ନୂଆଦିଲ୍ଲୀ : ବାଂଲାଦେଶ ହିନ୍ଦୁ ବିରୋଧୀ ହିଂସା ଥମିବାର ନାଁ ନେଉନାହିଁ। ପୁଣି ଜଣେ ହିନ୍ଦୁଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୟମନସିଂହ ଜିଲ୍ଲାରେ ଏକ କପଡ଼ା ଫ୍ୟାକ୍ଟ୍ରିରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ଗତରାତିରେ ତାଙ୍କର ଜଣେ ସହକର୍ମୀ ହତ୍ୟା କରିଛନ୍ତି। ଗତ ୨ ସପ୍ତାହ ମଧ୍ୟରେ ବାଂଲାଦେଶରେ ଏହା ତୃତୀୟ ହିନ୍ଦୁ ହତ୍ୟା ଘଟଣା। ଭାଲୁକା ଉପଜିଲ୍ଲା ଅଞ୍ଚଳରେ ଅବସ୍ଥିତ ଲବିବ୍ ଗ୍ରୁପ କାରଖାନାରେ ସୋମବାର ସନ୍ଧ୍ୟା ପ୍ରାୟ ୬.୪୫ ସମୟରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ଏବଂ ତାଙ୍କ ନାଁ ହେଉଛି ବଜେନ୍ଦ୍ର ବିଶ୍ବାସ (୪୨)। ପୁଲିସ ଅନୁଯାୟୀ ଅଭିଯୁକ୍ତ ନମନ ମିଆଁ (୨୯) ମଧ୍ୟ ସେହି ସମାନ ଫ୍ୟାକ୍ଟ୍ରିରେ କାମ କରେ ଏବଂ ସେ ଉଗ୍ର ବିଚାରଧାରା ଦ୍ବାରା ପରିଚାଳିତ ବୋଲି କୁହାଯାଉଛି। ପୁଲିସ ଅନୁଯାୟୀ ଉଭୟ ମୃତ ଯୁବକ ଏବଂ ଅଭିଯୁକ୍ତ ସିକ୍ୟୁରିଟି ଡ୍ୟୁୃଟିରେ ଥିଲେ।
China: ଭାରତ ଉପରେ ଚାପ ବଢ଼ାଉଛି ଚୀନ୍
ସେମାନେ କପଡ଼ା କମ୍ପାନି ପରିସରର ଅନସାର୍ ବାରାକ୍ରେ କାମ କରୁଥିଲେ। ସେମାନଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା ଏବଂ ଏହାପରେ ମିଆଁ ବିଶ୍ବାସଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳି ବିଶ୍ବାସଙ୍କର ବାମ ଜଙ୍ଘରେ ବାଜିଥିଲା। ତାଙ୍କୁ ତୁରନ୍ତ ଭାଲୁକା ଉପଜିଲା ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ, ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ସୁରକ୍ଷାକୁ ନେଇ ଗଭୀର ଚିନ୍ତା ପ୍ରକଟ ହୋଇଥିବା ବେଳେ ଏଭଳି ସମୟରେ ପୁଣି ଜଣେ ହିନ୍ଦୁଙ୍କୁ ଗୁଳିକରି ହତ୍ୟା କରାଯାଇଛି।
Marijuana: ମୂଷା ଖାଇଦେଲେ ୨୦୦ କେଜି ଗଞ୍ଜେଇ’
ଡିସେମ୍ବର ୧୮ ତାରିଖରେ ହିନ୍ଦୁ ଯୁବକ ଦୀପୁଚନ୍ଦ୍ର ଦାସଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା ଏବଂ ଏହାର କିଛି ସିନ ପରେ ଅନ୍ୟ ଜଣେ ହିନ୍ଦୁ ଯୁବକ ଅମୃତ ମଣ୍ଡଳଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ରବିବାର ରାତିରେ ପୁଣି ବାଂଲାଦେଶରେ ଦୁର୍ବୃତ୍ତମାନେ ୫ ଜଣ ହିନ୍ଦୁଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହିଂସା ବଢ଼ି ଚାଲିଥିବାରୁ ଏହାକୁ ନେଇ ବିଶ୍ବବ୍ୟାପୀ ଉଦ୍ବେଗ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/31/untitled-17-2025-12-31-05-19-04.jpg)