ଆଜମେର୍ ଦରଘା ଏକ ଶିବ ମନ୍ଦିର ମାମଲା: ସମସ୍ତ ପକ୍ଷଙ୍କୁ ନୋଟିସ୍ ଜାରି

Advertisment

ରାଜସ୍ଥାନର ଅଜମେର୍‌ରେ ଅବସ୍ଥିତ ପ୍ରସିଦ୍ଧ ଦରଘାକୁ ହିନ୍ଦୁ ମନ୍ଦିର ବୋଲି ଘୋଷଣା କରିବା ପାଇଁ ଏକ ଆବେଦନର ଶୁଣାଣି ପାଇଁ ନିମ୍ନ ଅଦାଲତ ତାଲିକାଭୁକ୍ତ କରିଛନ୍ତି। କୋର୍ଟ ସମସ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି ଏବଂ ଆସନ୍ତା ଡିସେମ୍ବର ୫ ତାରିଖରେ ଶୁଣାଣି ତାରିଖ ସ୍ଥିର କରିଛନ୍ତି...

ରାଜସ୍ଥାନର ଅଜମେର୍‌ରେ ଅବସ୍ଥିତ ପ୍ରସିଦ୍ଧ ଦରଘାକୁ ହିନ୍ଦୁ ମନ୍ଦିର ବୋଲି ଘୋଷଣା କରିବା ପାଇଁ ଏକ ଆବେଦନର ଶୁଣାଣି ପାଇଁ ନିମ୍ନ ଅଦାଲତ ତାଲିକାଭୁକ୍ତ କରିଛନ୍ତି। କୋର୍ଟ ସମସ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି ଏବଂ ଆସନ୍ତା ଡିସେମ୍ବର ୫ ତାରିଖରେ ଶୁଣାଣି ତାରିଖ ସ୍ଥିର କରିଛନ୍ତି...

12ammzxnpa

ଜୟପୁର: ରାଜସ୍ଥାନର ଅଜମେର୍‌ରେ ଅବସ୍ଥିତ ପ୍ରସିଦ୍ଧ ଦରଘାକୁ ହିନ୍ଦୁ ମନ୍ଦିର ବୋଲି ଘୋଷଣା କରିବା ପାଇଁ ଏକ ଆବେଦନର ଶୁଣାଣି ପାଇଁ ନିମ୍ନ ଅଦାଲତ ତାଲିକାଭୁକ୍ତ କରିଛନ୍ତି। କୋର୍ଟ ସମସ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି ଏବଂ ଆସନ୍ତା ଡିସେମ୍ବର ୫ ତାରିଖରେ ଶୁଣାଣି ତାରିଖ ସ୍ଥିର କରିଛନ୍ତି। ବାସ୍ତବରେ ହିନ୍ଦୁ ସେନାର ବିଷ୍ଣୁ ଗୁପ୍ତା ଅଜମେର୍‌ର ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କର ଦରଘାକୁ ହିନ୍ଦୁ ପୂଜାପାଠ ସ୍ଥାନ ବୋଲି କୋର୍ଟରେ ଆବେଦନ କରିଛନ୍ତି।

ଏହି ମାମଲାରେ ରିପୋର୍ଟରେ କୁହାଯାଇଛି ଯେ ଅଜମେର୍ ପଶ୍ଚିମ ସିଭିଲ ଜଜ୍ ସିନିୟର ଡିଭିଜନ ମନମୋହନ ଚାନ୍ଦେଲଙ୍କ କୋର୍ଟ ବୁଧବାର ଦିନ ଏହି ଆବେଦନ ଉପରେ ଶୁଣାଣି ଆରମ୍ଭ କରିଛନ୍ତି। ଏହି ସମୟରେ, ଅଭିଯୋଗକାରୀ ବିଷ୍ଣୁ ଗୁପ୍ତାଙ୍କ ଆଦେବନକୁ ଗ୍ରହଣ କରି ଜଜ୍ ମନମୋହନ ଚାନ୍ଦେଲ ଦରଘା କମିଟି, ସଂଖ୍ୟାଲଘୁ ବ୍ୟାପାର ଏବଂ ଏଏସଆଇକୁ ଡକାଇ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପରବର୍ତ୍ତୀ ତାରିଖରେ ହାଜର ହେବାକୁ କହିଥିଲେ।

ଅଧିକ ପଢ଼ନ୍ତୁ: ବୁମ୍‌ରା ପୁଣି ଟେଷ୍ଟ୍‌ରେ ଶ୍ରେଷ୍ଠ, ବ୍ୟାଟିଂରେ ଜୟସ୍ବାଲ ଦ୍ବିତୀୟ ସ୍ଥାନରେ

ହିନ୍ଦୁ ସଂଗଠନଗୁଡ଼ିକ ଦରଘାକୁ ଏକ ହିନ୍ଦୁ ମନ୍ଦିର ବୋଲି କହୁଛନ୍ତି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ହିନ୍ଦୁ ସଂଗଠନଗୁଡ଼ିକ ଦୀର୍ଘ ଦିନ ଧରି ଅଜମେର୍ ଦର୍ଗାକୁ ଏକ ମନ୍ଦିର ବୋଲି କହୁଛନ୍ତି।

୨୦୨୨ ମସିହାରେ ହିନ୍ଦୁ ସଂଗଠନ ମହାରଣା ପ୍ରତାପ ସେନା ଏହାକୁ ଏକ ମନ୍ଦିର ବୋଲି ଦାବି କରି ତତ୍କାଳୀନ ରାଜସ୍ଥାନ ସିଏମ ଅଶୋକ ଗେହଲଟ ଏବଂ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। 

ମହାରାଣା ପ୍ରତାପ ସେନାର ଅଧିକାରୀମାନେ ମଧ୍ୟ ଏକ ବାର୍ତ୍ତା ପଠାଇଥିଲେ ଯେଉଁଥିରେ ଆଜମେର୍ ଦରଘାର ଝରକା ଉପରେ ସ୍ବସ୍ତିକ ଚିହ୍ନ ଥିବା ଦାବି କରାଯାଇଥିଲା। କେବଳ ଏତିକି ନୁହେଁ ସଂଗଠନର ପ୍ରତିଷ୍ଠାତା ରାଜବର୍ଦ୍ଧନ ସିଂ ପରମାର ଦାବି କରିଥିଲେ ଯେ ଅଜମେର୍ ଦରଘା ଏକ ଶିବ ମନ୍ଦିର ଯାହାକି ଏକ ଦରଘାରେ ପରିଣତ ହୋଇଥିଲା। 

ଅଧିକ ପଢ଼ନ୍ତୁ: ୟୁନୁସ୍ ସରକାର-ଭାରତ ମୁହାଁମୁହିଁ: ଇସ୍କନ୍ ସନ୍ଥଙ୍କ ଗିରଫ ପରେ ତିକ୍ତତା ବୃଦ୍ଧି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe