Advertisment

Bihar’s Seemanchal: ଅନୁପ୍ରବେଶକାରୀଙ୍କୁ ଖୋଜି ଖୋଜି ଦେଶାନ୍ତର କରାଯିବ: ଗର୍ଜିଲେ ଶାହ

Advertisment

ବିହାରର ଆରାରିଆ ଜିଲ୍ଲାର ଭାରତ-ନେପାଳ ସୀମାନ୍ତ ଲେଟି ସୀମାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏସ୍‌ଏସ୍‌ବି ଶିବିରର ଉଦ୍‌ଘାଟନ କରିଛନ୍ତି। ସୀମା ସୁରକ୍ଷା ପାଇଁ ଏହି ଏସ୍‌ଏସ୍‌ବି ଶିବିର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ବିହାରର ଆରାରିଆ ଜିଲ୍ଲାର ଭାରତ-ନେପାଳ ସୀମାନ୍ତ ଲେଟି ସୀମାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏସ୍‌ଏସ୍‌ବି ଶିବିରର ଉଦ୍‌ଘାଟନ କରିଛନ୍ତି। ସୀମା ସୁରକ୍ଷା ପାଇଁ ଏହି ଏସ୍‌ଏସ୍‌ବି ଶିବିର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Untitled-18.jpg

Photograph: (@sambad.in)

ପାଟନା: ବିହାରର ଆରାରିଆ ଜିଲ୍ଲାର ଭାରତ-ନେପାଳ ସୀମାନ୍ତ ଲେଟି ସୀମାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏସ୍‌ଏସ୍‌ବି ଶିବିରର ଉଦ୍‌ଘାଟନ କରିଛନ୍ତି। ସୀମା ସୁରକ୍ଷା ପାଇଁ ଏହି ଏସ୍‌ଏସ୍‌ବି ଶିବିର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉଦ୍‌ଘାଟନ ସମୟରେ ସେ ଅନୁପ୍ରବେଶକାରୀଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ଅମିତ ଶାହ କହିଛନ୍ତି, ଆମେ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ଭାରତୀୟ ମାଟିରୁ ବିତାଡିତ କରିବା ପାଇଁ କାମ କରିବୁ। ସେମାନଙ୍କୁ ଖୋଜି ଖୋଜି ଦେଶରୁ ବାହାର କରାଯିବ। ନିର୍ବାଚନ ସମୟରେ ଆମେ ବିହାରର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲୁ, ଆମେ ବିହାରକୁ ଅନୁପ୍ରବେଶକାରୀଙ୍କଠାରୁ ମୁକ୍ତ କରିବୁ। ଏହାର ଅର୍ଥ କେବଳ ଭୋଟର ତାଲିକାରୁ ଅନୁପ୍ରବେଶକାରୀଙ୍କ ନାମ ବାଦ୍ ଦେବା ନୁହେଁ। ଆମେ ପ୍ରତି ଅନୁପ୍ରବେଶକାରୀଙ୍କୁ ଭାରତ ମାଟିରୁ ବାହାର କରିବାକୁ ସଂକଳ୍ପବଦ୍ଧ।

ଅଧିକପଢ଼ନ୍ତୁ:ଆତଙ୍କବାଦ ଉପରେ ପ୍ରହାର, ଶୂନ ସହନଶୀଳତା ପାଇଁ ଅପିଲ୍ କଲେ ଜୟଶଙ୍କର

ଗୃହମନ୍ତ୍ରୀ କହିଛନ୍ତି, ବିଜେପି ଏବଂ ଆମ ସରକାର ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ଯେ, ଏହି ପ୍ରତିଶ୍ରୁତି ନିର୍ବାଚନ ପ୍ରତିଶ୍ରୁତି ନଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ସମଗ୍ର ଦେଶକୁ ଅନୁପ୍ରବେଶକାରୀଙ୍କଠାରୁ ମୁକ୍ତ କରିବାକୁ ସଂକଳ୍ପବଦ୍ଧ। ଏହା ଖୁବ୍ ଶୀଘ୍ର ସୀମାଞ୍ଚଳ ଅଞ୍ଚଳରେ ଆରମ୍ଭ ହେବ। ମୁଁ ନିଜେ ନିର୍ବାଚନ ସମୟରେ ସୀମାଞ୍ଚଳରେ ଚାରି ଦିନ ବିତାଇଥିଲି, ଅନେକ ଜିଲ୍ଲା ଗସ୍ତ କରିଥିଲି। ସମଗ୍ର ସୀମାଞ୍ଚଳ ଅଞ୍ଚଳକୁ ଅନୁପ୍ରବେଶକାରୀଙ୍କଠାରୁ ମୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲି।
ସାଧାରଣତଃ ନେତାମାନଙ୍କୁ ସେମାନଙ୍କର ପ୍ରତିଶ୍ରୁତି ଜନତାଙ୍କୁ ମନେ ପକାଇବାକୁ ପଡ଼ିଥାଏ, କିନ୍ତୁ ଆଜି ମୁଁ ସୀମାଞ୍ଚଳର ଲୋକମାନଙ୍କୁ ମୋର ନିଜ ପ୍ରତିଶ୍ରୁତି ମନେ ପକାଇବାକୁ ଚାହୁଁଛି କାରଣ ମୋତେ ସେମାନଙ୍କର ସମର୍ଥନ ଆବଶ୍ୟକ। ଅନୁପ୍ରବେଶକାରୀମାନେ କେବଳ ନିର୍ବାଚନକୁ ପ୍ରଭାବିତ କରନ୍ତି ନାହିଁ, ସେମାନେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ରାସନ ମଧ୍ୟ ଚୋରି କରନ୍ତି। ସେମାନେ ଯୁବବର୍ଗମାନଙ୍କ ନିଯୁକ୍ତି ସମ୍ଭାବନାକୁ ହ୍ରାସ କରିବା ସହ ଜାତୀୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ବାନ ସୃଷ୍ଟି କରିଥାନ୍ତି।

