Photograph: (India Today)
ତେହରାନ: ଇରାନରେ ଅର୍ଥନୈତିକ ସଙ୍କଟ ଯୋଗୁଁ ବଡ଼ ଧରଣର ପ୍ରତିବାଦ ଜାରି ରହିଥିବା ବେଳେ ଗତକାଲିଠାରୁ ଏହା ଅଧିକ ହିଂସାତ୍ମକ ହୋଇଉଠିଛି ଏବଂ ସମଗ୍ର ଦେଶରେ ଅସ୍ଥିରତା ଲାଗି ରହିଛି। ଏଥିରେ ଅତି କମ୍ରେ ସାତ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଶତାଧିକ ଆହତ ହୋଇଛନ୍ତି । ସରକାର ବିରୋଧରେ ଗତ ଡିସେମ୍ବର ୨୮ ତାରିଖରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ତେହେରାନର ବ୍ୟବସାୟୀମାନେ ପ୍ରଥମେ ଧର୍ମଘଟ କରିଥିଲେ। ଇରାନୀ ଟଙ୍କା (ରିଆଲ୍)ର ମୂଲ୍ୟ ବହୁତ କମି ଯାଇଥିଲା। ଏକ ଡଲାର ପାଇଁ ପ୍ରାୟ ୧୪ ଲକ୍ଷ ରିଆଲ ଦେବାକୁ ପଡ଼ୁଥିବା ବେଳେ ଦେଶରେ ମୂଲ୍ୟବୃଦ୍ଧି ୪୦ ପ୍ରତିଶତରୁ ଅଧିକ ଥିଲା। ଏହା ସହିତ ପଶ୍ଚିମ ଦେଶମାନଙ୍କ କଟକଣା ବଳବତ୍ତର ରହିଛି ଏବଂ ୨୦୨୫ରେ ଇସ୍ରାଏଲ-ଆମେରିକା ଆକ୍ରମଣର ପ୍ରଭାବ ମଧ୍ୟ ରହିଛି।
Indian Railways: ମୁମ୍ବାଇରୁ ଅହମଦାବାଦକୁ ବୁଲେଟ୍ ଟ୍ରେନରେ ୧ ଘଣ୍ଟା ୫୮ ମିନିଟ୍ ସମୟ ଲାଗିବ: କେନ୍ଦ୍ରମନ୍ତ୍ରୀ
ଆଜି ଇସ୍ଫାହାନ, ଶିରାଜ, ମଶହଦ ଭଳି ସହରାଞ୍ଚଳରେ ବଡ଼ ଧରଣର ହିଂସାତ୍ମକ ବିକ୍ଷୋଭ ଅରାଜକ ସ୍ଥିତି ସୃଷ୍ଟି କରିଛି। ପ୍ରତିବାଦକାରୀଙ୍କୁ ଘଉଡ଼ାଇବାକୁ ପୁଲିସ ଆବଶ୍ୟକସ୍ଥଳେ ଗୁଳିମାଡ଼ କରୁଛି। ଗତକାଲି ପଶ୍ଚିମ ଇରାନରେ ହିଂସା ବଢ଼ିଥିବାରୁ ସେଠାରେ ସୁରକ୍ଷା ବାହିନୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମିନିଙ୍କ ବିରୋଧରେ ଛାତ୍ରମାନେ ଏକଜୁଟ ହୋଇଛନ୍ତି ଏବଂ କ୍ଷମତା ପରିବର୍ତ୍ତନ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି। ରାଷ୍ଟ୍ରପତି ମସୌଦ ପେଜେସ୍କିଆନ ଲୋକଙ୍କ ଦାବିକୁ ବୈଧ ବୋଲି ମାନିଛନ୍ତି ଏବଂ କଥାବାର୍ତ୍ତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଇତିମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଇସ୍ତଫା ଦେଇଛନ୍ତି ଏବଂ ନୂଆ ନିଯୁକ୍ତି ହୋଇଛି।
Follow Us