Anant Singh's first reaction after arrest: Now the people of Mokama will contest the elections Photograph: (sambad.in)
ପାଟନା: ଜନ ସୂରଜ ପାର୍ଟି ସମର୍ଥକ ଦୁଲାରଚାନ୍ଦ ଯାଦବଙ୍କ ହତ୍ୟା ମାମଲାରେ ବିହାରର ମୋକାମାର ପୂର୍ବତନ ବିଧାୟକ ଏବଂ ଜେଡିୟୁ ପ୍ରାର୍ଥୀ ଅନନ୍ତ ସିଂହଙ୍କୁ ଶନିବାର ବିଳମ୍ବିତ ରାତିରେ ଗିରଫ କରାଯାଇଛି। ଗିରଫ ହେବା ପରେ ଅନନ୍ତ ସିଂହଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି, ଯେଉଁଥିରେ ସେ କହିଛନ୍ତି ଯେ, ମୋକାମାର ଲୋକମାନେ ଏବେ ନିର୍ବାଚନ ଲଢ଼ିବେ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ପୋଷ୍ଟ କରି ଜନତା ଦଳ ୟୁନାଇଟେଡ୍ ପ୍ରାର୍ଥୀ ଅନନ୍ତ ସିଂହ ଲେଖିଛନ୍ତି, ସତ୍ୟମେବ ଜୟତେ!! ମୋକାମାର ଲୋକଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି, ତେଣୁ ନିର୍ବାଚନ ଏବେ ମୋକାମାର ଲୋକମାନେ ଲଢ଼ିବେ। ଏହି ପୋଷ୍ଟ ଫେସବୁକରେ ସେୟାର ହେବା ମାତ୍ରେ ଭାଇରାଲ ହେବାରେ ଳାଗିଛି।
ଆହୁରି ପଢ଼ନ୍ତୁ:Pakistan mental health crisis: ପାକିସ୍ତାନର ଜନସଂଖ୍ୟାର ୩୪% ମାନସିକ ରୋଗୀ, ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା
ଆହୁରି ପଢ଼ନ୍ତୁ: Dularchand Yadavs murder case: ଅନନ୍ତ ସିଂହଙ୍କ ସହ ୮୦ ସମର୍ଥକ ଗିରଫ: ଦୁଲାରଚାନ୍ଦ ଯାଦବଙ୍କ ହତ୍ୟା ପରେ ବିହାର ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ
ପୂରା ଘଟଣା କ’ଣ?
ଅକ୍ଟୋବର ୩୦ ତାରିଖରେ ବିହାରର ମୋକାମାରେ ନିର୍ବାଚନ ପ୍ରଚାର ସମୟରେ ଦୁଇଟି ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା। ଗୁଳିମାଡ଼ରେ ଦୁଲାରଚାନ୍ଦ ଯାଦବଙ୍କ ମୃତ୍ୟୁ ହୋଇଥିଲା। ଜେଡିୟୁ ଏହି ନିର୍ବାଚନମଣ୍ଡଳୀରୁ ଅନନ୍ତ ସିଂହଙ୍କୁ ପ୍ରାର୍ଥୀ କରିଛି। ପାଟନା ଏସ୍ଏସ୍ପି କାର୍ତ୍ତିକେୟ କେ. ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ କରି ଅନନ୍ତ ସିଂହଙ୍କ ଗିରଫଦାରୀ ଘୋଷଣା କରିଥିଲେ।
Follow Us