ସାରା ଦେଶରେ ଏହି ସମସ୍ୟାର ସମାଧାନ ହେବ। ଭାରତକୁ ଅନୁପ୍ରବେଶକାରୀଙ୍କଠାରୁ ମୁକ୍ତ କରିବା ପାଇଁ ଅଭିଯାନ ହାତକୁ ନେବାର ସମୟ ଆସିଛି। ଅମିତ ଶାହ କହିଛନ୍ତି, ଏହି ଅଭିଯାନର ଅଂଶ ସ୍ୱରୂପ ସୀମାର ୧୦ କିଲୋମିଟର ମଧ୍ୟରେ ଥିବା ସମସ୍ତ ବେଆଇନ ଜବରଦଖଲକୁ ଭାଙ୍ଗି ଦିଆଯିବ ଓ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶାନ୍ତର କରିବା ପାଇଁ ମଧ୍ୟ ପ୍ରୟାସ କରାଯିବ।

ଜନସଂଖ୍ୟାଗତ ପରିବର୍ତ୍ତନ କୌଣସି ଦେଶ ପାଇଁ ଏକ ସୁସ୍ଥ ସମାଜ ସୃଷ୍ଟି କରେ ନାହିଁ

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ଜନସଂଖ୍ୟାଗତ ପରିବର୍ତ୍ତନ କୌଣସି ଦେଶ ପାଇଁ ଏକ ସୁସ୍ଥ ସମାଜ ସୃଷ୍ଟି କରେ ନାହିଁ। ଜବରଦଖଲ ଏବଂ ବେଆଇନ ପ୍ରବାସନ ଦ୍ୱାରା ହେଉଥିବା ପରିବର୍ତ୍ତନ ଦେଶର ସଂସ୍କୃତି, ଇତିହାସ ଓ ଭୂଗୋଳ ପାଇଁ ଅତ୍ୟନ୍ତ ବିପଜ୍ଜନକ। ତେଣୁ, ସରକାର ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଏକ ଉଚ୍ଚସ୍ତରୀୟ କମିଟି ହାଇ ପାୱାର ଡେମୋଗ୍ରାଫିକ୍ ମିଶନ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କମିଟି ସୀମାନ୍ତ ଅଞ୍ଚଳ ସମେତ ସମଗ୍ର ଦେଶର ଜନସଂଖ୍ୟା ଗଠନରେ ପରିବର୍ତ୍ତନକୁ ନିକଟରୁ ଅଧ୍ୟୟନ କରିବ ଏବଂ ଏହାକୁ ସନ୍ତୁଳିତ କରିବା ପାଇଁ ଭାରତ ସରକାରଙ୍କୁ ପଦକ୍ଷେପ ସୁପାରିଶ କରିବ।

ଜନସଂଖ୍ୟାଗତ ପରିବର୍ତ୍ତନ ଦ୍ୱାରା ସର୍ବାଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକ ହେଉଛି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାର। ବର୍ତ୍ତମାନ ପଶ୍ଚିମବଙ୍ଗରେ ନିର୍ବାଚନ ହୋବକୁ ଯାଉଛି।ମୁଁ ନିଶ୍ଚିତ ଯେ ବିଜେପି ସେଠାରେ ସରକାର ଗଠନ କରିବ। ସରକାରଙ୍କ ପ୍ରାଥମିକ ଏଜେଣ୍ଡା ହେବ ସୀମାରେ ବାଡ଼ ନିର୍ମାଣ ସମାପ୍ତ କରିବା ଏବଂ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ବାହାର କରିବା।

ଅଧିକପଢ଼ନ୍ତୁ:ଏପଷ୍ଟିନ ଫାଇଲରେ ଷ୍ଟିଫେନ ହକିଂଙ୍କ ନାଁ: ଯତ୍ନ ନେଉଥିବା ମହିଳାଙ୍କ ସହିତ ଆପତ୍ତିଜନକ ଫଟୋ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe