Bengaluru Entrepreneur: ଏଆଇ ସମ୍ମିଳନୀରେ ବେଙ୍ଗାଲୁରୁ ଉଦ୍ୟୋଗୀଙ୍କ ଉତ୍ପାଦ ଚୋରି

Advertisment

ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ତାଙ୍କ କମ୍ପାନିର ଷ୍ଟଲ୍‌ରୁ ଉତ୍ପାଦ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ବେଙ୍ଗାଲୁରୁର ଜଣେ ଉଦ୍ୟୋଗୀ। ନିଓସାପିଏନ୍‌ର ସହ-ପ୍ରତିଷ୍ଠାତା ତଥା ସିଇଓ ଧନଞ୍ଜୟ ଯାଦବ ଏଭଳି ଅଭିଯୋଗ କରିଛନ୍ତି।

ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ତାଙ୍କ କମ୍ପାନିର ଷ୍ଟଲ୍‌ରୁ ଉତ୍ପାଦ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ବେଙ୍ଗାଲୁରୁର ଜଣେ ଉଦ୍ୟୋଗୀ। ନିଓସାପିଏନ୍‌ର ସହ-ପ୍ରତିଷ୍ଠାତା ତଥା ସିଇଓ ଧନଞ୍ଜୟ ଯାଦବ ଏଭଳି ଅଭିଯୋଗ କରିଛନ୍ତି।

Untitled-9.jpg

Bengaluru Entrepreneur Alleges Theft At AI Summit Photograph: (@sambad.in)

ନୂଆଦିଲ୍ଲୀ:ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ତାଙ୍କ କମ୍ପାନିର ଷ୍ଟଲ୍‌ରୁ ଉତ୍ପାଦ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ବେଙ୍ଗାଲୁରୁର ଜଣେ ଉଦ୍ୟୋଗୀ। ନିଓସାପିଏନ୍‌ର ସହ-ପ୍ରତିଷ୍ଠାତା ତଥା ସିଇଓ ଧନଞ୍ଜୟ ଯାଦବ ଏଭଳି ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସୁଥିବାରୁ ଉପସ୍ଥିତ ଲୋକଙ୍କୁ ସେମାନଙ୍କ ଷ୍ଟଲ୍‌ ଖାଲି କରିବାକୁ କୁହାଯାଉଥିବା ସମୟରେ ଚୋରି ହୋଇଥିଲା।

ଅଧିକପଢ଼ନ୍ତୁ:ହସ୍ପିଟାଲରେ ଭର୍ତ୍ତି ହେଲେ ସଲିମ ଖାନ, ବାପାଙ୍କୁ ଦେଖିବାକୁ ପହଞ୍ଚିଲେ ସଲମାନ

ଧନଞ୍ଜୟ ଯାଦବ ସୋସିଆଲ ମିଡିଆ ଏକ୍ସରେ ନିଓସାପିଏନ୍‌ର ଏଆଇ ପିନ୍ଧିବାଯୋଗ୍ୟ ସାମଗ୍ରୀର ଖାଲି ବାକ୍ସ ଦେଖାଉଥିବା ଏକ ଫଟୋ ସେୟାର କରିଛନ୍ତି। ସେ କହିଛନ୍ତି, ଏଆଇ ଇମ୍ପାକ୍ଟ ସମ୍ମିଳନୀର ପ୍ରଥମ ଦିନ ଆମ ପାଇଁ ଯନ୍ତ୍ରଣାଦାୟକ ହୋଇଛି। ସେ ଏହି ଘଟଣାକୁ ଆଶ୍ଚର୍ଯ୍ୟଜନକ ବୋଲି କହି ପ୍ରଶ୍ନ କରିଛନ୍ତି ଯେ, ଏକ୍ସପୋ ଅଞ୍ଚଳରେ କେବଳ ସୁରକ୍ଷା କର୍ମୀଙ୍କ ପ୍ରବେଶ ଥିବାବେଳେ ତାଙ୍କ କମ୍ପାନିର ସାମଗ୍ରୀ କିପରି ଚୋରି ହେଲା।
ଯାଦବଙ୍କ କମ୍ପାନି ଏକ ପିନ୍ଧିବାଯୋଗ୍ୟ ଏଆଇ ଡିଭାଇସ୍‌ ବିକଶିତ କରିଛି ଯାହା କଥାବାର୍ତ୍ତା ଟ୍ରାକ୍ କରିବା ଓ ଭାବନା ବିଶ୍ଳେଷଣ କରିବାକୁ ସକ୍ଷମ। ଯାଦବ କହିଛନ୍ତି ମୁଁ ଏହି ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଉତ୍ସାହିତ ଥିଲି। ଏହା ଭାରତରେ ଆୟୋଜିତ ହେଉଥିବା ପ୍ରଥମ ସମ୍ମିଳନୀ। ମୁଁ ଇକୋସିଷ୍ଟମ ଓ ସରକାରଙ୍କ ପ୍ରୟାସକୁ ସମର୍ଥନ କରିବା ପାଇଁ ବ୍ୟକ୍ତିଗତ ଭାବରେ ଉପସ୍ଥିତ ହେବାକୁ ଚାହୁଁଥିଲି। କିନ୍ତୁ ପରବର୍ତ୍ତୀ ଘଟଣା ମୋ ପାଇଁ ଯନ୍ତ୍ରଣାଦାୟକ ଥିଲ।

