Baloch leader: ଜୟଶଙ୍କରଙ୍କୁ ପତ୍ର ଲେଖି ସିପିଇସି ବିଷୟରେ ଉଦ୍‌ବେଗ ଜଣାଇଲେ ବଲୁଚ ନେତା: ‘ବଲୁଚିସ୍ତାନରେ ସୈନ୍ୟ ମୁତୟନ ପାଇଁ ଚୀନ୍‌ ପ୍ରସ୍ତୁତ’

Advertisment

ବଲୋଚ ନେତା ତଥା ମାନବାଧିକାର କର୍ମୀ ମୀର୍‌ ୟାର ବଲୋଚ ଏକ ଗମ୍ଭୀର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଚୀନ୍‌ ଓ ପାକିସ୍ତାନର ବଢ଼ୁଥିବା ମୈତ୍ରୀ ଯୋଗୁଁ ଚୀନ୍‌ ଶୀଘ୍ର ବଲୁଚିସ୍ତାନରେ ନିଜର ସୈନ୍ୟ ମୁତୟନ କରିବାକୁ ଯାଉଛି।

ବଲୋଚ ନେତା ତଥା ମାନବାଧିକାର କର୍ମୀ ମୀର୍‌ ୟାର ବଲୋଚ ଏକ ଗମ୍ଭୀର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଚୀନ୍‌ ଓ ପାକିସ୍ତାନର ବଢ଼ୁଥିବା ମୈତ୍ରୀ ଯୋଗୁଁ ଚୀନ୍‌ ଶୀଘ୍ର ବଲୁଚିସ୍ତାନରେ ନିଜର ସୈନ୍ୟ ମୁତୟନ କରିବାକୁ ଯାଉଛି।

sfhhfhfsxbv

ନୂଆଦିଲ୍ଲୀ: ବଲୋଚ ନେତା ତଥା ମାନବାଧିକାର କର୍ମୀ ମୀର୍‌ ୟାର ବଲୋଚ ଏକ ଗମ୍ଭୀର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଚୀନ୍‌ ଓ ପାକିସ୍ତାନର ବଢ଼ୁଥିବା ମୈତ୍ରୀ ଯୋଗୁଁ ଚୀନ୍‌ ଶୀଘ୍ର ବଲୁଚିସ୍ତାନରେ ନିଜର ସୈନ୍ୟ ମୁତୟନ କରିବାକୁ ଯାଉଛି। ଭାରତ ଓ ବଲୁଚିସ୍ତାନ ପାଇଁ ଏହା ବଡ଼ ବିପଦ ହେବ ବୋଲି ସେ କହିଛନ୍ତି। ଗତକାଲି ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଏକ ଖୋଲା ଚିଠି  ସେ ଲେଖିଛନ୍ତି ଏବଂ ଏହାକୁ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରିଛନ୍ତି। ଚିଠିରେ ସେ କହିଛନ୍ତି ଯେ ପାକିସ୍ତାନ ଅଧୀନରେ ବଲୁଚିସ୍ତାନ ୭୯ ବର୍ଷ ଧରି ଦମନ-ପୀଡ଼ନ ଓ ମାନବାଧିକାର ଉଲ୍ଲଙ୍ଘନର ଶିକାର ହେଉଛି।

Paddy: କଟନି ଛଟନି ବିବାଦକୁ ନେଇ ମଣ୍ଡିରୁ ୨ରୁ ୩ଦିନ ପରେ ଉଠୁଛି ଧାନ

ଜୟଶଙ୍କରଙ୍କୁ ପତ୍ର ଲେଖି ସିପିଇସି ବିଷୟରେ ଉଦ୍‌ବେଗ ଜଣାଇଲେ ବଲୁଚ ନେତା
ଚୀନ୍‌-ପାକିସ୍ତାନ ମୈତ୍ରୀକୁ ବିପଦ କହିଲେ

ଚୀନ୍‌-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯଦି ବଲୋଚ ପ୍ରତିରୋଧ ବାହିନୀକୁ ମଜବୁତ ନ କରାଯାଏ. ତେବେ କିଛି ମାସ ଭିତରେ ଚୀନ୍‌ ସୈନ୍ୟ ଏଠାରେ ଠୁଳ ହେବେ ଏବଂ ଭାରତ ପାଇଁ ସମସ୍ୟା ବଢ଼ିଯିବ। ଚିଠିରେ ମୀର୍‌ ୟାର ବଲୋଚ  କହିଛନ୍ତି,  ବଲୋଚ ଲୋକଙ୍କ ଇଚ୍ଛା ବିରୋଧରେ ଚୀନ୍‌ ସୈନ୍ୟ ଆସିଲେ ଏହା ଭାରତ ଓ ବଲୁଚିସ୍ତାନ ପାଇଁ ଅତ୍ୟନ୍ତ ଅନର୍ଥକାରୀ ହେବ। ସେ ଭାରତର ‘ଅପରେସନ ସିନ୍ଦୂର’କୁ ପ୍ରଶଂସା କରି କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ  ପରେ ପାକିସ୍ତାନର ଆତଙ୍କବାଦୀ ଠିକଣାକୁ ଅତ୍ୟନ୍ତ ସଫଳତାର ସହ ଭାରତ ଟାର୍ଗେଟ କରିଥିଲା। ସୂଚନାଯୋଗ୍ୟ, ସିପିଇସି ଚୀନ୍‌ର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍‌ ଅଧୀନରେ ସବୁଠାରୁ ବଡ଼ ପ୍ରକଳ୍ପ। ଏହା  ପାକିସ୍ତାନ ଅଧିକୃତ  କାଶ୍ମୀର ଦେଇ ଯାଉଛି, ଯାହା ଭାରତର ସାର୍ବଭୌମତ୍ୱକୁ ପ୍ରଭାବିତ କରୁଛି।  ପାକିସ୍ତାନ-ଚୀନ୍‌ର ମିଳିତ ରଣନୀତି  ଦକ୍ଷିଣ ଏସିଆରେ ନୂଆ ଉତ୍ତେଜନା ସୃଷ୍ଟି କରିଛି।

Indian Railways: ମୁମ୍ବାଇରୁ ଅହମଦାବାଦକୁ ବୁଲେଟ୍‌ ଟ୍ରେନରେ ୧ ଘଣ୍ଟା ୫୮ ମିନିଟ୍‌ ସମୟ ଲାଗିବ: କେନ୍ଦ୍ରମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe