death after train derailed Photograph: (sambad.in)
ବିଳାସପୁର: ଛତିଶଗଡ଼ ବିଳାସପୁର ନିକଟରେ ଟ୍ରେନ ଦୁର୍ଘଟଣାର ବଡ଼ ଅପଡେଟ୍ । ଏବେ ବି ଟ୍ରେନରେ ଫଶି ରହିଛନ୍ତି ଲୋକେ । ମାଲବାହୀ ଟ୍ରେନ୍ ସହ କୋରବା ପାସେଞ୍ଜର ଟ୍ରେନ୍ ଦୁର୍ଘଟଣା ହେବା ପରେ ଯାତ୍ରୀବାହୀ ଟ୍ରେନଟି ପୂରା ମାଲବାହୀ ଟ୍ରେନ୍ ଉପରକୁ ଉଠିଯାଇଛି ଏବଂ ଟ୍ରେନଟି ଅଧା ଆକାଶରେ ଝୁଲି ରହିଛି । ଲୋକେ ସେମିତି ଝୁଲନ୍ତା ଅବସ୍ଥାରେ ବଗିରେ ଫସି ରହିଥିବା ବେଳେ ୨ଟି ଟ୍ରେନର ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅନ୍ୟ ବଗି ସବୁ ଲାଇନଚ୍ୟୁତ ହୋଇଛି । ତେବେ ସେହି ସବୁ ବଗି ଭିତରୁ ଚାପି ହୋଇ ରହିଥିବା ଲୋକଙ୍କୁ ଗ୍ୟାସ କଟରରେ ଝରକା କାଟି ଲୋକଙ୍କୁ ଉଦ୍ଧାର କରାଯାଉଛି ।
ମୃତାହତଙ୍କ ପାଇଁ କ୍ଷତିପୂରଣ ଘୋଷଣା
ସେପେଟ ଦୁର୍ଘଟଣା ପରେ କ୍ଷତିପୂରଣ ରାଶି ଘୋଷଣା ହୋଇଛି । ରେଲଓ୍ୱେ ପକ୍ଷରୁ ଏହି କ୍ଷତିପୂରଣ ପ୍ରଦାନ କରାଯାଇଛି । ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା ହୋଇଥିବା ବେଳେ ଗୁରୁତର ଆହତଙ୍କ ପାଇଁ ୫ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତ ଯାତ୍ରୀଙ୍କ ପାଇଁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଘୋଷଣା ହୋଇଛି ।
କାହିଁକି ହେଲା ଦୁର୍ଘଟଣା ?
ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାମ ଜାରି ରହିଛି । ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି। ରେଳ ପ୍ରଶାସନ ପ୍ରଭାବିତ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାରର ସହାୟତା ଏବଂ ସମନ୍ୱୟ ପ୍ରଦାନ କରୁଛି। କେଉଁ କାରଣ ପାଇଁ ଏତେ ବଡ଼ ଟ୍ରେନ ଦୁର୍ଘଟଣା ହେଲା ତାର କାରଣ ଖୋଜା ସହ ତଦନ୍ତ ଉପରେ ନଜର ରଖାଯାଇଛି ।
ତେବେ ଭୟଙ୍କର ଦୁର୍ଘଟଣା ପରେ ଅନେକ ବଗି ଲାଇନଚ୍ୟୁତ ହୋଇଛି । ଉକ୍ତ ରୁଟରେ ଯାଉଥିବା ସମସ୍ତ ଟ୍ରେନକୁ ବନ୍ଦ କରିଦିଆଯାଇଛି । ଯାତ୍ରୀ ଏବଂ ସେମାନଙ୍କ ପରିବାରର ସୁବିଧା ପାଇଁ, ନିମ୍ନଲିଖିତ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି
ଆହୁରି ପଢନ୍ତୁ-
ହେଲ୍ପଲାଇନ ନମ୍ବର ଜାରି
• ଦୁର୍ଘଟଣା ସ୍ଥଳ- 9752485499, 8602007202
• ବିଳାସପୁର – ୭୭୭୭୮୫୭୩୩୫, ୭୮୬୯୯୫୩୩୩୦
• ଚମ୍ପା ଜଙ୍କସନ୍ – 808595652
• ରାୟଗଡ଼ – 975248560
• ପେଣ୍ଡ୍ରା ରୋଡ୍ – 8294730162
• କୋରବା – 7869953330
• ଉସଲାପୁର – 7777857338
ଯାତ୍ରୀ ଏବଂ ସେମାନଙ୍କ ପରିବାର ଆବଶ୍ୟକୀୟ ସୂଚନା ପାଇଁ ଏହି ନମ୍ବରଗୁଡ଼ିକରେ ଯୋଗାଯୋଗ କରିପାରିବେ। ରେଳ ପ୍ରଶାସନ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି ଏବଂ ଉପଯୁକ୍ତ ରିଲିଫ୍, ଉଦ୍ଧାର ଏବଂ ସହାୟତା ସୁନିଶ୍ଚିତ କରୁଛି।
ଆହୁରି ପଢନ୍ତୁ-
Follow Us