Stage Broken: ସମର୍ଥକମାନେ ଭୋଟ୍‌ ପାଇଁ ସ୍ଲେଗାନ ଦେଉଥିବା ବେଳେ ଭୁଶୁଡ଼ି ପଡ଼ିଲା ମଞ୍ଚ

ବିହାର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଅଘଟଣ। ଭୁଶୁଡ଼ି ପଡ଼ିଲା ମଞ୍ଚ ଖସିପଡ଼ିଲେ ବାହୁବଳୀ ନେତା ସମେତ ଅନେକ ସମର୍ଥକ। ଏହି ଘଟଣା ନିର୍ବାଚନ ପ୍ରଚାର ସମୟରେ ସୁରକ୍ଷା ମାନଦଣ୍ଡ ଏବଂ ସମର୍ଥକଙ୍କ ଉତ୍ସାହ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

Untitled-1

anant-singh-mokama-stage-collapse Photograph: (sambad.in)

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପ୍ରଚାରରେ ନୂଆନୂଆ ରଙ୍ଗ ଦେଖିବାକୁ ମିଳୁଛି। ଯାହାକି ବେଶ ଚର୍ଚ୍ଚାର ପରିସରରେ ରହିଛି।  ଏହି ପରିପ୍ରେକ୍ଷୀରେ ମୋକାମା ବିଧାନସଭା ନିର୍ବାଚନ ମଣ୍ଡଳୀର ଜେଡିୟୁ ପ୍ରାର୍ଥୀ ତଥା ବାହୁବଳୀ ନେତା ଅନନ୍ତ ସିଂହର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ନିର୍ବାଚନ ପ୍ରଚାର ସମୟର ଥିବା କୁହାଯାଉଛି।

ମଞ୍ଚ ଉପରକୁ ଚଢ଼ିଗଲେ ସମର୍ଥକ

ସୂଚନାଯୋଗ୍ୟ, ମୋକାମାର ପୂର୍ବ ଅଞ୍ଚଳରେ ଜେଡିୟୁ ପ୍ରାର୍ଥୀ ଅନନ୍ତ ସିଂହଙ୍କ ‘ଘନଘନ ଜନସଂପର୍କ ସମ୍ପର୍କ ଅଭିଯାନ’ ଜୋରଦାର ଚାଲିଥିଲା। ଏହି ସମୟରେ ତାଙ୍କ ଉତ୍ସାହୀ ସମର୍ଥକମାନେ ରାମପୁର-ଡୁମରା ଗାଁରେ ଏକ ମଞ୍ଚ ସ୍ଥାପନ କରିଥିଲେ। ଏହି ମଞ୍ଚରେ ଅନନ୍ତ ସିଂହ ପହଞ୍ଚିବା ପରେ ଲୋକଙ୍କ ଭିଡ଼ ଜମି ଯାଇଥିଲା। ନିଜ ନେତାଙ୍କୁ ପାଖରେ ପାଇଁ ସମର୍ଥକମାନେ ମଞ୍ଚରେ ଚଢ଼ି ଯାଇଥିଲେ। 

ଅଧିକପଢ଼ନ୍ତୁ:କୋରାପୁଟ କଫି ବିଷୟରେ କହିଲେ ପ୍ରଧାନମନ୍ତ୍ରୀ

ସ୍ଲୋଗାନ ଦେଲେ ନେତାଙ୍କ ସମର୍ଥକ

ଅନନ୍ତ ସିଂହ ମଞ୍ଚରେ ବସିଥିବା ବେଳେ ତାଙ୍କର ଜଣେ ସମର୍ଥକ ମାଇକ୍ରୋଫୋନ୍ ଧରି ଭାଷଣ ଦେଉଥିଲେ। ସମର୍ଥକମାନେ ଅନନ୍ତ ସିଂହଙ୍କ ସପକ୍ଷରେ ଭୋଟ୍ ପାଇଁ ନିବେଦନ କରି ‘ଜେଡିୟୁ ଜିନ୍ଦାବାଦ’ ଏବଂ ‘ନୀତିଶ କୁମାର ଜିନ୍ଦାବାଦ’ ଭଳି ସ୍ଲୋଗାନ ଦେଉଥିଲେ। ଏଥିସହିତ ସମର୍ଥକମାନେ ଯେମିତି ହୖିଁ  ‘ଅନନ୍ତ ବାବୁ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିଲେ କେହି କିଛି ବୁଝିବା ପୂର୍ବରୁ ମଞ୍ଚଟି ହଠାତ ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣାରେ ନେତାଙ୍କ ସମେତ ଅନେକ ସମର୍ଥକମାନେ ଭାବସାମ୍ୟ ହରାଇ ମଞ୍ଚରୁ ତଳକୁ ପଡ଼ି ଯାଇଥିଲେ। 

ଅନନ୍ତ ସିଂହ ସୁରକ୍ଷିତ ଉଦ୍ଧାର

ଲୋକମାନେ ତୁରନ୍ତ ଅନନ୍ତ ସିଂହ ଏବଂ ତଳେ ପଡ଼ି ଯାଇଥିବା ଅନ୍ୟଲୋକଙ୍କୁ ଭୁଶୁଡ଼ି ପଡ଼ିଥିବା ମଞ୍ଚରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସୌଭାଗ୍ୟବଶତଃ ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି। ଏହି ଘଟଣା ନିର୍ବାଚନ ପ୍ରଚାର ସମୟରେ ସୁରକ୍ଷା ମାନଦଣ୍ଡକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି।

ସ୍ଥଳଭାଗ ଆଡ଼କୁ ଅଗ୍ରସର; ଆନ୍ଧ୍ର ଛୁଇଁବା ଆଶଙ୍କା, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

Bihar Election JDU Nitish Kumar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe