Bihar Election 2025: ଯୋଗୀଙ୍କ ୩ ମାଙ୍କଡ଼ ଉପାଖ୍ୟାନ: କଟାକ୍ଷର କଡ଼ା ଜବାବ ଦେଲେ ଅଖିଳେଶ ଯାଦବ

ବିହାରରେ ପ୍ରଚାର ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ ଏବଂ ସମାଜବାଦୀ ପାର୍ଟିର ନେତାମାନଙ୍କୁ ନେଇ ଏମିତି କିଛି କହିଥିଲେ ଯାହା ଏକ ରାଜନୈତିକ ବିବାଦ ସୃଷ୍ଟି କରିଥିଲା

yogi akhilesh

yogi akhilesh Photograph: (sambad.in)

ପାଟନା: ଯୋଗୀଙ୍କ ମାଙ୍କଡ଼ ଉପାଖ୍ୟାନର ଜବାବ ଦେଲେ ଅଖିଳେଶ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି- ଯେଉଁମାନେ ଆଇନା ଦେଖି ଆସନ୍ତି ସେମାନଙ୍କୁ ସବୁଠି ମାଙ୍କଡ ହିଁ ଦିଶନ୍ତି । ଯଦି ମାଙ୍କଡ଼ମାନଙ୍କ ମଧ୍ୟରେ ରଖାଯାଏ ସେମାନେ ଅଲଗା ଦେଖାଯାଆନ୍ତି ନାହିଁ । ବୋଲି କହି କଟାକ୍ଷ କରିଛନ୍ତି ଅଖିଲେଶ ।

କଣ କହିିଥିଲେ ଯୋଗୀ ?

ତେବେ ବିହାରରେ ପ୍ରଚାର ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ ଏବଂ ସମାଜବାଦୀ ପାର୍ଟିର ନେତାମାନଙ୍କୁ ନେଇ ଏମିତି କିଛି କହିଥିଲେ ଯାହା ଏକ ରାଜନୈତିକ ବିବାଦ ସୃଷ୍ଟି କରିଥିଲା । ଦରଭଙ୍ଗାର କେଓଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରି ମୁଖ୍ୟମନ୍ତ୍ରୀ କହିଥିଲେ- ଯେ ତିନିଟି ମାଙ୍କଡ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଛନ୍ତି। ପପ୍ପୁ, ଟପ୍ପୁ ଏବଂ ଅପ୍ପୁ। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ପପ୍ପୁ ସତ୍ୟ କହିପାରିବ ନାହିଁ। ଟପ୍ପୁ ସତ୍ୟ ଦେଖିପାରିବ ନାହିଁ ଏବଂ ଅପ୍ପୁ ସତ୍ୟ ଶୁଣିପାରିବ ନାହିଁ।

ମୁଖ୍ୟମନ୍ତ୍ରୀ ଯୋଗୀ ଅଭିଯୋଗ କରି କହିଥିଲେ ଯେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କ ବିଦେଶ ଗସ୍ତ ସମୟରେ ଦେଶ ବିରୋଧରେ କଥା କୁହନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିହାରରେ ରାଷ୍ଟ୍ରୀୟ ଜନତା ଦଳ ସରକାରଙ୍କ କାର୍ଯ୍ୟକାଳ ସମୟରେ ନରସଂହାର ହୋଇଥିଲା, କିନ୍ତୁ ଏବେ ରାଜ୍ୟରେ କୌଣସି ଅରାଜକତା କିମ୍ବା ଦଙ୍ଗା ନାହିଁ। ମିଥିଳାରେ ସବୁକିଛି ଠିକ୍ ଅଛି।

ଆହୁରି ପଢନ୍ତୁ-

Yogi Target India Alliance: ଇଣ୍ଡିଆ ମେଣ୍ଟରେ ଅଛନ୍ତି ୩ ମାଙ୍କଡ: ପପୁ, ଟପୁ ଓ ଅପୁ: ଯୋଗୀ ଆଦିତ୍ୟନାଥ

ବିହାରର ଦରଭଙ୍ଗାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ "ଉତ୍ତରପ୍ରଦେଶରେ, ଆମେ ପେଶାଦାର ଅପରାଧୀଙ୍କ ଛାତି ଉପରେ ବୁଲଡୋଜର ଚଲାଉ। ନୀତିଶ କୁମାରଙ୍କ ନେତୃତ୍ୱରେ ପୁଣି ଥରେ ଏନଡିଏ ସରକାର ଗଠନ କରୁ।" ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, "ଯେତେବେଳେ ବିହାରରେ ଆରଜେଡି ଏବଂ କଂଗ୍ରେସ କ୍ଷମତାକୁ ଆସେ, ଦଙ୍ଗା ହୁଏ, ଏବଂ ଅପହରଣ ଏକ ଶିଳ୍ପରେ ପରିଣତ ହୁଏ। ଆରଜେଡିର ଶାସନ ସମୟରେ, ଅନେକ ହତ୍ୟାକାଣ୍ଡ ଘଟିଥିଲା, ଏବଂ ବିହାରରେ ଜାତିଗତ ଦଙ୍ଗା ହେଉଥିଲା। ସେମାନେ ବନ୍ଧୁକ ଏବଂ ପିସ୍ତଲ ସାହାଯ୍ୟରେ ବିହାରର ବ୍ୟବସ୍ଥାକୁ ନଷ୍ଟ କରନ୍ତି। ରାହୁଲ ଗାନ୍ଧୀ ବିଦେଶ ଯାଇ ଦେଶକୁ ଅପମାନ କରନ୍ତି; ଏହି ଲୋକମାନଙ୍କୁ ଏନଡିଏ ସରକାରଙ୍କ ବିକାଶ ଦେଖାଯାଏ ନାହିଁ।"

ଆହୁରି ପଢନ୍ତୁ-

Bihar Election 2025: ନେତାଙ୍କ ନୂଆ ଠିକଣା ବିହାର: ନିର୍ବାଚନ ପାଇଁ ବିହାର ମୁହାଁ ରାଜନେତା… ପ୍ରଚାରରେ କମ୍ପୁଛି ପୂରା ରାଜ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe