bihar election Photograph: (sambad.in)
ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ସରିଲା ପ୍ରଚାର । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସଞ୍ଜରେ ସରିଲା ପ୍ରଚାର। ଘଣ୍ଟା କଣ୍ଟାରେ ଠିକ୍ ୬ଟା ବାଜିଲା ଆଉ ପ୍ରଚାରରେ ବ୍ରେକ୍ ଲାଗିଲା । ତେବେ ଶେଷ ଦିନରେ ଜୋରଦାର ପ୍ରଚାର କରିଛନ୍ତି ବିଭିନ୍ନ ଦଳର ହେଭିୱେଟ୍।
ହେଭିୱେଟଙ୍କ ପ୍ରଚାର
ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୨୧ଟି ବିଧାନସଭା ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ଉକ୍ତ ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜୋରଦାର ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲରେ ମହିଳା ମାନଙ୍କ ସହ ଆଲୋଚନା କରିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୩ଟି ରାଲିରେ ସାମିଲ ହୋଇ ପ୍ରଚାର କରିଛନ୍ତି । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୫ଟି ଜନସଭାରେ ସାମିଲ ହୋଇ ଏନଡିଏ ପାଇଁ ଭୋଟ୍ ମାଗିଛନ୍ତି । ଜେପି ନଡ୍ଡା ରୋଡସୋ କରି ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୩ଟି ଜନସଭାକୁ ସମ୍ବୋଧିତ କରିଛନ୍ତି ।
ଆହୁରି ପଢନ୍ତୁ-
ଡେରା ପକାଇଛନ୍ତି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ
ସେପଟେ ଆସାମ ମୁଖ୍ୟମନ୍ତ୍ରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ବି ରାଲିରେ ସାମିଲ ହୋଇ ଜୋରଦାର ପ୍ରଚାର କରିଛନ୍ତି । ପ୍ରଥମ ଦଫାରେ ମୋଟ ୧୩୧୪ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା। ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି। ଅନ୍ୟପଟେ ନଭେମ୍ବର ୧୧ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ ଏବଂ ନଭେମ୍ବର ୧୪ରେ ଆସିବ ବିହାର ଫଳାଫଳ ।
ଆହୁରି ପଢନ୍ତୁ-
Rahul Dravid son selected: ରାହୁଲ ଦ୍ରାବିଡଙ୍କ ପୁଅକୁ ବଡ଼ ସୁଯୋଗ, ଭାରତୀୟ ଦଳରେ ସାମିଲ
Follow Us