ଅଧିକପଢ଼ନ୍ତୁ:ଭଗୱନ୍ତ ମାନ୍‌ଙ୍କୁ ଦିଆଯାଇଛି ପୋଲୋନିୟମ୍, ମୃତ୍ୟୁ ନିଶ୍ଚିତ; ଧମକପୂର୍ଣ୍ଣ ଇମେଲ୍‌ରେ ଏଭଳି ଦାବି

ଯାଦବଙ୍କ ଅନୁଯାୟୀ, ଶିଖର ସମ୍ମିଳନୀର ପ୍ରଥମ ଦିନ ମଧ୍ୟାହ୍ନ ୧୨ଟାରେ, ସୁରକ୍ଷା କର୍ମୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପରାହ୍ନ ୨ଟାରେ ଗସ୍ତ ପୂର୍ବରୁ ପ୍ରସ୍ତୁତି ପାଇଁ ଅଞ୍ଚଳ ଖାଲି କରି ଘେରାବନ୍ଦୀ କରିବା ପାଇଁ ପହଞ୍ଚିଥିଲେ। ଯାଦବ ସୁରକ୍ଷା କର୍ମୀଙ୍କୁ ବୁଝାଇଲେ ଯେ, ତାଙ୍କ କମ୍ପାନି ଭାରତର ପ୍ରଥମ ପେଟେଣ୍ଟେଡ୍ ଏଆଇ ପିନ୍ଧିବା ଯୋଗ୍ୟ ଡିଭାଇସ୍ ତିଆରି କରିଛି। ଏହାକୁ ପ୍ରଦର୍ଶନ କରିବା ପାଇଁ ଏକ ସୁଯୋଗ ଦେବାକୁ ସେ ଅନୁରୋଧ କରିଥିଲେ।ଜଣେ ଅଧିକାରୀ ଅନ୍ୟମାନଙ୍କୁ ଯାଦବ ରୁହନ୍ତୁ ବୋଲି କହିଥିଲେ। ତେବେ ସୁରକ୍ଷା କର୍ମୀଙ୍କ ଅନ୍ୟ ଏକ ଦଳ ସେଠାରେ ପହଞ୍ଚି ସେମାନଙ୍କୁ ତୁରନ୍ତ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁରକ୍ଷା କର୍ମୀଙ୍କ ମଧ୍ୟରେ ସମନ୍ୱୟର ଅଭାବ ଥିବା ଯାଦବ କହିଛନ୍ତି।

ଏଆଇ ପିନ୍ଧିବା ଯୋଗ୍ୟ ସାମଗ୍ରୀଗୁଡ଼ିକୁ ତାଙ୍କ ସହିତ ନେବା ଉଚିତ କି?

ଯାଦବ ନିର୍ଦ୍ଦିଷ୍ଟ ଭାବରେ ପଚାରିଥିଲେ ଯେ, ସେ ଏଆଇ ପିନ୍ଧିବା ଯୋଗ୍ୟ ସାମଗ୍ରୀଗୁଡ଼ିକୁ ତାଙ୍କ ସହିତ ନେବା ଉଚିତ କି? ତାଙ୍କୁ କୁହାଯାଇଥିଲା, ଅନ୍ୟ ଉଦ୍ୟୋଗୀମାନେ ସେମାନଙ୍କର ଲାପଟପ୍ ମଧ୍ୟ ଛାଡି ଯାଉଛନ୍ତି। ସୁରକ୍ଷାକର୍ମର ସେସବୁ ପ୍ରତି ନଜର ରଖିବେ। ସେମାନଙ୍କ କଥାରେ ବିଶ୍ୱାସ କରି, ଯାଦବ ପିନ୍ଧିବା ଯନ୍ତ୍ରଗୁଡ଼ିକୁ ଛାଡ଼ି ଷ୍ଟଲ୍‌ରୁ ବାହାରି ଯାଇଥିଲେ। ଅଞ୍ଚଳର ଗେଟଗୁଡ଼ିକ ଛଅ ଘଣ୍ଟା ପାଇଁ ବନ୍ଦ ଥିଲା। ଯାଦବ ଯେତେବେଳେ ତାଙ୍କ ଷ୍ଟଲ୍‌କୁ ଫେରିଲେ, ନିଓସାପିଏନ୍ ପିନ୍ଧିବା ସାମଗ୍ରୀ ଚୋରି ହୋଇଯାଇଥିବା ଦେଖିଥିଲେ। ଆମେ ରହିବା, ଲଜିଷ୍ଟିକ୍ସ ସୁବିଧା ଓ ଷ୍ଟଲ୍ ପାଇଁ ଦେୟ ଦେଇଥିଲୁ। କମ୍ପାନିର ଉତ୍ପାଦଗୁଡ଼ିକ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କିଭଳି ଉଭାନ୍ ହୋଇଗଲା ତାହା ଆଶ୍ଚର୍ଯ୍ୟ ଜନକ ବୋଲି ସେ ପ୍ରଶ୍ନ କରିଛନ୍ତି। ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଏହା କିପରି ଘଟିଲା? ତାହା ଅତ୍ୟନ୍ତ ନିରାଶାଜନକ ବୋଲି ଯାଦବ କହିଛନ୍ତି।

ଅଧିକପଢ଼ନ୍ତୁ:ଭଗୱନ୍ତ ମାନ୍‌ଙ୍କୁ ଦିଆଯାଇଛି ପୋଲୋନିୟମ୍, ମୃତ୍ୟୁ ନିଶ୍ଚିତ; ଧମକପୂର୍ଣ୍ଣ ଇମେଲ୍‌ରେ ଏଭଳି ଦାବି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe