୨୦୨୪ର ପ୍ରିୟ ଚଳଚ୍ଚିତ୍ର ତାଲିକା ସେୟାର କଲେ ଓବାମା

ପ୍ରତିବର୍ଷପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଚଳିତ ବର୍ଷ ତାଙ୍କ ପସନ୍ଦର ସିନେମା ତାଲିକା ନିଜର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି।

ଅଦ୍ୟତନ ହୋଇଛି
୫୬୫୬

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସିନେମା ଓ ସଙ୍ଗୀତ ପ୍ରତି ଖୁବ ରୁଚି ରହିଛି।  ପ୍ରତିବର୍ଷ ସେ ବିଶ୍ବରେ ତିଆରି ହେଉଥିବା ସିନେମା ଦେଖି ଥାଆନ୍ତି। ଏହାପରେ ବର୍ଷ ଶେଷରେ ତାଙ୍କର ପ୍ରିୟ ସିନେମା କେଉଁଗୁଡ଼ିକ ତାହାର ତାଲିକା ସେୟାର କରିଥାଆନ୍ତି।

ପ୍ରତିବର୍ଷପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଚଳିତ ବର୍ଷ ତାଙ୍କ ପସନ୍ଦର ସିନେମା ତାଲିକା ନିଜର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଏହି ପୋଷ୍ଟରେ ସେ ତାଙ୍କ ୨୦୨୪ବର୍ଷରେ କେଉଁ ସିନେମାଗୁଡ଼ିକ ପସନ୍ଦ ତାହାର ତାଲିକା ସେୟାର କରିଛନ୍ତି। 

ଅଧିକପଢ଼ନ୍ତୁ:ବିବାହ ଉପରେ ନୀରବତା ଭାଙ୍ଗିଲେ ମମତା କୁଲକର୍ଣ୍ଣି

ସୋସିଆଲ ମିଡିଆ ଏକ୍ସ ଏବଂ ଇନଷ୍ଟାଗ୍ରାମରେ ବାରାକ ଓବାମାଙ୍କ ଦ୍ୱାରା ସେୟାର ହୋଇଥିବା ପ୍ରିୟ ସିନେମା ତାଲିକାରେ ଭାରତୀୟ ଚଳଚ୍ଚିତ୍ରର ନାମ 'ଅଲ୍ ଉଇ ଇମାଜିନ ଏଜ ଲାଇଟ' ଏକ ନମ୍ବରରେ ରହିଛି ।  ଏହି ସିନେମାର ନିର୍ଦ୍ଦେଶନା ପାୟଲ କପାଡିଆ ଦେଇଛନ୍ତି ।

ଅଧିକପଢ଼ନ୍ତୁ:ଭୁବନେଶ୍ବର-ମଧ୍ୟ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି ଆଉ ନାହାନ୍ତି

ଏହି ଚଳଚ୍ଚିତ୍ର ହିନ୍ଦୀ, ମାଲାୟାଲମ୍ ଏବଂ ମରାଠୀ ଭାଷାରେ ଉପଲବ୍ଧ। ଏହା ବ୍ୟତୀତ ବାରାକ ଓବାମାଙ୍କ ୨୦୨୪ର ପ୍ରିୟ ସିନେମା ତାଲିକାରେ କନକ୍ଲେଭ (ରହସ୍ୟ ଥ୍ରୀଲର), ଦ ପିଆନୋ ଲେସନ (ଆମେରିକୀୟ ଡ୍ରାମା ଚଳଚ୍ଚିତ୍ର), ଦ ପ୍ରମିସଡ ଲେଣ୍ଡ, ଦ ସିଡ୍ ଅଫ୍ ଦ ସେକ୍ରେଡ୍ ଫିଗର (ରାଜନୈତିକ ଥ୍ରୀଲର ଡ୍ରାମା ଚଳଚ୍ଚିତ୍ର), ଡ୍ୟୁନ୍ ପାର୍ଟ ୨ (ଆମେରିକୀୟ ଏପିକ୍ ସାଇନ୍ସ ଫିଲ୍ମ), ଅନୋରା (କମେଡି-ରୋମାନ୍ସ), ଡିଡି (ଆମେରିକୀୟ କମେଡି ଡ୍ରାମା ଚଳଚ୍ଚିତ୍ର), ସୁଗାରକେନ (ଡକ୍ୟୁମେଣ୍ଟାରୀ) ଏବଂ ଏ କମ୍ପଲିଟ ଅନନୋନ (ଆମେରିକୀୟ ଜୀବନୀ ନାଟକ ଚଳଚ୍ଚିତ୍ର) ଅନ୍ତର୍ଭୁକ୍ତ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe