହେଁ ଦେଶର ବିଭିନ୍ନ ସ୍ଥାନରେ ଅସହ୍ୟ ହେଲାଣି ବାୟୁପ୍ରଦୂଷଣ । ଦିଲ୍ଲୀ ପରେ ଏବେ ଅଣନିଶ୍ବାସୀ ଉତ୍ତରପ୍ରଦେଶ । ଉତ୍ତର ପ୍ରଦେଶରେ ଏବେ ଶୀତ ଓ ପ୍ରଦୂଷଣ ବୃଦ୍ଧି ପାଇଛି । ଏହି କାରଣରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ସ୍କୁଲରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ଜାନୁଆରୀ ପହିଲା ଯାଏଁ ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଛି। ବାୟୂପ୍ରଦୂଷଣ ବଢୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।
ଆହୁରି ପଢନ୍ତୁ- Living Statue Woman: କୋଳରେ କଣ୍ଢେଇକୁ ଧରି ମୂର୍ତ୍ତି ପାଲଟି ରାସ୍ତାପାର୍ଶ୍ବରେ ବସିଛନ୍ତି ମହିଳା: ଭିଡିଓ ଭାଇରାଲ
ସେପଟେ ଦିଲ୍ଲୀରେ ଶୀତ ଅବକାଶ ଓ ପ୍ରଦୂଷଣ ମଧ୍ୟରେ ସରକାର ବି ବଡ଼ ନିଷ୍ପତ୍ତି ନେଇଛନ୍ତି । ବାୟୁ ଗୁଣବତ୍ତାରେ ଉନ୍ନତି ହେବାରୁ ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଷଷ୍ଠରୁ ନବମ ଏବଂ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବର୍ତ୍ତମାନ ସ୍କୁଲ୍ ଯିବାକୁ ପଡ଼ିବ। ଏହା ସହିତ ଦିଲ୍ଲୀର ସମସ୍ତ ସ୍କୁଲରେ ଶୀତ ଅବକାଶ ଜାନୁଆରୀ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରହିବ। ସରକାର ସ୍କୁଲଗୁଡ଼ିକରେ ୧୦ ହଜାର ଏୟାର ପ୍ୟୁରିଫାୟର ବଣ୍ଟନ କରି ଛାତ୍ରମାନଙ୍କୁ ସୁରକ୍ଷା ଦେବାକୁ ପ୍ରୟାସ ଜାରି ରଖିଛନ୍ତି ।
ଆହୁରି ପଢନ୍ତୁ- Mexico Train Tragedy: ମେକ୍ସିକୋରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ଚାଲିଗଲା ୧୩ ଜଣଙ୍କ ଜୀବନ, ବଢିପାରେ ମୃତ୍ୟୁ ସଂଖ୍ୟା...
Follow Us